ବନ୍ଧୁଗଣ ଅନେକ ଲୋକ ରକ୍ତ ଚାପ ସମସ୍ୟା ରେ ପୀଡ଼ିତ । ରକ୍ତ ଚାପ କଣ୍ଟ୍ରୋଲ ରେ ନରହିଲେ ସ୍ୱାସ୍ଥ୍ୟ ଗତ ଅସୁବିଧା ପରିଲକ୍ଷିତ ହୋଇଥାଏ । ରକ୍ତ ଚାପ ବଢ଼ିଗଲେ ଉଚ୍ଚ ରକ୍ତଚାପ ହୁଏ ଏବଂ ରକ୍ତ ଚାପ କମିଗଲେ ଲୋ ରକ୍ତଚାପ ହୁଏ । ଦୁଇଟି ଯାକ ସମସ୍ୟା ଗମ୍ଭୀର ସମସ୍ୟା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ନିମ୍ନ ରକ୍ତ ଚାପ ରୁ ତୁରନ୍ତ ରକ୍ଷା ପାଇ ପାରିବେ ।
ଶରୀରରେ ରକ୍ତଚାପ ହ୍ରାସ ହେତୁ ଅନେକ ଥର ରକ୍ତ ଆବଶ୍ୟକୀୟ ଅଙ୍ଗରେ ପହଞ୍ଚେ ନାହିଁ, ଯାହା ସେମାନଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରେ, ତେଣୁ ହୃଦୟ, କିଡନୀ, ଫୁସଫୁସ ଏବଂ ମସ୍ତିଷ୍କ ଆଂଶିକ କିମ୍ବା ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିପାରେ । ଆଜି ଆମେ ଆପଣଙ୍କୁ କିଛି ପ୍ରତିକାର ବିଷୟରେ କହିବାକୁ ଯାଉଛୁ ଯାହା ରକ୍ତଚାପ କମ୍ ହେଲେ ତୁରନ୍ତ ଆରାମ ଦେବ । କାରଣ ଲୋ ବ୍ଲଡ଼ ପ୍ରେସର ଫଳରେ ମୁଣ୍ଡ ବୁଲେଇ ଥାଏ ଦୁର୍ବଳ ଲାଗିଥାଏ ।
ଚାଲିବାକୁ ମଧ୍ୟ ବଳ ପାଏ ନାହିଁ । ତେଣୁ ଏହି ସମସ୍ୟା କୁ ଆଦୌ ହାଲୁକାରେ ନେବା ଉଚିତ ନୁହେଁ । ତୁରନ୍ତ ଏହି ପଦକ୍ଷେପଗୁଡିକ କରନ୍ତୁ :
ଲୁଣ ପାଣି ପିଇବା ଦ୍ୱାରା ଆପଣଙ୍କର ରକ୍ତଚାପ ତୁରନ୍ତ ସ୍ୱାଭାବିକ ହେବ କାରଣ ଲୁଣରେ ସୋଡିୟମ୍ ମିଳିଥାଏ, ଏହା ଆପଣଙ୍କୁ ନିମ୍ନ ରକ୍ତଚାପ ସମସ୍ୟାରୁ ମୁକ୍ତି ଦେବ ।
ନିମ୍ନ ରକ୍ତଚାପର ରୋଗୀ କିସାମିସ୍ ବ୍ୟବହାର କରିବା ଉଚିତ୍, ରାତି ରୁ କିଛି ଗ୍ରାମ କିସମିସ୍ ଭିଜାଇ ସକାଳେ ଖାଲି ପେଟରେ ଖାଇବା ଉଚିତ୍ । ଏହା ଆପଣଙ୍କୁ ନିମ୍ନ ରକ୍ତଚାପ ସମସ୍ୟାରୁ ମୁକ୍ତି ଦେବ । ତୁଳସୀ ପତ୍ର ଗ୍ରହଣ କରିବା ଦ୍ବାରା ଲୋ ବ୍ଲଡ଼ପ୍ରେସର ସମସ୍ୟା ମଧ୍ୟ ଦୂର ହୋଇପାରେ ।
ଆପଣ ଯେକୌଣସି ମହୁ ରସରେ 10 ରୁ 15 ଟି ତୁଳସୀ ପତ୍ର ମିଶାଇ ସେଥିରେ ମହୁ ମିଶାଇ ଖାଲି ପେଟରେ ପ୍ରତିଦିନ ଖାଇବା ଉଚିତ୍ । ଲେମ୍ବୁ ପାଣିରେ ଲୁଣ ଏବଂ ପାଣି ମିଶେଇ ପିଇବା ମଧ୍ୟ ରକ୍ତଚାପରେ ଭଲ କାମ ଦିଏ । ଏହା ପିଇବା ପରେ ପେଟ ମଧ୍ୟ ଥଣ୍ଡା ରୁହେ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।