ପିନ୍ଧି ପିନ୍ଧି କଳା ପଡିଯାଇଥିବା ଚାନ୍ଦିର ପାଉଁଜିକୁ ଏମିତି କରନ୍ତୁ ସଫା, ପୁରା ନୂଆ ଭଳି ଚିକଚିକ ଦେଖାଯିବ…ଆପଣ ବିଶ୍ବାସ ବି କରିପାରିବେ ନାହିଁ

ମହିଳା ମାନେ ପାଉଁଜି ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ପାଉଁଜି ସାଧାରଣତଃ ଚାନ୍ଦିର ଲଗାଇବା ବହୁତ ଭଲ ମାନାଯାଇଥାଏ । ତେବେ ଯଦି ଆପଣ କିମ୍ବା ଆପଣଙ୍କ ଘରର କୌଣସି ସଦସ୍ୟ ପାଉଁଜି ବ୍ୟବହାର କରନ୍ତି । ଆଉ ସେହି ପାଉଁଜି ବହୁ ସମୟ ଧରି ବ୍ୟବହାର କରିବା ପରେ ତାହାର ରଙ୍ଗ ମଳିନ ପଡିଯାଇ ତାହା କଳା ଦେଖାଯାଉଛି । ତେବେ ଚାନ୍ଦିର ପାଉଁଜିକୁ କିପରି ଭାବେ ଧଳା ଚକଚକ ପୁରା ନୂଆ ପରି ବନାଇବେ ଆଜି ସେହି ବିଷୟରେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ।

ତେବେ ପ୍ରଥମେ ଆପଣ ଏକ ପାତ୍ରରେ କିଛି ପାଣି ନେଇ ତାହାକୁ ଫୁଟାନ୍ତୁ । ସେହି ପାଣିରେ 2 ଚାମଚ ଚା’ ପତି ମିଶାନ୍ତୁ । ଯେଉଁ ଚା’ ପତି ବ୍ୟବହାର କରି ଆପଣ ଘରେ ଚାହା ପ୍ରସ୍ତୁତ କରନ୍ତି । ତାପରେ ଆପଣ କୌଣସି ଲୁଗାସଫା ଡିଟରଜେଣ୍ଟ ଅର୍ଥାତ ସର୍ଫ ସେଥିରେ କିଛି ମିଶାନ୍ତୁ । ତାପରେ ସେଥିରେ ଆପଣଙ୍କୁ ଗୋଟେ ଲେମ୍ବୁକୁ କାଟି ତାହାର ରସ ସେହି ପାଣିରେ ମିଶାନ୍ତୁ । ତାହା ସହ ଲେମ୍ବୁ ଚୋପା ମଧ୍ୟ ସେହି ଫୁଟୁଥିବା ପାଣିରେ ପକାଇ ଦିଅନ୍ତୁ ।

ଶେଷରେ ଆପଣ ସିଲଭର ଫଏଲର ଖଣ୍ଡେ ପେପର ସେଥିରେ ମିଶାନ୍ତୁ ଏବଂ ଆପଣଙ୍କର ଯାହା ବି ଚାନ୍ଦି ଜିନିଷ ରହିଛି । ଯାହାକୁ ଆପଣ ସଫା କରିବା ପାଇଁ ଚାହୁଁଛନ୍ତି । ସେଗୁଡିକୁ ଆପଣ ସେହି ଫୁଟୁଥିବା ପାଣିରେ ପକାଇ ଦିଅନ୍ତୁ । ଆପଣ ସେସବୁକୁ ପକାଇ 5 ମିନିଟ ପର୍ଯ୍ୟନ୍ତ ତାହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ ।

5 ମିନିଟ ପରେ ଆପଣ ଗ୍ଯାସ ବନ୍ଦ କରି ଦେଇ ଅଳ୍ପ ଟିକେ ଥଣ୍ଡା ହେବା ପରେ ସେହିସବୁ ଚାନ୍ଦି ଜ୍ବେଲେରୀ ଗୁଡିକୁ ଆପଣ ଏକ ଅଲଗା ପାଣିରୁ କାଢିକି ଅଲଗା ଜାଗାକୁ ନେଇ ଆସନ୍ତୁ । ତାପରେ ଆପଣଙ୍କ ପାଖରେ ଥିବା ସେହି ଲେମ୍ବୁ ଚୋପା ସାହାଜ୍ଯରେ ଚାନ୍ଦିର ସବୁ ଜ୍ବେଲେରୀକୁ 1 ରୁ 2 ଥର ଘଷି ସଫା କରିଦିଅନ୍ତୁ । ଶେଷରେ ଆପଣଙ୍କୁ କୋଲଗେଟ ପାଉଡରର ଆବଶ୍ୟକ ପଡିବ ।

ଆପଣ ସେହି ସବୁ ଜ୍ବେଲେରୀ ଉପରେ କୋଲଗେଟ ପାଉଡର ପକାଇ ତାହାକୁ ବ୍ରସ ସାହାଜ୍ଯରେ ଘଷିକି ସଫା କରି ଦେଖନ୍ତୁ ଓ ପରେ ପାଣିରେ ସେହି ସବୁ ଅଳଙ୍କାର ଗୁଡିକୁ 3 ରୁ 4 ଥର ଭଲ ଭାବେ ଧୋଇ ସଫା କରିଦେଇ ଏକ କପଡା ସାହାଜ୍ଯରେ ଯତ୍ନରେ ପୋଛି ଦିଅନ୍ତୁ । ଆପଣଙ୍କର ସବୁ ଚାନ୍ଦି ଅଳଙ୍କାର ଗୁଡିକ ପୁରା ନୂଆ ହୋଇ ଉଠିବ । ସବୁ ମଇଳା ସେଥିରୁ ବାହାରି ପୁରା ଚିକଚିକ ଦେଖାଯିବ ।

ଏହି ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତ ଆମକୁ କମେଣ୍ଟ କରିକି ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *