ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲିର ବର୍ତ୍ତମାନ ସମୟରେ ବହୁ ଲୋକଙ୍କର ମୋବାଇଲ ଏକ ଅତ୍ୟାବଶ୍ୟକ ଜିନିଷ ପାଲଟି ଯାଇଛି । ଲୋକ ମାନେ ଖାଇବା, ପିଇବା ଭୁଲି ମୋବାଇଲ ସହିତ ଘଣ୍ଟା ଘଣ୍ଟା ଆଟାଚ ହୋଇ ରହୁଛନ୍ତି । ଖାସ୍ କରି ଏହି ମୋବାଇଲର ବିଶେଷ ଖରାପ ପ୍ରଭାବ ଛୋଟ ଛୋଟ ପିଲାଙ୍କର ଉପରେ ପଡୁଛି । ପିଲା ମାନଙ୍କର ମୋବାଇଲ ପ୍ରତି ଏକ ନିଶା ହୋଇଯାଉଛି ।
କାରଣ ଛୁଆ ଜନ୍ମ ହେବାର କିଛି ମାସରେ ତାକୁ ତାର ପରିବାର ତାର ପ୍ଯାରେଣ୍ଟସ ମୋବାଇଲ ପ୍ରତି ଆଡିକ୍ଟ କରାଇ ଦେଉଛନ୍ତି । ଯେତେବେଳେ ଛୁଆ ଛୋଟ ହୋଇଥାଏ । ଖାଇବାକୁ ନଇଛା କଲେ । ପିଲାର ମା’ ତାକୁ ମୋବାଇଲ ଦେଖାଇ ଖୁଆଇ ଦେଉଛନ୍ତି । ଏହିପରି କିଛି ଥର କରିବା ପରେ ଛୁଆର ମୋବାଇଲ ପ୍ରତି ଏକ ପ୍ରକାର ନିଶା ହୋଇଯାଉଛି ।
ତେବେ ଖାଇବା ସମୟ ଆସିଗଲା ମାନେ ଛୁଆର ପ୍ରଥମ ପ୍ରାଧାନ୍ୟ ମୋବାଇଲ ଉପରେ ରହୁଅଛି । ଯେତେବେଳେ ବାପା ଓ ମାଆ କିମ୍ବା ପରିବାର କୌଣସି ସଦସ୍ୟ କାମରେ ବ୍ୟସ୍ତ ରହିଯାଉଛନ୍ତି । ତାଙ୍କ ମାନଙ୍କ ପାଇଁ ସବୁଠାରୁ ଭଲ ଅପସନ ମୋବାଇଲ ହୋଇଯାଉଛି । ପିଲାଙ୍କୁ ମୋବାଇଲ ଦେଖାଇବାକୁ ଦେଇ ଯେଝା କାମରେ ଲୋକ ମାନେ ବ୍ୟସ୍ତ ରହିଯାଉଛନ୍ତି ।
ଏପରି ହେବା ଦ୍ଵାରା ପିଲା ମାନେ କେବଳ ମୋବାଇଲ ଦୁନିଆ ବିଷୟରେ ବହୁ ଜ୍ଞାନ ଆହରଣ କରିଯାଉଛନ୍ତି ସତ କିନ୍ତୁ ତାଙ୍କର ବାହାର ବାହାର ଦୁନିଆର ପ୍ରତେକ୍ଷ ଜ୍ଞାନ ଆହରଣ କରିପାରୁନାହାନ୍ତି । ପିଲା ସବୁବେଳେ ମୋବାଇଲ ଦେଖିବା ଦ୍ଵାରା ପିଲାର ଅନେକ ପ୍ରକାର ଶାରୀରିକ ଓ ମାନସିକ ଭାବରେ କ୍ଷତି ଘଟୁଛି । ଯାହା ପ୍ରତି ପରିବାର ସଦସ୍ୟ ଯତ୍ନବାନ ହେବା ଆବଶ୍ୟକ ।
ପିଲା ସବୁବେଳେ ମୋବାଇଲ ଦେଖିବା ଦ୍ଵାରା ସେଥିରୁ ଆସୁଥିବା ଆଲୋକ ଆଖି ଉପରେ ସବୁବେଳେ ପଡୁଥିବାରୁ ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କମିବାକୁ ଆରମ୍ଭ କରିଥାଏ । ଏହା ବ୍ଯତୀତ ପିଲା ସବୁବେଳେ ଫୋନ ଦେଖିବା ଦ୍ଵାରା ତାର ଶାରୀରିକ ପରିଶ୍ରମ ଯେପରି ଖେଳକୁଦ ବାହାରର କୌଣସି କାର୍ଯ୍ୟ ସହିତ ଅଧିକ ଆଟାଚ ରହୁନାହିଁ । ସେଥିପାଇଁ ଶରୀରରେ ଅଯଥା ଚର୍ବି ମାଡି ବିଭିନ୍ନ ପ୍ରକାର ରୋଗ ବେମାରୀକୁ ଶରୀରକୁ ଆମନ୍ତ୍ରିତ କରିଥାଏ ।
ଫୋନରେ ସବୁବେଳେ ବିଭିନ୍ନ ପ୍ରକାର ଭିଡିଓ, ଗେମ ଦେଖି କେତେକ ପିଲାର ମାନସିକ ବିକୃତି ମଧ୍ୟ ଆସିଯାଉଛି । ତେଣୁ ସର୍ବ ପ୍ରଥମେ ଏହି କଥା ଉପରେ ଘରର ସଦସ୍ୟ ସଚେତନ ହେବା ଆବଶ୍ୟକ । ତେଣୁ ପିଲାଙ୍କୁ ଯଥା ସମ୍ଭବ ମୋବାଇଲ ଠାରୁ ଦୂରେଇ ରଖନ୍ତୁ । ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ସମୟ କାଢି ନିଜ ପିଲା ପ୍ରତି ସମୟ ଦିଅନ୍ତୁ । ତାଙ୍କୁ ମୋବାଇଲ ଦୁନିଆରୁ ବାହାର କରି ବାହାର ପରିବେଶ ସହିତ ପରିଚିତ କରନ୍ତୁ ।
କିଛି ସମୟ ଖେଳକୁଦ କିମ୍ବା କିଛି ଛୋଟ ଛୋଟ ଫିଜିକାଲ୍ କାର୍ଯ୍ୟ କରିବାକୁ ଦିଅନ୍ତୁ । ଯାହା ଦ୍ଵାରା ପିଲାଙ୍କର ମୋବାଇଲ ନିଶା ଧୀରେ ଧୀରେ ଛାଡିଯିବା ସହିତ ପିଲାଙ୍କର ଉତ୍ତମ ଭାବେ ଶାରୀରିକ ଓ ମାନସିକ ବିକାଶ ଘଟିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ