ପୂଜା କରିବା ସମୟରେ ଆଖିରେ ଲୁହ ଆସିବା, ଫୁଲ ପଡିବା, ହାଇ ଆସିବା ର ମାନେ କଣ ? ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ, ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ପାଣି ଆସିଯାଇଥାଏ । ଏହା ସହିତ କିଛି ଲୋକଙ୍କୁ ପୂଜା କରିବା ସମୟରେ ଅଳସୁଆ ତଥା ହାଇ ଆସିଥାଏ । କିଛି ଲୋକଙ୍କୁ ଛିଙ୍କ ମଧ୍ୟ ଆସିଥାଏ । ଆଉ କିଛି ଲୋକଙ୍କ ମନକୁ ଖରାପ ବିଚାର ମଧ୍ୟ ଆସିଥାଏ । ଏହାର କାରଣ କଣ ହୋଇପାରିଥାଏ ? ଏହି ସବୁ ଲକ୍ଷଣ ଯଦି ଆପଣଙ୍କ ସହିତ ହେଉଅଛି ତେବେ ଏହା ପଛର ରହସ୍ୟ ସମ୍ବନ୍ଧରେ ଜାଣି ନିଅନ୍ତୁ ।

ଶାସ୍ତ୍ର ଅନୁଯାୟୀ ସର୍ବ ପ୍ରଥମେ ଏହି ବ୍ରମ୍ହାଣ୍ଡ ଅନ୍ଧକାର ଥିଲା । ଏହାପରେ ଗୋଟିଏ ବିଶାଳ ଶିବ ଲିଙ୍ଗର ପ୍ରକଟ ହୋଇଥିଲା । ଏହା ଦ୍ଵାରା ସଂପୂର୍ଣ୍ଣ ବ୍ରମ୍ହାଣ୍ଡ ଊର୍ଜା ରେ ଭରିଗଲା । ଧୀରେ ଧୀରେ ଏହି ବ୍ରମ୍ହାଣ୍ଡ ମାନଙ୍କରେ ଧାତୁ ପଦାର୍ଥ ମାନଙ୍କର ନିର୍ମାଣ ହୋଇଥିଲା । ଏହି ପଦାର୍ଥ ମଧ୍ୟରେ ଜଳ, ଧାତୁ, ବାୟୁ, ଅଗ୍ନି ଭଳି ଜିନିଷର ନିର୍ମାଣ ହୋଇଥିଲା ।

ଏଥି ନିମନ୍ତେ ମାନାଯାଇଅଛି ଯେ, ଏହି ସବୁ ଜିନିଷ ରେ ଭଗବାନ ଶିବ ଙ୍କର ବାସ ହୋଇଥାଏ । ଇଶ୍ଵର ଙ୍କ ସହିତ ଜଡିତ କୌଣସି କଥା ଆମ୍ଭେ ପୁରାଣରେ ପଢିବା ଦ୍ଵାରା ଆମ୍ଭର ରୋମ ଟାଙ୍କୁରି ଯାଇଥାଏ । ଏହା ସହିତ ଆଖିରୁ ଲୁହ ଆସିଯାଇଥାଏ । ଏହାଫଳରେ ଭଗବାନ ଙ୍କ ପ୍ରତି ଆମ୍ଭର ବିଶ୍ଵାସ ଦୃଢ ହେବାରେ ଲାଗିଥାଏ । ଯଦି ଆପଣଙ୍କ ସହିତ କିଛି ଏହିଭଳି ଦେଖାଯାଇଥାଏ । ତେବେ ଆପଣ ବୁଝି ନିଅନ୍ତୁ ଯେ ଭଗବାନ ଆପଣାକୁ କିଛି ସଂକେତ ଦେଉଛନ୍ତି । ତାହା କଣ ଅଟେ ଆସନ୍ତୁ ଜାଣିବା ।

୧- ଆଖିରୁ ଲୁହ ଆସିବା- ଯଦି ପୂଜା କରୁଥିବା ସମୟରେ ଆପଣଙ୍କ ଆଖିରୁ ଏଭଳି ଲୁହ ଆସିଥାଏ, ତେବେ ଆପଣ ବୁଝି ଜାଆନ୍ତୁ ଯେ, ଆପଣଙ୍କ ମନ ସହିତ ଇଶ୍ଵରଙ୍କର ମେଳ ହୋଇଅଛି । ଏହି ସମୟରେ ଆପଣ ନିଜ ମନର ଜିଜ୍ଞାସା କୁ ଭଗବାନ ଙ୍କୁ ଜଣାନ୍ତୁ ।

୨- ଜଳା ଯାଇଥିବା ଦ୍ଵିପ ର ଜ୍ୟୋତି ବଢିବା- ଆପଣ ପୂଜା କରିଥିବା ସମୟରେ ଯଦି ଭଗବାନ ଙ୍କ ନିକଟରେ ଲାଗିଥିବା ଦ୍ଵିପ ର ଉତେଜ ବଢିଥାଏ, ତେବେ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଠ ଅଛନ୍ତି ବୋଲି ଜାଣି ନିଅନ୍ତୁ ।

୩- ଫୁଲ ପଡିବା- ଆପଣ ପୂଜା କରିଲା ସମୟରେ ଭଗବାନ ଙ୍କ ପ୍ରତିମା ରେ ଫୁଲ ଅର୍ପଣ କରିଛନ୍ତି ଏବଂ ସେହି ଫୁଲ ଯଦି ଆପଣଙ୍କ ଦିଗରେ ପଡିଥାଏ ତେବେ ଆପଣଙ୍କ ପୂଜାରେ ଭଗବାନ ସନ୍ତୁଷ୍ଟ ଅଛନ୍ତି ବୋଲି ଜାଣି ନିଅନ୍ତୁ ।

ଆପଣ ପୂଜା କରୁଥିବା ସମୟରେ ଯଦି ଏହିଭଳି ଲକ୍ଷଣ ଦେଖନ୍ତି ତେବେ ଆପଣଙ୍କ ସମସ୍ତ ମନୋସ୍କାମନା ଭଗବାନ ପୂରଣ କରିବେ ବୋଲି ଭାବି ନିଅନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *