ଭାରତ ସବୁବେଳେ ଜଡିବୁଟି ର କେନ୍ଦ୍ର ବିନ୍ଦୁ ରହି ଆସିଛି। ଭାରତରେ ଆୟୁର୍ବେଦିକ ଚିକିତ୍ସା ବହୁତ ପୂର୍ବରୁ ଚାଲି ଆସିଛି। କେବଳ ଭାରତରେ ଏମିତି ଔଷଧୀୟ ବୃକ୍ଷ ମିଳିଥାଏ ଯାହାର ବ୍ୟବହାର ମଧ୍ୟ ଭାରତୀୟ ବହୁତ ବର୍ଷ ପୂର୍ବରୁ ଜାଣିଛନ୍ତି।ବ୍ରାହ୍ମୀର ଉପଯୋଗ ହଜାର ବର୍ଷ ପୂର୍ବରୁ ଆୟୁର୍ବେଦରେ ବ୍ୟବହାର କରାଯାଇଥାଏ। ଜଡିବୁଟି ରୂପେ ସବୁଠାରୁ ଅଧିକ ବ୍ରାହ୍ମୀ ଫୁଲର ବ୍ୟବହାର କରାଯାଇଥାଏ ।
ଏହା ମସ୍ତିଷ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହିକାରଣରୁ ଏହାକୁ ବ୍ରେନ ବୃଷ୍ଟର ମଧ୍ୟ କୁହାଯାଇଥାଏ। ଏଥିସହ ବ୍ରାହ୍ମୀରେ ଅନେକ ମହତ୍ତ୍ୱପୂର୍ଣ୍ଣ ଗୁଣ ମଧ୍ୟ ଭରି ରହିଛି, ଯାହାଦ୍ୱାରା ଶରୀରର ଅନେକ ସମସ୍ୟା ଚିକିତ୍ସା କରିବାରେ ସମ୍ଭବ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ଏହା ଦ୍ୱାରା ଅନ୍ୟ କେଉଁ ସବୁ ଲାଭ ମିଳିଥାଏ ।ବ୍ରାହ୍ମୀରେ ନାଇଟ୍ରିକ୍ ଅକ୍ସସାଇଡ୍ ରହିଥାଏ। ଯାହାଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା କମିଥାଏ । ବ୍ରାହ୍ମୀ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ।ବ୍ରାହ୍ମୀ ଜଡିବୁଟି କ୍ୟାନସରକୁୁ ରୋକିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା କ୍ୟାନସର ପ୍ରତିରୋଧୀ ଗୁଣ ଥିବା କାରଣରୁ ଏହା ମସ୍ତିଷ୍କର ଟ୍ୟୁମର କୋଷିକା ବିକାଶକୁ ରୋକିବାରେ ସାହାଯ୍ୟ କରିଥାଏ।
ଏହି କାରଣରୁ ଯଦି କ୍ୟାନସର ପ୍ରଥମ ଷ୍ଟେଜ୍ ରେ ରହିଥାଏ ତେବେ ନିୟମିତ ବ୍ରାହ୍ମୀ ସେବନ କରନ୍ତୁ । ବ୍ରାହ୍ମୀରେ ଆଣ୍ଟିଡାୟବେଟିକ୍ ଗୁଣ ରହିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଡାଇବେଟିଜ୍ ସମସ୍ୟାକୁ ନିୟନ୍ତ୍ରଣ କରା ଯାଇପାରିବ । ଏହା ବ୍ୟତୀତ ବ୍ରାହ୍ମୀରେ ଆଣ୍ଟିହାଇପରଗ୍ଲାଇସେମିକ ଗୁଣ ମଧ୍ୟ ରହିଥାଏ, ଯାହାଦ୍ୱାରା ଟାଇପ୍-୨ ଡାଇବେଟିଜ୍ ରେ ବ୍ରାହ୍ମୀର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ।
ଯନ୍ତ୍ରଣା ଦୂର କରିବା ପାଇଁ ମଧ୍ୟ ବ୍ରାହ୍ମୀ ତେଲ ବ୍ୟବହାର କରାଯାଇଥାଏ। ଶରୀରରେ ଆଣ୍ଠୁ-ଗଣ୍ଠି ଏବଂ ମାଂସପେଶୀ ସମ୍ବନ୍ଧିତ ସମସ୍ତ ପ୍ରକାର ଯନ୍ତ୍ରଣା ଦୂର କରିବାରେ ଏହି ଔଷଧ ତେଲ ଲାଭକାରୀ ହୋଇଥାଏ ।
ସେହିଭଳି ଯେଉଁ ବ୍ୟକ୍ତିମାନଙ୍କର ଆସ୍ଥମା କିମ୍ବା ବ୍ରୋକାଇଟିସ୍ ଭଳି ଶ୍ୱାସ ସମ୍ବନ୍ଧିତ ସମସ୍ୟା ରହିଥାଏ ସେହି ବ୍ୟକ୍ତିମାନଙ୍କ ପାଇଁ ବ୍ରାହ୍ମୀ ଅର୍କ ଜୁସ୍ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହାଦ୍ୱାରା ଶ୍ୱାସ ନଳୀ ଦେଖା ଯାଉଥିବା ଜ୍ୱଳନ ଏବଂ ଫୁଲାପଣ ସମସ୍ୟା ଦୂର ହୋଇଥାଏ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସୂଚନା ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ