ପ୍ରଭୁ ଶିବଙ୍କୁ କିପରି କରିବେ ପ୍ରସନ୍ନ ? ବୃଷଭ କାନରେ କ’ଣ କହିଲେ ଶୀଘ୍ର ଶୁଣନ୍ତି ଭଗବାନ ଶିବ ? Lord Shiva

ବୃଷଭ କାନରେ କ’ଣ କହିଲେ ଶୀଘ୍ର ଶୁଣିବେ ଭୋଳାଶଙ୍କର ? ବନ୍ଧୁଗଣ ପ୍ରଭୁ ଭୋଳାଶଙ୍କର ଖୁବ ଶୀଘ୍ର ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ଯେଉଁ ଭକ୍ତ ପ୍ରଭୁ ଶିବଶଙ୍କର ଙ୍କର ନିଷ୍ଠାର ସହ ପୂଜା ଆରାଧନା କରିଥାଏ । ସେମାନଙ୍କ ମନସ୍କାମନା ଖୁବ ଶୀଘ୍ର ହିଁ ପ୍ରଭୁ ଶିବ ପୂରଣ କରିଦେଇଥାନ୍ତି ବୋଲି କୁହାଯାଇଥାଏ । ତେବେ ପ୍ରାଚୀନ କାଳରୁ ପ୍ରଭୁ ଭୋଳାନାଥଙ୍କର ପରମ ଭକ୍ତ ନନ୍ଦୀଙ୍କୁ ନେଇ ଏକ କଥା ପ୍ରଚଳିତ ହୋଇ ଆସୁଛି ।

ଯେ ଶିବ ମନ୍ଦିରକୁ ଯାଉଥିବା ଭକ୍ତ ଯଦି ନନ୍ଦୀଙ୍କ ଅର୍ଥାତ ବୃଷଭଙ୍କ କାନରେ ନିଜ ମନବାଞ୍ଛା ଜଣାଇଥାଏ । ତେବେ ସେହି ବ୍ୟକ୍ତିର ମନବାଞ୍ଛା ଅତି ଶୀଘ୍ର ହିଁ ପୂରଣ ହୋଇଯାଇଥାଏ । ତେବେ ଏ ସମ୍ପର୍କରେ ଆଜି ଏଠାରେ ସୁନ୍ଦର ଭାବେ ଆଲୋଚନା କରିବା । ଭଗବାନ ମହାଦେବଙ୍କର ଅନ୍ୟ ଏକ ନାମ ହେଉଛି ଆଶୁତୋଷ । କାରଣ ପ୍ରଭୁ ଆଶୁତୋଷ ଖୁବ ଶୀଘ୍ର ହିଁ ନିଜ ଭକ୍ତ ଉପରେ ପ୍ରସନ୍ନ ତଥା ସନ୍ତୁଷ୍ଠ ହୋଇଯାଇଥାନ୍ତି ।

ଯଦି ଭକ୍ତ ଶିବ ମନ୍ଦିରକୁ ଯାଇ ଅତ୍ୟଧିକ ପୂଜାସାମଗ୍ରୀ ନେଇ ପୂଜା ବଡ ଆଡମ୍ବର ସହକାରେ ଶିବଙ୍କର ପୂଜା ପାଠ ନକରି ମଧ୍ୟ ହୃଦୟରୁ ପ୍ରଭୁ ଭୋଳାନାଥଙ୍କୁ ଭକ୍ତି କରିଥାଏ । ଏଥିସହ ମନ୍ଦିରକୁ ଯିବା ସମୟରେ ଶିବ ମନ୍ଦିର ସାମ୍ନାରେ ରହିଥିବା ବୃଷଭ ଅର୍ଥାତ ନନ୍ଦୀ ମାହାରାଜାଙ୍କ କାନରେ ନିଜର ମନର କଥା ଖୋଲି କହିଦେଇଥାଏ । ତେବେ ସେହି ଭକ୍ତର ଗୁହାରୀ ପ୍ରଭୁ ଶଙ୍କର ଖୁବ ଶୀଘ୍ର ଶୁଣିନେଇଥାନ୍ତି ବୋଲି ଆମେ ଜାଣିଅଛୁ ।

ତେବେ ଯଦି ପୁରୁଷ ଲୋକ ନିଜର ମନବାଞ୍ଛା ବୃଷଭଙ୍କ କାନରେ କହିବାକୁ ଚାହୁଁଥାନ୍ତି । ତେବେ ସେ ନନ୍ଦୀ ମହାରାଜାଙ୍କ ଦକ୍ଷିଣ ଅର୍ଥାତ ଡାହାଣ କାନ ପଟେ କହିବା ବେଳେ ମହିଳା ମାନେ ବାମ ପଟ କାନରେ କହିବା ଦ୍ଵାରା ସେମାନଙ୍କର ମନବାଞ୍ଛା ପ୍ରଭୁ ଶଙ୍କର ଖୁବ ଶୀଘ୍ର ପୂରଣ କରିଦେଇଥାନ୍ତି । ପୁରୁଷ ହେଉ ଅବା ନାରୀ ମନର ଯାହା କିଛି ଇଛା ଅଭିଳାଶା ରହିଥାଏ ।

ସେ ସମ୍ପର୍କରେ ପ୍ରଭୁ ଶିବଶଙ୍କର ଙ୍କ ନିକଟକୁ ପହଞ୍ଚାଇବାରେ ନନ୍ଦୀ ମହାରାଜା ବିଶେଷ ଭାବେ ସାହାଜ୍ଯ କରିଥାନ୍ତି । ନନ୍ଦୀ ହେଉଛନ୍ତି ପ୍ରଭୁ ଶିବଙ୍କର ପରମ ଭକ୍ତ । ତେବେ ବୃଷଭ ହେଉଛନ୍ତି ସ୍ଵୟଂ ଭଗବାନ ବିଶନୁ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ପ୍ରଭୁ ଶିବଶଙ୍କର ଥରେ ନନ୍ଦୀ ମହାରାଜାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ଏପରି ବର ପ୍ରଦାନ କରିଥିଲେ । ଯେ ଯେଉଁ ଭକ୍ତ ନିଷ୍ଠା ସହକାରେ ତୁମ କାନରେ ତାଙ୍କର ଗୁହାରୀ ଜଣାଇଥାନ୍ତି ।

ସେହି ଭକ୍ତର ମନବାଞ୍ଛା ମୁଁ ଖୁବ ଶୀଘ୍ର ହିଁ ପୂରଣ କରିବି । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ । ତେବେ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *