ବନ୍ଧୁଗଣ, ଆମ୍ଭର ମାସ ମାନଙ୍କ ମଧ୍ୟରେ ପ୍ରଥମ ମାସ ଅଥବା ଆଦ୍ୟ ମାସ ହେଉଛି ମାର୍ଗଶିର ମାସ । ଏଥିପାଇଁ ମାର୍ଗଶିର ମାସର ପ୍ରଥମ ଅଷ୍ଟମୀ କୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଥାଏ । ପ୍ରଥମାଷ୍ଟମୀ ରେ ଆମ୍ଭ ଓଡିଶା ର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ପୂଜା କରାଯାଇଥାଏ । ଯାହା ଘରେ ଯେଉଁଭଳି ଭାବରେ ପୂଜା ପ୍ରଚଳିତ ସମସ୍ତେ ସେହିଭଳି ଭାବରେ ପୂଜା କରିଥାନ୍ତି ।
ବିଶେଷ କରି ବୋହୁମାନେ ନିଜ ଶାଶୁ ମାନଙ୍କୁ ଅନୁସରଣ କରିଥାନ୍ତି । କିନ୍ତୁ ଯଦି ଆପଣ ବାହାରେ ରହୁଛନ୍ତି ଅଥବା ଘରେ ଶାଶୁ ମା’ ନାହାଁନ୍ତି ତେବେ କିଭଳି ଭାବରେ ପୂଜା କରିବେ ଆଜି ଆମ୍ଭେ ତାହା କହିବାକୁ ଯାଉଅଛୁ । ଆପଣ ସେଦିନ ଗୋଟିଏ କଳସ ସ୍ଥାପନା କରିବେ । କଳସ ରେ ପଞ୍ଚଦେବତା ଙ୍କୁ ଆପଣ ପୂଜା କରିବେ । ପଞ୍ଚଦେବତା ଙ୍କୁ ପୂଜା କରି ଆମ୍ଭେ ଯେଉଁ କାର୍ଯ୍ୟ କରିବା ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।
ଯେ ହେତୁ ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନ ନୂତନ ବସ୍ତ୍ର ପିନ୍ଧିବେ, ଏଣୁ ସବୁ ଦେବାଦେବୀ ଙ୍କୁ, ମାତା ବୃନ୍ଦାବତୀ ଙ୍କୁ, ଗ୍ରାମ ଦେବୀ ଙ୍କୁ ସମସ୍ତଙ୍କୁ ଆପଣ ନୂତନ ବସ୍ତ୍ର ଅର୍ପଣ କରି ପାରିବେ । ଯଦି ବସ୍ତ୍ର ନ ଦେଇ ପାରୁଛନ୍ତି ତେବେ ନୂତନ ରକ୍ଷା ସୂତ୍ର ମଧ୍ୟ ଦେବତାଙ୍କୁ ଆପଣ ଅର୍ପଣ କରିପାରିବେ । ପିଲାଙ୍କୁ ସେଦିନ ହଳଦୀ ଲଗାଇ ସ୍ନାନ କରାଇଦେବେ ।
ଯଦି ଝିଅ ହୋଇଥିବେ ତେବେ ପାଦରେ ଅଳତା ଲଗାଇଦେବେ, ଏବଂ ପୁଅ ହୋଇଥିଲେ ଉଭୟଙ୍କୁ ଚନ୍ଦନ ଟୀକା ଲଗାଇଦେବେ । ଚନ୍ଦନ, ସିନ୍ଦୁର, ହଳଦୀ ଠାକୁରଙ୍କ ପାଖରେ ପୂଜା କରି ଲଗାଇ ଦିଅନ୍ତୁ । ଏହାପରେ ପିଲା ମାନଙ୍କୁ ବନ୍ଦାପନା କରିବା ପାଇଁ ଏକ ଥାଳି ପ୍ରସ୍ତୁତ କରନ୍ତୁ । ରାକ୍ଷୀ ପୂର୍ଣ୍ଣିମା ରେ ଯେଉଁ ଭଳି ଥାଳି ସଜା ହୁଏ ସେହିଭଳି ଏକ ଥାଳି ପ୍ରସ୍ତୁତ କରନ୍ତୁ ।
ପୁଷ୍ପ, ଦୁବ, ବରକୋଳି ପତ୍ର ଏହି ସବୁ ଜିନିଷ ପିଲାର ମଥାରେ ଦେଇ ଫୁଲଟିଏ ଖୋସିଦେବେ ଏବଂ ଗୋଟିଏ ଆଳତି ଦୀପ ଆପଣ ଅଲଗା ରଖିଥିବେ ସେହି ଦୀପରେ ପିଲାକୁ ବନ୍ଦାପନା କରିବେ । ପଞ୍ଚଦେବତା ଙ୍କୁ ପୂଜା କରିବା ନିମନ୍ତେ ଯେଉଁ କଳସ ସ୍ଥାପନା କରିବେ, ସେ କଳସ ଆପଣ ଠାକୁର ଘରେ ହିଁ ସ୍ଥାପନା କରି ପାରିବେ । ଯେତେବେଳେ କଳସ ସ୍ଥାପନ କରିବେ କଳସ ର ମୁଖ ପୂର୍ବ କୁ ଅଥବା ପଶ୍ଚିମ କୁ ରହିବ ।
ଯେତେବେଳେ କଳସ କୁ ପୂଜା କରିବେ ପୂର୍ବମୁଖା ହୋଇ ପୂଜା କରିବେ ନଚେତ ଉତ୍ତର ମୁଖ ହୋଇ ପୂଜା କରିବେ । ପୂଜା ସ୍ଥାନରେ ମୁରୁଜକ ଅଥବା ଚିତା ପକାଇ ପାରନ୍ତି । ଘର ଠାକୁର ଙ୍କ ପାଖରେ ଏନ୍ଡ଼ୁରୀ ପିଠା ଭୋଗ କରିବେ ଏବଂ ପିଲା ମାନଙ୍କୁ ମଧ୍ୟ ଏହି ପିଠା ଖାଇବାକୁ ଦେବେ । ଯିଏ ବଡ ଅର୍ଥାତ ପ୍ରଥମ ପିଲା ହୋଇଥିବ ସେ ହିଁ ପ୍ରଥମେ ପିଠା ଖାଇବେ ଏହା ପରେ ସମସ୍ତେ ।
ବ୍ରହ୍ମପୁରାଣର ଉତ୍ତର ଖଣ୍ଡ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବ୍ରତ କଥାରେ ଲେଖା ଅଛି ଅଷ୍ଟମୀ ତିଥିରେ ପ୍ରଭୁ ଜନ୍ମ ଗ୍ରହଣ କରିଥିଲେ । ଏଣୁ ପ୍ରଭୁଙ୍କୁ 8 ପ୍ରକାରର ଫଳ ଅର୍ପଣ କରାଯିବ, କିନ୍ତୁ ଏଥିରେ ନାରିକେଳ ଅର୍ଥାତ ନଡିଆ କୁ ନିଷେଧ ବୋଲି ମନା ଯାଇଛି । ଏହା ସହିତ ଅସଲି ଖଡିରତ୍ନ ପଞ୍ଜିକା ରେ ମଧ୍ୟ ସ୍ପଷ୍ଟ ଭାବରେ ଲେଖା ଅଛି କି ଯେ କୌଣସି ଅଷ୍ଟମୀ ତିଥି ହେଉ ନା କାହିଁକି ଏଥିରେ ନଡିଆ ଖାଇବା ମନା । ଯେଉଁ ଭୁଲ ଆମେ ସମସ୍ତେ କରୁଥାଉ ।
ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ