ବନ୍ଧୁଗଣ, ସାଧାରଣତ ଆଗ କାଳରେ ଟିଭି ତଥା ମୋବାଇଲ ଏଭଳି ଭାବରେ ପ୍ରୋୟୋଗ ହେଉ ନଥିଲା ଯେଉଁଭଳି ଭାବରେ ବର୍ତ୍ତମାନ ର ଆଧୁନିକ ଯୁଗରେ ଛୋଟ ପିଲା ଠାରୁ ଯୁବକ ବ୍ୟବହାର କରୁଛନ୍ତି । ଏହା ଫଳରେ ପିଲାମାନେ ନିଜ ଧ୍ୟାନ ପାଠ ପଢାରେ କେନ୍ଦ୍ରୀଭୂତ କରି ପାରୁ ନାହାଁନ୍ତି । ମାତ୍ର ବାପା ମା’ ଯଦି ଚାହିଁବେ ତେବେ ପୁଅ ଝିଅଙ୍କୁ ନିଜ ହିସାବରେ ଗାଇଡ କରି ପାରିବେ ।
ଛୋଟ ଶିଶୁଟିଏ କିଛି ଅଳିଅଝଟ କରିଲେ ବାପା ମା’ ମାନେ ସାଧାରଣତ ଶିଶୁଟିକୁ ମୋବାଇଲ ଫୋନ ଦେଇ ଅଥବା ମୋବାଇଲ ରେ କିଛି ଦେଖାଇ ଚୁପ କରାଇ ଦେଉଛନ୍ତି । ଏହି ଭୁଲ ର ଆରମ୍ଭ କରୁଛନ୍ତି ମାତା ପିତା । ବାପା ମା ଯଦି ସଠିକ ରହିବେ ତେବେ ନିଶ୍ଚିତ ଭାବରେ ଆପଣଙ୍କ ପିଲାର କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏହାଛଡା ସେ ଆପଣଙ୍କର ସମସ୍ତ କଥା ମାନିବ ।
ଯଦି ଆପଣ ଆରମ୍ଭରୁ ଶିଶୁଟିକୁ ମୋବାଇଲ ଦେଇ ଦେଉଛନ୍ତି ତେବେ ତାହାର ଧ୍ୟାନ ସଂପୂର୍ଣ୍ଣ ଭାବରେ ରହିବ ମୋବାଇଲ ଉପରେ ପାଠ ପଢା ପ୍ରତି କେବେ ମଧ୍ୟ ରହିବ ନାହିଁ । ବର୍ତ୍ତମାନ ଇଣ୍ଟର୍ନେଟ ଦ୍ଵାରା ଏଭଳି ଗେମ ଉପଲବ୍ଧ ହେଲାଣି ଯେ, ପିଲା ମାନେ ଏହି ଗେମ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । ଅନେକ ପିଲାଙ୍କର ରାଶି ଅନୁସାରେ ଗ୍ରହଦଶା ମଧ୍ୟ ହୋଇଥାଏ ।
ଏହା ଫଳରେ ସେମାନେ ହଟାତ ପାଠ ପଢୁଥିବେ କିନ୍ତୁ ଅଚାନକ ଭାବେ ବନ୍ଧ କରିଦେବେ । ଆପଣ ଯେ କୌଣସି କଥା କହିଲେ ରାଗିଯିବେ । ବାପା ମା ଙ୍କ କଥା ଆଦୌ ଶୁଣିବେ ନାହିଁ । ଏହିସବୁ ଗ୍ରହ ପାଇଁ ଆପଣ ମନ ରଖନ୍ତୁ ବୁଧ ଗ୍ରହ ହେଉଛନ୍ତି ମନର କାରକ । ଯଦି ଆପଣଙ୍କ ର ବୁଧଗ୍ରହ ଖରାପ ରହିଲା ଅଥବା ଶନିଗ୍ରହ ଖରାପ ରହିଲା ତେବେ ନିଶ୍ଚିତ ସେହି ପିଲା ଆପଣଙ୍କର କୌଣସି କଥା ମାନିବ ନାହଁ । ଯଦି ଆପଣ ଏହିଭଳି କିଛି ପରିବର୍ତ୍ତନ ଦେଖନ୍ତି ତେବେ ଆପଣ ତାହାର ପ୍ରତିକାର କରନ୍ତୁ । ପ୍ରତିକାର ସହିତ ଆପଣ ଆପଣଙ୍କ ପିଲା ସହିତ ସମୟ ବିତେଇବାକୁ ଚେଷ୍ଟା କରନ୍ତୁ ।
ଆପଣଙ୍କ ଯେତେ କାର୍ଯ୍ୟ ଥିଲେ ମଧ୍ୟ ଆପଣ ନିଜ ପିଲାଙ୍କୁ ସମୟ ଦିଅନ୍ତୁ ଦିନରେ କମ ସେ କମ ୧ ଘଣ୍ଟା ବସନ୍ତୁ । ଆପଣ ଯଦି ଭଲରେ କଥା ହେଇ ନିଜ ପିଲାଙ୍କୁ ବୁଝାଇବେ ତେବେ ନିଶ୍ଚିତ ଭାବରେ ଆପଣଙ୍କ ପିଲା ଆପଣଙ୍କ କଥା ବୁଝିବ ଏବଂ ଶୁଣିବ । ମାତ୍ର ଯଦି ଆପଣ ରାଗିବେ ତାଙ୍କ ଉପରେ ଚିଡ ଚିଡ ହେବେ ତେବେ ସେ ଆପଣଙ୍କ କୌଣସି କଥା ଶୁଣିବେ ନାହିଁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ