Vastu Tips- ପ୍ରତିଦିନ ପୂଜାରେ ଦୀପ ଜଳାଇବା ପରେ କହି ଦିଅନ୍ତୁ ଏହି 3 ଟି ଶବ୍ଦ, କେତେ ବଡ ଶତୃ ହେଇଥାଉ ନା କାହିଁକି ଦୟାର ଭିକ ମାଗିବ

ନମସ୍କାର ବନ୍ଧୁଗଣ ଆପଣ ପ୍ରତିଦିନ ସକାଳୁ ଉଠି ପୂଜା କରିବା ସମୟରେ ଦୀପ ତ ନିଶ୍ଚୟ ଜଳାଉ ଥିବେ । ଦୀପ ଜଳାଇବା ସମୟରେ ତାର ମଧ୍ୟ ଏକ ସ୍ୱତନ୍ତ୍ର ଵିଧି ବିଧାନ ରହିଛି ।

ଆମେ ଯେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଦୀପ ଟିଏ ନିଶ୍ଚିତ ଜାଳି ଥାଉ । କାରଣ ଏହି ଦୀପ ମାଧ୍ୟମ ହୋଇଥାଏ ଈଶ୍ୱର ଙ୍କ ସହ ଯୋଡି ହୋଇ ରହିବା ପାଇଁ ।

ଦୀପ ର ପ୍ରକାଶ ର ମାଧ୍ୟମରେ ଆମେ ପରମ ପିତା ଈଶ୍ୱର ଙ୍କ ସହ ଯୋଡି ହୋଇ ରହିଥାଉ । ଆମ ହିନ୍ଦୁ ଧର୍ମ ରେ ଆମେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ପୂଜା ପାଠ କଲା ସମୟରେ ଦୀପ ନିଶ୍ଚିତ ଜାଳିଥାଉ । ଦେବୀ ଦେଵତା ଙ୍କ ସମ୍ମୁଖରେ ଯେଉଁ ଭଳି ମନୋକାମନା ଥାଏ ସେହି ଅନୁସାରେ ଦୀପ ରେ ଘିଅ କିମ୍ବା ତେଲ ଢାଳି ଜଳାଉ ଥାଉ ।

ଏହା ଦ୍ୱାରା ଆମ ଇଷ୍ଟ ଦେଵତା ଆମ ଉପରେ ପ୍ରସନ୍ନ ରହିଥାନ୍ତି । ଏହା ଛଡା ଦୀପ ଜଳାଇବା ସମୟରେ ଅନେକ ମନ୍ତ୍ର ମଧ୍ୟ ରହିଛି । ଏବଂ ଦୀପ ରେ କଣ ଢାଳିବା ଏବଂ କଣ କରିବା ଦ୍ୱାରା ଈଶ୍ୱର ଖୁସି ହୋଇ ଥାଆନ୍ତି ଏବଂ ଆମର ସମସ୍ତ ଅସୁବିଧା ମଧ୍ୟ ଦୁର ହେବ ଆସନ୍ତୁ ଜାଣିବା ।

ପ୍ରଥମ କଥା ହେଉଛି ଆପଣ ଯେତେବେଳେ ବି ଦୀପ ଜଳାନ୍ତୁ ଆପଣ ପୁରୁଷ ହୁଅନ୍ତୁ କିମ୍ବା ମହିଳା ଯେତେବେଳେ ବି ଦୀପ ଜଳାନ୍ତୁ ନିଜ ମୁଣ୍ଡ କୁ ଘୋଡାଇ ଅର୍ଥାତ ମୁଣ୍ଡ ରେ ଗାମୁଛା କିମ୍ବା ଲୁଗା ଦେଇ ଜଳାନ୍ତୁ । ମୁଣ୍ଡ କୁ ଖୋଲା ରଖି କରି ଦୀପ ଜାଳିବା ଉଚିତ ନୁହେଁ । ଅନେକ ଲୋକ ଏହି ଭୁଲ କରିଥାନ୍ତି କି ଦୀପ ଜଳାଇବା ସମୟରେ ମୁଣ୍ଡ କୁ ଖୋଲା ରଖି ଥାଆନ୍ତି ।

ଦ୍ୱିତୀୟ ରେ ହେଉଛି ଦୀପ ଜଳାଇବା ସମୟରେ ଦୀପ ତଳେ ଗୋଟା ଚାଉଳ କିମ୍ବା ପତ୍ର ନଚେତ କିଛି ଫୁଲ ଦେଇ ତା ଉପରେ ଦୀପ ଜଳାଇବା ଉଚିତ । ନଚେତ ଏହି ପୂଜା କୁ ଭଗବାନ ସ୍ୱୀକାର କରନ୍ତି ନାହିଁ । କାରଣ ଦୀପ ଜଳାଇବା ଦ୍ୱାରା ଈଶ୍ୱର ଖୁସି ହୋଇ ଥାନ୍ତି । ଏବଂ ଆମ ଉପରେ ତାଙ୍କ କୃପା ମଧ୍ୟ ରଖିଥାନ୍ତି ।

ଯଦି ଆପଣ ଚାହାନ୍ତି କି ମାଆ ଭଗବତୀ ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତୁ ତେବେ ଆପଣ ରାଶି ତେଲର ଦୀପ ଜଳାନ୍ତୁ । ଏବଂ ଏଥିରେ ସଳିତା ତୁଳା ରେ କରନ୍ତୁ ନାହିଁ ସୁତା ରେ ବଳିତା ପ୍ରସ୍ତୁତ କରି ଜଳାନ୍ତୁ ।

ଯଦି ଆପଣ ଙ୍କ ଶତ୍ରୁ କିମ୍ବା ବିରୋଧୀ ଆପଣ ଙ୍କୁ ହଇରାଣ କରନ୍ତି କିମ୍ବା ଆପଣଙ୍କ ଉପରେ ଆକ୍ରମଣ କରନ୍ତି ତେବେ ଆପଣ ତାଙ୍କ ଠାରୁ ମୁକ୍ତି ଚାହିଁ ଥାଆନ୍ତି ଏବଂ ସେ ଆପଣ ଙ୍କୁ ଆକ୍ରମଣ ନ କରନ୍ତୁ ବୋଲି ଚାହୁଁଛନ୍ତି ତେବେ ଆପଣ ପୂଜା କରିବା ସମୟରେ ସୋରିଷ ତେଲ ରେ ଦୀପ ଜଳାନ୍ତୁ ଏହା ଦ୍ୱାରା ଶତ୍ରୁ ଆପଣ ଙ୍କ ନିକଟକୁ ଆସେ ନାହିଁ । ଏବଂ ସୋରିଷ ତେଲ ରେ ଦୀପ କରିବା ସହିତ ସେଥିରେ ଦୁଇଟି ଲବଙ୍ଗ ମଧ୍ୟ ରଖନ୍ତୁ ।

ଦୀପ ଜଳାଇବା ସମୟରେ ଏହି ମନ୍ତ୍ର କହିବା ଦ୍ୱାରା ଆପଣ ଙ୍କ ଜୀବନରେ ସମସ୍ତ ଅସୁବିଧା କଷ୍ଟ ଦୁର ହୋଇ ଯିବ । ସେହି ମନ୍ତ୍ର ଟି ହେଉଛି- ଶୁଭମ କରୋତି କଲ୍ୟାନଂ, ଆରୋଗ୍ୟଙ୍ଗ ଧନ ସଂପଦାମ, ଶତ୍ରୁ ବୁଦ୍ଧି ବିନାଶୟ, ଦୀପଙ୍ଗ ଜ୍ୟୋତି ନମୋସ୍ତୁତେ । ଏହା ଛଡା କେବେବି ଭଙ୍ଗା ଦୀପ ଜଳେଇବେ ନାହିଁ । ମାଟି ର ଦୀପ ସବୁଠାରୁ ଶୁଭ ହୋଇଥାଏ । ଏହି ବିଧି ରେ ଏବଂ ଉପାୟ ରେ ଦୀପ ଜାଳିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *