ପୃଥିବୀ ପୃଷ୍ଠକୁ ପ୍ରଥମେ ମଣିଷ କେମିତି ଆସିଥିଲେ ? ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ପ୍ରଥମ ମନୁଷ୍ୟ କିଏ ?

ବନ୍ଧୁଗଣ ଆଜିର ମାନବ ସଭ୍ୟତା ବହୁତ ସଫଳତା ଅର୍ଜନ କରିଚାଲିଛି । ବିଜ୍ଞାନ ଦ୍ଵାରା ବହୁତ ପ୍ରକାରର ରିସର୍ଚ କରିଛୁ । ବିଜ୍ଞାନ ଜରିଆରେ ବୈଜ୍ଞାନିକ ମାନେ ଜାଣିବାକୁ ଚାହୁଁଛନ୍ତି କି ଏହି ବିଶାଳ ସଂସାରକୁ କିଏ ବନେଇଲ ? ସଂସାରରେ ପ୍ରଥମେ ମନୁଷ୍ୟର ଜନ୍ମ କେମିତି ହୋଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ମାନଙ୍କୁ ଏ ସମ୍ପର୍କରେ ସେପରି କିଛି ଖାସ ପ୍ରମାଣ ମିଳିପାରିନାହିଁ । ତେବେ ପୃଥିବୀ ପୃଷ୍ଠର ପ୍ରଥମ ମଣିଷ କିଏ ଥିଲା ଓ କିଏ ତାକୁ ଗଢିଥିଲା ? ଏ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କିଛି ତଥ୍ୟ ପ୍ରଦାନ କରିବୁ ।

ହିନ୍ଦୁ ମାନ୍ୟତା ଅନୁସାରେ ସଂସାରକୁ ଇଶ୍ଵର ହିଁ ବନେଇଛନ୍ତି । କେମିତି ମନୁଷ୍ୟ ଜାତିର ଜନ୍ମ ହେଲା ଓ କେମିତି ସେ ପୃଥିବୀ ପୃଷ୍ଠକୁ ଆସି ବସ କରିଥିଲେ ? ଇଏ ହେଉଛି ଗୋଟେ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଅଟେ । ତେବେ ଏଠାରେ ବଡ କଥା ହେଉଛି କି ପୃଥିବୀ ପୃଷ୍ଠରେ ମନୁଷ୍ୟକୁ କିଏ ବନେଇଲେ । ହିନ୍ଦୁ ଧର୍ମ ଅନୁସାରେ ସଂସାରରେ ସର୍ବ ପ୍ରଥମେ ଜନ୍ମ ନେଇଥିବା ପ୍ରଥମ ମଣିଷ ମନୁ ଥିଲେ । ସେଥିପାଇଁ ଭାରତୀୟ ସଭ୍ୟତାରେ ମନୁକୁ ପ୍ରଥମ ମନୁଷ୍ୟ ମାନାଯାଇଥାଏ ।

ସେହିପରି ପଶ୍ଚିମ ସଭ୍ୟତାରେ ଆଦାମ ଦୁନିଆକୁ ଆସିଥିବା ସର୍ବ ପ୍ରଥମ ମନୁଷ୍ୟ ମାନୁଛନ୍ତି । ଯାହାପରେ ମନୁଷ୍ୟ ଜାତିର ଆରମ୍ଭ ହେଲା । ହିନ୍ଦୁ ପୌରାଣିକ କଥାନୁସାରେ ମନୁଙ୍କର ରଚନା ସ୍ଵୟଂ ବ୍ରହ୍ମା କରିଥିଲେ । କୁହାଯାଏ କି ମାନବ ସଂସାର ରଚନା କରିବା ପାଇଁ ଭଗବାନ ବ୍ରହ୍ମାଙ୍କ ଦ୍ଵାରା ଦୁଇଟି ଲୋକଙ୍କୁ ବନା ଯାଇଥିଲା, ଗୋଟେ ପୁରୁଷ ଓ ଆଉ ଗୋଟେ ସ୍ତ୍ରୀ ।

ମାନବ ସଂସାର ଆଗକୁ ବଢାଇବା ପାଇଁ ପୁରୁଷ ସହିତ ସ୍ତ୍ରୀର ରଚନା କରିବା ମଧ୍ୟ ଜରୁରୀ ଥିଲା । ସେଥିପାଇଁ ବ୍ରହ୍ମାଙ୍କ ଦ୍ଵାରା ଗଢାଯାଇଥିବା ପ୍ରଥମ ପୁରୁଷ ମନୁ ଓ ପ୍ରଥମ ସ୍ତ୍ରୀ ସତରୂପା ଥିଲେ । ଏହି ଦୁଇଜଣଙ୍କ ଠାରୁ ଅନ୍ୟ ମାନବ ଜାତିର ଉତ୍ପତ୍ତି ହେଲା । ଏହି ପ୍ରକାର ବ୍ରହ୍ମା ମାନବ ଜାତିର ରଚନା କରିଥିଲେ । ସେମାନେ ହିଁ ଆମର ପୂର୍ବଜ ଓ ଆମେ ତାଙ୍କ ଭବିଷ୍ୟତର ପିଢୀ । ସଂସାରକୁ ଆସିଥିବା ସର୍ବପ୍ରଥମ ମନୁଷ୍ୟ ମନୁ ଥିବାରୁ ଏହି ଜାତିର ନାମ ମାନବ ପିଢୀ ରଖାଯାଇଥିଲା ।

ପ୍ରାଚୀନ କଥାବସ୍ତୁ ଅନୁଯାଇ ଗୋଟେ ସମୟ ଥିଲା ଯେତେବେଳେ ଭଗବାନ ବ୍ରହ୍ମଦେବ ଓ ଅସୁର ତଥା ପିତୃଙ୍କ ନିର୍ମାଣ କଲା ପରେ ଶକ୍ତିହୀନ ହୋଇପଡିଲେ । ସେ ବୁଝିପାରୁନଥିଲେ କ’ଣ କଲେ ତାଙ୍କ ମନ ଓ ମସ୍ତିଷ୍କକୁ ଶାନ୍ତି ମିଳିପାରିବ । ସେ ସମୟରେ ବ୍ରହ୍ମା କିଛି କାମରେ ବ୍ୟସ୍ତ ଥିଲେ ହଠାତ ତାଙ୍କ ଭିତରେ ଏକ କାୟା ଉତ୍ପନ ହୋଇ ତାଙ୍କ ସାମ୍ନାରେ ଆବିର୍ଭାବ ହେଲା । ବ୍ରହ୍ମା ତାକୁ ଦେଖି ଆଶ୍ଚର୍ଯ୍ୟ ହେଲେ, କାରଣ ସେ କିଛି ମାମୁଲି କାୟା ନଥିଲା, ସେ ପୁରା ତାଙ୍କ ଭଳି ଦେଖିବାକୁ ଥିଲା ।

ଏହି ଛାୟା ସଂସାରର ପ୍ରଥମ ମନୁଷ୍ୟ ଥିଲା ଯିଏ ମନୁ ନାମରେ ପରିଚିତ ଥିଲା । ଭଗବାନ ବ୍ରହ୍ମାଙ୍କ ଦ୍ଵାରା ଗୋଟେ ସ୍ତ୍ରୀ ସତରୂପାର ବି ରଚନା କରିଥିଲେ । ପୁରାଣ ଅନୁସାରେ ମନୁ ଓ ସତରୂପାଙ୍କ ପରେ ଭଗବାନ ବ୍ରହ୍ମା ତାଙ୍କ ମାନବୀୟ ସଂସ୍ଥାକୁ ସ୍ଥାପନ କରିବା ପାଇଁ ଆଦେଶ ଦିଆଯାଇଥିଲା । ଏହାଛଡା ହିନ୍ଦୁ ପୂରାଣ ଅନୁସାରେ ଗୋଟେ ମନୁ ନୁହେଁ ତାଭଳି ୧୦ ଟି ମନୁ ଜନ୍ମ ଏହି ଦୁନିଆରେ ଜନ୍ମ ନେଇଥିଲେ । ବନ୍ଧୁଗଣ ଏହି ଲେଖାଟି ଭଲ ଲାଗିଥିଲେ । ଆଗକୁ ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *