ପିରିୟଡ୍ସରେ ବ୍ଲିଡିଙ୍ଗ କମ୍ ଆସିବାର କାରଣ କଣ ? ଜାଣନ୍ତୁ ଏହା ଦ୍ଵାରା ହୋଇଥାଏ କେଉଁ ସମସ୍ଯା ? Dr Supriya Puranik

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନଙ୍କ ଠାରେ ପ୍ରତି ମାସରେ ମାସିକ ଋତୁସ୍ରାବ ହୋଇଥାଏ । ତେବେ ପିରିଅଡ୍ କାହିଁକି ହୋଇଥାଏ । ଏହା ସହିତ ପିରିଅଡ୍ ରେ ହେଉଥିବା ବ୍ଲଡ଼ପ୍ଲୋ ଠିକ ଭାବରେ ନହେବାର କାରଣ କଣ ହୋଇଥାଏ ସେହି ବିଷୟରେ ଆଲୋଚନା କରିବା । ପ୍ରତ୍ଯେକ ମାସରେ ମହିଳା ମାନଙ୍କୁ ପ୍ରକୃତି ଦତ୍ତ ମା’ ହେବାର ଯୋଗ୍ୟତା ଆସିଥାଏ । ତେବେ ପିରିଅଡ ହେବାର ୧୪ ଦିନ ପୂର୍ବରୁ ଓଭୂଲେସନ ଡେଟ ରହିଥାଏ ।

ମହିଳାର ଅଣ୍ଡାଶୟରୁ ପ୍ରତ୍ଯେକ ମାସ ଗୋଟିଏ ଅଣ୍ଡା ବାହାରିଥାଏ । ସେହି ଅଣ୍ଡା ଯେତେବେଳେ ଏକ ଭୃଣ ହୋଇଯାଇଥାଏ । ତାହାକୁ ପୋଷଣ ଦେବା ପାଇଁ ଏକ ପରସ୍ତ ସୃଷ୍ଟି ହୋଇଥାଏ । ଯାହାକୁ ଏଣ୍ଡୋମେଟିରମ କୁହାଯାଇଥାଏ । ଯଦି ମହିଳା କଂସିବ କରିନଥାଏ । ତେବେ ଅଣ୍ଡା ବାହାରିବାର ୧୪ ଦିନ ପରେ ଏହା ଫାଟିଯାଇଥାଏ ।

ଯାହାକୁ ମହିଳାଙ୍କର ପିରିଅଡ ହେଲା ବୋଲି କୁହାଯାଇଥାଏ । ସେହି ପରସ୍ତ ଯଦି କମ୍ ତିଆରି ହୋଇଥାଏ । ତେବେ ପିରିଅଡରେ ବ୍ଲଡ଼ କମ୍ ବ୍ଲିଡିଙ୍ଗ ହୋଇଥାଏ । ଯଦି ପରସ୍ତ ଅଧିକ ତିଆରି ହୋଇଥାଏ । ତେବେ ମହିଳାର ପିରିଅଡ ସମୟରେ ଅଧିକ ବ୍ଲଡ଼ ବ୍ଲିଡିଙ୍ଗ ହୋଇଥାଏ । ତେବେ ଏହା ହରମୋନ ଉପରେ ନିର୍ଭର କରିଥାଏ । ପିରିଅଡରେ କମ୍ ବ୍ଲିଡିଙ୍ଗ ହେବାର ବହୁତ ଗୁଡିଏ କାରଣମାନ ରହିଥାଏ ।

ଯେପରି ପ୍ରଥମ କାରଣ ହେଉଛି ବଂଶାନୁଗତ । ଯଦି ଜଣେ ଝିଅର ମା କିମ୍ବା ଭଉଣୀର କମ୍ ବ୍ଲିଡିଙ୍ଗ ହେଉଥାଏ । ତେବେ ସେହି ଝିଅର ମଧ୍ୟ କମ୍ ବ୍ଲିଡିଙ୍ଗ ହେବାର ସମ୍ଭାବନା ରହିଥାଏ । ଦିତୀୟରେ ବକାରଣ ହେଉଛି ବୟସ । ପ୍ରଥମ ବର୍ଷ ପିରିଅଡ ହେବାର କିମ୍ବା ମେନୋପୋଜ ହେବାର ୧ ରୁ ୨ ବର୍ଷ ପୂର୍ବ ସମୟ ଯେଉଁ ସମୟ ଅବଧି ରହିଥାଏ । ତେବେ ସେହି ସମୟ ମାନଙ୍କରେ ବ୍ଲିଡିଙ୍ଗ କମ୍ ହେବାର ସମ୍ଭାବନା ବହୁତ ରହିଥାଏ ।

ତୃତୀୟ କାରଣ ହେଉଛି ମହିଳା ମାନେ ଯେତେବେଳେ ବ୍ରେଷ୍ଟ ଫିଡିଙ୍ଗ କରାଇଥାନ୍ତି । ସେତେବେଳେ ମଧ୍ୟ ତାଙ୍କ କ୍ଷେତ୍ରରେ ପିରିଅଡ ବେଳେ ବ୍ଲିଡିଙ୍ଗ କମ୍ ହେବାର ସମ୍ଭାବନା ରହିଥାଏ । ଏପରି କିଛି ମେଡ଼ିସିନ ମଧ୍ୟ ଅଛି । ଯାହାର ସେବନ ଦ୍ଵାରା ମହିଳାର ବ୍ଲଡ଼ ବ୍ଲିଡିଙ୍ଗ କମ୍ ରହିଥାଏ । ମହିଳା ଗର୍ଭବତୀ ହେଲେ ଯେତେବେଳେ ତେବେ ମହିଳାର ପିରିଅଡ ନିୟମିତ ହେଉଥିବା ସମୟରେ ହଟାତ ବନ୍ଦ ହୋଇଯାଇଥାଏ ।

ତେବେ ଏହା ସାଧାରଣ କଥା ଅଟେ । ଦିତୀୟରେ ଯେତେବେଳେ କୌଣସି ମହିଳା ହଟାତ ଖୁସି କିମ୍ବା ଅଧିକ ଟେନସନରେ ରହିଜାଇଥାଏ । ତେବେ ସେପରି କ୍ଷେତ୍ରରେ ମଧ୍ୟ ପିରିଅଡ ବ୍ଲିଡିଙ୍ଗ ସ୍ଲୋ ହୋଇଯାଇଥାଏ । କାରଣ ବ୍ରେନରୁ ସୂଚନା ପାଇଁ ଅଭାରୀକୁ ଯାଉଥିବା ହରମୋନ ବ୍ଲକ ହୋଇଯାଇଥାଏ।  ଯେତେବେଳେ କୌଣସି ମହିଳା ଓଜନ ଘଟାଇବା ପାଇଁ ଡାଏଟିଙ୍ଗ କରିଥାଏ ।

ତେବେ ତା’ ର ଶରୀରରେ ଫ୍ୟାଟ କମ୍ ହୋଇଯାଇଥାଏ । ଯାହା ଯୋଗୁ ପିରିଅଡରେ ବ୍ଲଡ଼ ଫ୍ଲୋ ବେଶି ହୋଇନଥାଏ । ତେବେ ଏହି ସବୁ କାରଣ ଗୁଡିକ ଯୋଗୁ ପିରିଅଡରେ ବ୍ଲଡ଼ ଫ୍ଲୋ କମ୍ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *