Vastu Tips- ପ୍ରତିଦିନ ସନ୍ଧ୍ୟାରେ ଏମିତି ଜଳାନ୍ତୁ ଦୀପ ଓ ନିଜେ ଦେଖନ୍ତୁ ଚମତ୍କାର, ଦୁନିଆର ସବୁ ସୁଖ ଆପଣଙ୍କ ପାଦ ତଳେ ରହିବ

ନମସ୍କାର ବନ୍ଧୁଗଣ ଆପଣ ପ୍ରତିଦିନ ସକାଳୁ ଉଠି ପୂଜା କରିବା ସମୟରେ ଦୀପ ତ ନିଶ୍ଚୟ ଜଳାଉ ଥିବେ । ଦୀପ ଜଳାଇବା ସମୟରେ ତାର ମଧ୍ୟ ଏକ ସ୍ୱତନ୍ତ୍ର ଵିଧି ବିଧାନ ରହିଛି । ଆମେ ଯେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଦୀପ ଟିଏ ନିଶ୍ଚିତ ଜାଳି ଥାଉ ।

କାରଣ ଏହି ଦୀପ ମାଧ୍ୟମ ହୋଇଥାଏ ଈଶ୍ୱର ଙ୍କ ସହ ଯୋଡି ହୋଇ ରହିବା ପାଇଁ । ଦୀପ ର ପ୍ରକାଶ ର ମାଧ୍ୟମରେ ଆମେ ପରମ ପିତା ଈଶ୍ୱର ଙ୍କ ସହ ଯୋଡି ହୋଇ ରହିଥାଉ । ଆମ ହିନ୍ଦୁ ଧର୍ମ ରେ ଆମେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ପୂଜା ପାଠ କଲା ସମୟରେ ଦୀପ ନିଶ୍ଚିତ ଜାଳିଥାଉ । ଦେବୀ ଦେଵତା ଙ୍କ ସମ୍ମୁଖରେ ଯେଉଁ ଭଳି ମନୋକାମନା ଥାଏ ସେହି ଅନୁସାରେ ଦୀପ ରେ ଘିଅ କିମ୍ବା ତେଲ ଢାଳି ଜଳାଉ ଥାଉ ।

ଏହା ଦ୍ୱାରା ଆମ ଇଷ୍ଟ ଦେଵତା ଆମ ଉପରେ ପ୍ରସନ୍ନ ରହିଥାନ୍ତି । ଏହା ଛଡା ଦୀପ ଜଳାଇବା ସମୟରେ ଅନେକ ମନ୍ତ୍ର ମଧ୍ୟ ରହିଛି । ଏବଂ ଦୀପ ରେ କଣ ଢାଳିବା ଏବଂ କଣ କରିବା ଦ୍ୱାରା ଈଶ୍ୱର ଖୁସି ହୋଇ ଥାଆନ୍ତି ଏବଂ ଆମର ସମସ୍ତ ଅସୁବିଧା ମଧ୍ୟ ଦୁର ହେବ ଆସନ୍ତୁ ଜାଣିବା ।

ଆପଣ ଯେତେବେଳେ ବି ଦୀପ ଜଳାନ୍ତୁ ଆପଣ ପୁରୁଷ ହୁଅନ୍ତୁ କିମ୍ବା ମହିଳା ଯେତେବେଳେ ବି ଦୀପ ଜଳାନ୍ତୁ ନିଜ ମୁଣ୍ଡ କୁ ଘୋଡାଇ ଅର୍ଥାତ ମୁଣ୍ଡ ରେ ଗାମୁଛା କିମ୍ବା ଲୁଗା ଦେଇ ଜଳାନ୍ତୁ । ମୁଣ୍ଡ କୁ ଖୋଲା ରଖି କରି ଦୀପ ଜାଳିବା ଉଚିତ ନୁହେଁ । ଅନେକ ଲୋକ ଏହି ଭୁଲ କରିଥାନ୍ତି କି ଦୀପ ଜଳାଇବା ସମୟରେ ମୁଣ୍ଡ କୁ ଖୋଲା ରଖି ଥାଆନ୍ତି ।

ଏହା ଛଡା ସବୁବେଳେ ନିଜ ଘରେ ଈଶ୍ୱରଙ୍କ ଆଗରେ ଦୀପ ଟିଏ ଜାଳିବା ଉଚିତ କାରଣ ଏହା ଦ୍ୱାରା ଆମ ଘରେ ରହୁଥିବା ସମସ୍ତ ନକରାତ୍ମକ ଉର୍ଜା ଦୁର ହୋଇଥାଏ ଏବଂ ଘରେ ସମସ୍ତ ଙ୍କ ଦେହ ମଧ୍ୟ ଭଲ ରୁହେ । ଘରେ ଦୀପ ଜଳେଇବା ଦ୍ୱାରା ଏକ ପ୍ରକାର ସକରାତ୍ମକ ଭାବନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ସୃଷ୍ଟି ହୋଇଥାଏ ।

ଯଦି ଆପଣଙ୍କ ଘରେ ପ୍ରାୟତଃ ଅନେକ ଲୋକ ବେମାର ରୁହନ୍ତି କିମ୍ବା ଧନ ହାନି ଏହାଛଡା ଅନେକ ସମସ୍ୟା ଦେଖାଯାଏ ତେବେ ଆପଣ ଘିଅ ର ଦୀପ କିମ୍ବା ସୋରିଷ ତେଲ ର ଦୀପ କିମ୍ବା ରାଶି ତେଲ ର ଦୀପ କୁ ପୂର୍ବ ଦିଗରେ ଲଗାନ୍ତୁ ଏହା ଦ୍ୱାରା ଏହି ସବୁସମସ୍ୟା ଦୁର ହୋଇଥାଏ ।

ଯଦି ଆପଣଙ୍କ ଘରେ ଧନର ସମସ୍ୟା କିମ୍ବା ବ୍ୟବସାୟ ଏବଂ ଚାକିରୀ ର ସମସ୍ୟା ଅଧିକ ଦେଖାଯାଏ ତେବେ ଆପଣ ଉତ୍ତର ଦିଗରେ ଏକ ଘିଅର ଦୀପ ଜଳାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଏହି କାର୍ଯ୍ୟ ଯେଉଁ ବ୍ୟକ୍ତି ଏହି ସମସ୍ୟା ର ସମ୍ମୁଖୀନ ହେଉଛି ସେ କରିବ ତେବେ ଏହାର ଫଳ ଶୀଘ୍ର ମିଳିବ । ତେବେ ଆପଣ ଙ୍କୁ ଏହି ନିୟମ ର ପାଳନ କିମ୍ବା ଏହି ଉପାୟ କୁ ସବୁଦିନ କରିବା ଅନିବାର୍ୟ୍ଯ ଅଟେ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *