ପିମ୍ପୁଡି ମାନେ କାହିଁକି ଧାଡି ବାନ୍ଧି କରି ଯାଇଥାନ୍ତି, କ’ଣ ଏହାର ଉତ୍ତର ଆପଣ ମାନେ ଜାଣିଛନ୍ତି କି ?

ବନ୍ଧୁଗଣ ପିମ୍ପୁଡି ଏକ ବହୁତ କ୍ଷୁଦ୍ର ଜୀବ ଅଟେ । ହେଲେ ଯେତେବେଳେ ଅନୁଶାସନ ବା କିଛି ଭଲ କଥା କୁହାଯାଇଥାଏ । ସେବେ ଅନେକ ଥର ଆପଣ ମାନେ ପିମ୍ପୁଡିର ନାଁ ଶୁଣିବାକୁ ପାଇଥିବେ । କେମିତି ପିମ୍ପୁଡି ମାନେ ସବୁବେଳେ ଧାଡି ବାନ୍ଧି ହୋଇ ଚାଲିଯାଇଥାନ୍ତି । କେବେବି ଧାଡିରେ ରହି ଅନ୍ୟ ଜଣଙ୍କୁ ପଛକୁ ଘୋଷାଡ଼ନ୍ତି ନାହିଁ । ତେବେ ଏହିଭଳି ଅନେକ କିଛି ଭଲ ଭଲ ଉଦାହରଣ ପିମ୍ପୁଡି ମାନଙ୍କୁ ନେଇ କୁହାଯାଇଥାଏ । ତେବେ ପିମ୍ପୁଡି ମାନେ ଧାଡି ବାନ୍ଧି ସବୁବେଳେ କାହିଁକି ଯିବା ଆସିବା କରନ୍ତି, ତାହା କଣ ଆପଣ ଜାଣିଛନ୍ତି କି ?

ଏହି ଧାଡି ବାନ୍ଧି କରି ଯିବା ପିମ୍ପୁଡି ଜାତିର ଏକ ଅନୁଶାସନ ନିୟମ ନା ଏମାନେ ଏମିତି ସାଧାରଣ ଭାବେ ଧାଡିରେ ଯିବାକୁ ପସନ୍ଦ କରନ୍ତି ଆସନ୍ତୁ ଜାଣିବା । ପିମ୍ପୁଡି ଜଗତର ସବୁଠୁ ବଡ ଫାଇଲମ ଅର୍ଥ୍ରୋପୋଡାର ସଦସ୍ୟ ଅଟନ୍ତି । ଏଠାରେ ଅର୍ଥ୍ରୋ ମାନେ -ଯୋଡି ହୋଇ ରହିବା ପୋଡାର ଅର୍ଥ -ପାଦ । ଅର୍ଥ୍ରୋପୋଡାର ଅର୍ଥ ହେଲା ଏମିତି ଜନ୍ତୁ ଯୋଡି ହୋଇ ପାଦ ମିଳିଥାଏ । କ’ଣ ଆପଣ ଜାଣିଛନ୍ତି ମଶା ପିମ୍ପୁଡିର ଭାଇ ହୋଇଥାଏ ଓ ମଧୁମଖି ବଡ ଭଉଣୀ ।

ଯେମିତି ମଧୁମଖି, ମଶା, ମାଛି, ଅସରପା, ବିଛା, ଉକୁଣି ଏମାନେ ସବୁ ଜଣେ ଆଉ ଜଣକର ଭାଇଭଉଣୀ ହୋଇଥାନ୍ତି । ଏଥିରେ କିଛି ସଦସ୍ୟ ଏକେଲା ରହିବାକୁ ପସନ୍ଦ କରନ୍ତି ଆଉ କେତେକ ଦଳ ହୋଇ ରହିବାକୁ ପସନ୍ଦ କରିଥାନ୍ତି । ପିମ୍ପୁଡି ଗୋଟେ ସାମାଜିକ କୀଟ ଅଟେ ଯିଏ କଲୋନି ବା ସମୂହ କରି ରହିଥାଏ । ପିମ୍ପୁଡି ତିନି ପ୍ରକାର ଅଟନ୍ତି ରାଣୀ ପିମ୍ପୁଡି, ନର ପିମ୍ପୁଡି, ତଥା ମଜଦୁର ସ୍ତ୍ରୀ ପିମ୍ପୁଡି । ଏବେ ଆପଣ ପିମ୍ପୁଡି ସହିତ ପରିଚିତ ହୋଇଗଲେଣି ।

ଦୁନିଆରେ ପିମ୍ପୁଡ଼ିଙ୍କର ପାଖାପାଖି ୧୨୦୦ ରୁ ଅଧିକ ବେଶୀ ଜାତି ଶୁଚିବଦ୍ଧ ହୋଇଛି । ଆଶ୍ଚର୍ଯ୍ୟର କଥା ଏହାକି ଗୋଟେ ପିମ୍ପୁଡି ନିଜ ଓଜନଠାରୁ ୫୦ ଗୁଣ ଅଧିକ ଓଜନ ଉଠାଇପାରେ । ସବୁଠୁ ମଜା କଥା ଏହାକି ପିମ୍ପୁଡି ଯେବେ ଚାଲିଥାନ୍ତି ନିଜ ପଛରେ ( ଏକ ପ୍ରକାର ରାସାୟନିକ ପଦାର୍ଥ ) ଛାଡିକି ଯାଇଥାଏ । ଏହି ପ୍ରକାରେ ସେ ନିଜ ପଛରେ ଆସୁଥିବା ପିମ୍ପୁଡି ମାନଙ୍କ ପାଇଁ ଓ ନିଜେ ଯିବା ପାଇଁ ଗୋଟେ ମାର୍ଗ ବନାଇଥାଏ ।

ଅନୁଶାସନ ଭଳି କିଛି କଥା ନାହିଁ, ଏହା ତାଙ୍କ ପାଇଁ ବାଧ୍ୟତାମୂଳକ କଥା ଅଟେ । ଯଦି ଜଣେ ଆଉ ଜଣକ ପଛରେ ନଯିବେ ତେବେ ହୁଏତ ବାଟ ଭୁଲି ଅସୁବିଧାରେ ସେମାନେ ପଡିପାରନ୍ତି । ତେବେ ଏହିସବୁ କାରଣ ଯୋଗୁ ପିମ୍ପୁଡି ମାନେ ଯେତେବେଳେ ଯିବାଆସିବା କରନ୍ତି । ସେମାନେ ସେତେବେଳେ ଧାଡି ବାନ୍ଧି କରି ଯିବା ଆସିବା କରିଥାନ୍ତି ।

ବନ୍ଧୁଗଣ ଯଦି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *