ପିଲା ମାନଙ୍କୁ ସ୍ତନପାନ କରାଉଥିବା ମହିଳା ମାନେ ନିହାତି ଜାଣନ୍ତୁ… ସ୍ତନପାନର ସଠିକ ଉପାୟ !

ବନ୍ଧୁଗଣ ମା’ ର କ୍ଷୀର ତାହାର ପିଲା ପାଇଁ ଅମୃତ ସମାନ ହୋଇଥାଏ । ତେଣୁ ଡେଲିଭରିର ପ୍ରଥମ ୫ ମିନିଟ ମଧ୍ୟରେ ନବଜାତ ଛୁଆକୁ ମାଆର ସ୍ତନ ସହ ଲଗାଇ ରଖନ୍ତୁ । ଏମିତି ପ୍ରକ୍ରିୟାରେ ହିଁ ଛୁଆର ପ୍ରାରମ୍ଭିକ ସ୍ତନ୍ୟପାନ ଆରମ୍ଭ ହୁଏ । ଆରମ୍ଭରୁ ଯଦି ଛୁଆ ମାଆ କ୍ଷୀର ଠିକ୍ ରୂପେ ପିଇପାରିଲା ତାହା ହେଲେ ଆଗକୁ ଆଉ ଅସୁବିଧା ହେବା ନାହିଁ । ହେଲେ କିଛି ମହିଳା ଭଲ ଭାବେ ନିଜ ପିଲାକୁ ସ୍ତନପାନ କରାଇପାରିନଥାନ୍ତି । ସେଥିପାଇଁ ସେମାନେ ଛୁଆ ପାଇଁ ଟପ୍ ଫିଡ୍ ଫର୍ମୁଲା ମିଲ୍କର ପ୍ରଚଳନ ଆରମ୍ଭ କରନ୍ତି ।

ହେଲେ ଜନ୍ମରୁ ଅତି କମ୍ ରେ 6 ମାସ ପର୍ଯ୍ୟନ୍ତ ପିଲାଙ୍କୁ ମା’ କ୍ଷୀର ହିଁ ପିଆଇବା ଉଚିତ । ତେବେ ପ୍ରତ୍ଯେକଟି ନୂଆ କରି ହୋଇଥିବା ମା’ ମାନେ ପିଲାଙ୍କୁ କିପରି ଭାବେ ଠିକ ସେ ବ୍ରେଷ୍ଟ ଫିଡିଙ୍ଗ ଅର୍ଥାତ ସ୍ତନପାନ କରାଇପାରିବେ ସେ ସମ୍ପର୍କରେ ଜାଣି ରଖନ୍ତୁ । ଘଣ୍ଟାଏ ମଧ୍ୟରେ ଛୁଆ ସ୍ତନ୍ୟପାନ ସହ ଅଭ୍ୟସ୍ତ ହୋଇଯାଏ । ମାଆ କ୍ଷୀରକୁ ଛାଡି ମହୁ,ପାଣି କିଛି ବି ଦିଅନ୍ତୁ ନାହିଁ । ତେବେ ସ୍ତନ୍ୟପାନ ଜାରି ରଖିବା ପାଇଁ ଘରେ ରନ୍ଧା ହୋଇଥିବା ଖାଦ୍ୟ, ସେମିସଲିଡ ଡାଏଟ୍ ମାଆ ମାନେ ଖାଇବା ଦରକାର ।

ତେବେ ସ୍ତନ୍ୟପାନ କରାଇବା ବେଳେ ଛୁଆ ସହ କଥାବାର୍ତ୍ତା ହୁଅନ୍ତୁ । କ୍ଷୀର ପିଆଇବା ବେଳେ ଛୁଆ ମାଆ ସ୍ତନକୁ କିପରି ଧରେ, ମାଆ କିପରି ବସେ ଓ ଛୁଆକୁ ମାଆ କିଭଳି ଧରିଥାଏ ଏ ସବୁ କଥା ଉପରେ ବି ଧ୍ୟାନ ଦେବାକୁ ପଡିବ । ତେବେ ଛୁଆର ମୁଣ୍ଡ ଓ ଶରୀର ଯେମିତି ସମାନ ରହେ, ତାହା ନିଶ୍ଚିତ କରିବା ଦରକାର । ଛୁଆ କେବଳ ମାଆକୁ ଚାହିଁ ରହି ସ୍ତନପାନ କରିବା ଦରକାର । ଛୁଆର ପେଟ ମାଆର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ ।

ଛୁଆର ପିଠି ଓ ମୁଣ୍ଡ ମାଆର ହାତରେ ଭଲଭାବେ ରହିବା ଜରୁରୀ । ତେବେ ମାଆ ସୁବିଧାଜନକ ଭାବେ ବସିବା ଜରୁରୀ । ମାଆ ସ୍ତନକୁ ସି-ପୋଜିସନରେ ଧରି ରଖିବା ଆବଶ୍ୟକ । ତେବେ ପ୍ରସବର ପ୍ରଥମ ଦୁଇ ଦିନରେ ମାଆ ସ୍ତନରୁ ବାହାରୁ ଥିବା କ୍ଷୀରକୁ କୋଲୋଷ୍ଟ୍ରମ କୁହାଯାଏ । କୋଲୋଷ୍ଟ୍ରମ ହିଁ ନବଜାତର ପ୍ରଥମ ଟିକା ଭାବେ କାମ କରିଥାଏ । ମାଆକୁ ବିଶ୍ରାମ ଦେବା ପାଇଁ ଛୁଆକୁ ଫର୍ମୁଲା ଫିଡ୍ ଦେଇ ଅନେକ ଭୁଲ କରିବସନ୍ତି । ଏଭଳି କରିବା ଅନୁଚିତ ।

ଛୁଆ ଯଦି ସକଲିଂ କରିବ ନାହିଁ , ମାଆ କ୍ଷୀର ବି ହେବନାହିଁ । ଏହା ସହ ୨୪ ଘଣ୍ଟା ମଧ୍ୟରେ ଛୁଆ ଯଦି ସର୍ବନିମ୍ନ ୬ ଥର ପରିସ୍ରା କରେ ଓ ମାସକ ମଧ୍ୟରେ ଛୁଆର ଓଜନ ଯଦି ୫୦୦ ଗ୍ରାମ ବଢେ, ତାହା ହେଲେ ସେ ଭଲ ସ୍ତନ୍ୟପାନ କରୁଛି ବୋଲି ଜଣାପଡିବ । ତେବେ ମାଆ କ୍ଷୀର ସହଜରେ ହଜମ ହୋଇଯାଏ, ତେଣୁ ଛୁଆକୁ ବାରମ୍ବାର ଭୋକ ଲାଗେ । ଫଳରେ ଅଧିକ ସକଲିଂ ଓ କ୍ଷୀର ଦରକାର ହୁଏ ।

ସ୍ତନପାନ କରାଉଥିବା ମହିଳାମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ । ମାଆ ଯଦି ଜଙ୍କ୍ ଫୁଡ ଖାଉଥାଏ ଏବଂ କାଫିନ ମିଶା ପାନୀୟ ପିଏ, ତାହା ହେଲେ ଛୁଆ ଅଧିକ କାନ୍ଦେ । ମାଆ ପାଇଁ ଅତ୍ୟଧିକ ଗାଈ କ୍ଷୀର ଛୁଆର ଗ୍ୟାସର କାରଣ ହୋଇଥାଏ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *