Vastu Tips- ପୂଜାରେ ଘଣ୍ଟି ବଜାଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ ଘଣ୍ଟି ବଜେଇବାର ନିୟମ

ବନ୍ଧୁଗଣ, ହିନ୍ଦୁ ସଙ୍କୃତି ରେ ପ୍ରତ୍ୟକ ଦିନ ପୂଜା ପାଠ କରିବାର ପରମ୍ପରା ରହିଅଛି । ଏଥି ନିମନ୍ତେ ସମସ୍ତଙ୍କ ଘରେ ମନ୍ଦିର ଅଥବା ପୂଜା ସ୍ଥଳ ରହିଥାଏ । ନିୟମିତ ପୂଜା ପାଠ କରିବା ଦ୍ଵାରା ମାନସିକ ଶାନ୍ତି ଦ୍ଵାରା ସଂପୂର୍ଣ୍ଣ ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ । କିନ୍ତୁ ଏହି ପୂଜା କରିବାର କିଛି ନିୟମ ମଧ୍ୟ ରହିଥାଏ । ଏହାକୁ ଅଣଦେଖା କରିଲେ ଆମ୍ଭକୁ ଏହାର ସଂପୂର୍ଣ୍ଣ ଫଳ ମିଳି ନଥାଏ ।

ପୂଜା କରିବାର ନିୟମ ପ୍ରାଚୀନ କାଳରୁ ହିଁ ରହିଅଛି । କିଛି ନିୟମ ମାନଙ୍କ ମଧ୍ୟରୁ ଏଭଳି ଏକ ମହତ୍ଵପୂର୍ଣ୍ଣ ନିୟମ ଅଛି ଘଣ୍ଟି ନାଦ । ଆପଣ ପୂଜା କରିଥିବା ସମୟରେ ଘଣ୍ଟି ବଜାଇ ଥାନ୍ତି । ଶାସ୍ତ୍ରରେ ଏହାକୁ ନେଇ କିଛି ନିୟମ ନିର୍ଦ୍ଧାରିତ କରାଯାଇଅଛି । ଶାସ୍ତ୍ରରେ ଦେବତା ମାନଙ୍କ ସାମ୍ନାରେ ଘଣ୍ଟି ବଜାଇବା ଅଧିକ ମହତ୍ଵ କୁହାଯାଇଅଛି । ଆପଣ ନିଜ ଘରେ ଥିବା ଘଣ୍ଟି କୁ କେବେ ଧ୍ୟାନରେ ଦେଖିଛନ୍ତି ?

ଯଦି ଦେଖି ନାହାନ୍ତି ତେବେ ଆପଣ ଧ୍ୟାନରେ ଦେଖନ୍ତୁ ଆପଣଙ୍କ ପୂଜା ଘରର ଘଣ୍ଟି ରେ ଗରୁଡ ବନାଯାଇଥିବାର ଦେଖିବାକୁ ପାଇବେ । ଘରେ ଆମ୍ଭେ ଯେଉଁ ଘଣ୍ଟି ବ୍ୟବହାର କରିଥାଉ ତାହାକୁ ଗରୁଡ ଘଣ୍ଟି କୁହାଯାଇଥାଏ । ପୂଜା କରୁଥିବା ସମୟରେ ଗରୁଡ ଘଣ୍ଟି ର ବ୍ୟବହାର ଦେବତା ମାନଙ୍କୁ ଆମନ୍ତ୍ରିତ କରିବା ନିମନ୍ତେ କରାଯାଇଥାଏ । ଏହାର ଏକ ସୁନ୍ଦର ଧ୍ୱନି ରୁ ଦେବତା ମାନଙ୍କୁ ସ୍ଵାଗତ କରିବାର ଆଭାସ ହୋଇଥାଏ ।

ଯଦି ଆମ୍ଭେ ବିଧି ବିଧାନ ରେ ପୂଜା କରୁ ସେତେବେଳେ ଆମ୍ଭେ ଘଣ୍ଟି ର ବ୍ୟବହାର କରିଥାଉ । ପୂଜା ସମାପ୍ତ ହେବା ସମୟରେ ଆରତୀ କରୁଥିବା ସମୟରେ ବିଶେଷ ରୂପରେ ଘଣ୍ଟା ନାଦ ହେବା ଉଚିତ । ଏପରି ନହେଲେ ଆମ୍ଭ ଆରତୀ ଅଧୁରା ମାନାଯାଇଥାଏ । ମାତ୍ର ଅଧିକାଂଶ ଲୋକ ଏହାକୁ ସାଧାରଣ ପକ୍ରିୟା ମାନିଥାନ୍ତି । ଏହା ଫଳରେ ଅଧିକାଂଶ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଭୁଲି ଯାଇଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି ସୃଷ୍ଟି ର ନିର୍ମାଣ ସମୟରେ ସର୍ବପ୍ରଥମେ ଯେଉଁ ଧ୍ୱନି ବାହାରିଥିଲା ତାହା ଘଣ୍ଟି ର ଧ୍ୱନି ସାଦୃଶ୍ୟ । ଘଣ୍ଟି ର ଧ୍ୱନି ରେ ଓମକାର ରହିଥାଏ ।

ଏଥିପାଇଁ ଏହାକୁ ଈଶ୍ବରଙ୍କ ପୂଜାରେ ସ୍ଥାନ ମିଳିଅଛି । ଏଥି ନିମନ୍ତେ ଘଣ୍ଟି ର କେବେ ମଧ୍ୟ ଅପମାନ କରନ୍ତୁ ନାହିଁ । ଯେଉଁଭଳି ଦେବୀ ଦେବତାଙ୍କ ପୂଜା କରାଯାଇଥାଏ ସେହିଭଳି ଘଣ୍ଟି ର ମଧ୍ୟ ପୂଜା କରିବା ଆବଶ୍ୟକ । ଘଣ୍ଟି ର ପୂଜା କରି ଘଣ୍ଟି ବଜାଇବା ଉଚିତ । ବିନା ପୂଜା ରେ ଘଣ୍ଟି ବଜାଇବା ଅନୁଚିତ ଅଟେ ।

ଆପଣ ଅନୁଭବ କରିଥିବେ ପୂଜା ଘରେ ଘଣ୍ଟି ବାଜିବା ଫଳରେ ସମଗ୍ର ଘରର ବାତାବାରଣ ଶୁଦ୍ଧ ହୋଇଯାଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *