ପୁଅ କିମ୍ବା ଝିଅ ହେବା ପଛରେ ଦାୟୀ କିଏ ? Dr Subhasri Mishra

ବନ୍ଧୁଗଣ ପ୍ରତ୍ଯେକଟି ବିବାହିତ ଦମ୍ପତ୍ତି ବିବାହର କିଛି ମାସ କିମ୍ବା କିଛି ବର୍ଷ ପରେ ସନ୍ତାନ କରିବାକୁ ପ୍ଲାନିଙ୍ଗ କରିଥାନ୍ତି । କାରଣ ସବୁ ବିବାହିତ ଦମ୍ପତ୍ତିଙ୍କ ପାଇଁ ସବୁ ଖୁସି ଗୋଟେ ପଟେ ଏବଂ ସନ୍ତାନ ଜନ୍ମ ହେବାର ଖୁସି ଆଉ ଗୋଟେ ପଟେ ଥାଏ । ହେଲେ ଆଜିକାଲିର ଲୋକ ହୋଇ ମଧ୍ୟ ବହୁତ ଲୋକଙ୍କର ଚିନ୍ତାଧାରା ସେହି ପୁରୁଣାକାଳିଆ ଲୋକଙ୍କ ପରି ରହିଛି । ଯେମିତି କିଛି ଲୋକ ଘରର ବୋହୁ ଠାରୁ ପୁଅ ସନ୍ତାନଟିଏ ପାଇବାର ଆଶା ରଖିଥାନ୍ତି ।

ନାରୀ ଏବଂ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ ଅଟନ୍ତି । ସମାଜରେ ଉଭୟଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ସମାଜକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଉଭୟଙ୍କ କର୍ତ୍ତବ୍ୟ ଏବଂ ସହଭାଗୀତା ସମାନ ରୂପେ ରହିଛି । ତେବେ ଏହି ଧାରାରେ ଉଭୟ ଉଭୟଙ୍କ କ୍ଷେତ୍ରରେ କେହି କାହାଠାରୁ କମ୍ ନୁହଁନ୍ତି । ସନ୍ତାନ ସନ୍ତନ୍ତି ନହେବା କ୍ଷେତ୍ରରେ କିମ୍ୱା କନ୍ୟା ସନ୍ତାନ ଜନ୍ମ ହେବାକୁ ନେଇ ପ୍ରାୟତଃ ସମୟରେ ଜଣେ ନାରୀକୁ ଦୋଷ ଦିଆ ଯାଇଥାଏ ।

ହେଲେ ଏଥିପାଇଁ ପ୍ରକୃତରେ ପୁରୁଷ ହିଁ ଦାୟୀ ହୋଇଥାନ୍ତି । କେବଳ ପୁରୁଷ ପାଇଁ ହିଁ ଏହା ସମ୍ଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା କିପରି ପୁରୁଷ ହାତରେ ଥାଏ । ଆପଣ ଜାଣିଛନ୍ତି ମଣିଷ ଶରୀରରେ ୨୩ ଯୋଡା କ୍ରମୋଜୋମ ମଧ୍ୟରୁ ୧ ଯୋଡା ସେକ୍ସ୍ କ୍ରମୋଜୋମ ରହିଥାଏ । ଏହି ଏକ ଯୋଡା କ୍ରମୋଜୋମ ମହିଳା ମାନଙ୍କ ପାଖରେ xx ରହିଥିବା ବେଳେ ପୁରୁଷଙ୍କ ପାଖରେ xy ରହିଥାଏ ।

ତେବେ ମହିଳାଙ୍କ ପାଖରେ କେବଳ ଝିଅ ଜନ୍ମ କରିବାର କ୍ରମୋଜୋମ ହିଁ ରହିଛି । କିନ୍ତୁ ପୁରୁଷଙ୍କ ପାଖରେ ଉଭୟ ଝିଅ ଏବଂ ପୁଅ କ୍ରମୋଜୋମ ରହିଛି । ତେବେ ଯେତେବେଳେ ମହିଳାଙ୍କ ଡିମ୍ଵାଣୁ ପୁରୁଷଙ୍କ ଧାତୁ x କ୍ରୋମୋଯୋମ ସହ ମିଶିଥାଏ ସେତେବେଳେ ମହିଳାଙ୍କ କନ୍ୟା ସନ୍ତାନ ଜନ୍ମ ନେଇଥାଏ ।

ଯଦି ମହିଳାଙ୍କ ଡିମ୍ଵାଣୁ ପୁରୁଷଙ୍କ y କ୍ରମୋଜୋମ ସହ ମିଶିଥାଏ ତେବେ ତାଙ୍କର ପୁତ୍ର ସନ୍ତାନ ହୋଇଥାଏ । ତେଣୁ ପୁଅ ହେବା କି ଝିଅ ହେବା ଏଥିପାଇଁ ମହିଳା ଆଦୌ ଦାୟୀ ନୁହନ୍ତି । ଜଣେ ପୁରୁଷ ହାତରେ ହିଁ ରହିଛି ଯେ ମହିଳାଙ୍କ ଗର୍ଭସ୍ଥ ଶିଶୁଟି ପୁଅ ହେବ କିମ୍ୱା ଝିଅ ହେବ ।

ଏଥିପାଇଁ ମହିଳାଙ୍କୁ ଦୋଷ ଦେବା କିମ୍ୱା ସେମାନଂକୁ ନିନ୍ଦିତ କରିବା ସଂପୂର୍ଣ୍ଣ ଭାବରେ ଭୁଲ୍ ଅଟେ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବାକୁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *