ପେଟର ଗ୍ଯାସ କିପରି ପାଇବେ ମୁକ୍ତି ? (Dr V. K. Mishra)

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଆମ ମାନଙ୍କର ଜୀବନ ଶୈଳୀ ସହ ଆମ ଖାଦ୍ୟ ଖାଇବା ମଧ୍ୟ ସ୍ମପୂର୍ଣ୍ଣ ରୂପରେ ବଦଳି ଯାଇଛି । ଏପରି ରେ ଆମେ ଖାଉଥିବା ଖାଦ୍ୟ ଆମ କୁ ଭିନ୍ନ ଭିନ୍ନ ଶାରୀରିକ ସମସ୍ଯା ରେ ଘେରି ରଖିଛି । ଗ୍ଯାସ ଏକ ଏପରି ସମସ୍ଯା ଯାହାକି ଖାଦ୍ୟ ଖାଇବା ପାଇଁ ହୋଇଥାଏ ଓ ଖାଦ୍ୟ ନ ଖାଇବା କାରଣ ରୁ ମଧ୍ୟ ହୋଇଥାଏ । ଗ୍ଯାସ ଏକ ଏପରି ସମସ୍ଯା ଯାହାକି ସାଧାରଣତଃ ସମସ୍ତ ଙ୍କ ଠାରେ କିଛି ନା କିଛି ମାତ୍ରାରେ ନିଶ୍ଚୟ ଦେଖା ଦେଇଥାଏ ।

କିନ୍ତୁ କିଛି ଲୋକ ଙ୍କ ଠାରେ ଗ୍ଯାସ ଆର ସମସ୍ଯା ଅଧିକ ମାତ୍ରା ରେ ଦେଖିବାକୁ ମିଳିଥାଏ । ବୟସ ବଢିଲେ ଶରୀର ରେ ଏନଯାଇମ୍ସ ର ମାତ୍ର କମିବାର ଦେଖିବାକୁ ମିଳିଥାଏ । ଏପରି ରେ ଖାଉଥିବ ଖାଦ୍ଯ ଠିକ ଭାବରେ ହଜମ ହୋଇ ପାରେ ନାହିଁ । ଯାହା ଫଳରେ ପେଟ ରେ ଗ୍ଯାସ ଜନିତ ସମସ୍ଯା ଦେଖିବାକୁ ମିଳେ ।

ଆମେ ଖାଉଥିବ ଖାଦ୍ୟ ରେ ଯଦି ଅଧିକ ମାତ୍ରା ରେ କାର୍ବୋଡାଇହାଇଡ୍ରେଟ ଥାଏ, ତେବେ ଏହାକୁ ଆମ ଶରୀର ସହଜ ରେ ପାଚନ କରି ପାରି ନଥାଏ । ତେଣୁ ଖାଇବା ସମୟ ରେ ଏଥି ପ୍ରତି ନଜର ରଖିବା ଉଚିତ । ରାତିରେ ଆମ ଶରୀର ଶୋଇବା ବ୍ଯତୀତ ଅନ୍ୟ କୌଣସି ପରିଶ୍ରମ ଯୁକ୍ତ କାର୍ଯ୍ୟ କରି ନଥାଏ ।

ତେଣୁ ରାତିରେ ସବୁବେଳେ ହଲ୍କା ଓ କମ ଖାଦ୍ଯ ହିଁ ଖାଇବା ଉଚିତ । ଏହାଦ୍ବାରା କୌଣସି ଗ୍ଯାସ ଜନିତ ସମସ୍ଯା ମଧ୍ୟ ଦେଖା ଦେଇ ନଥାଏ । ତାହାସହ ନିଦ ମଧ୍ୟ ଖୁବ ଭଲ ଭାବରେ ହୋଇ ଯାଇଥାଏ । ସମସ୍ତ ଡାଲି ଜାତୀୟ ଶସ୍ଯ ମାନଙ୍କ ରେ ଅଧିକ ମାତ୍ରାରେ କାର୍ବୋଡାଇହାଇଡ୍ରେଟ ଥାଏ ତେଣୁ ରାତିରେ ଏଗୁଡ଼ିକୁ ଅଧିକ ପରିଣାମ ରେ ଖାଇବା ଠିକ ହୋଇ ନତହେ ।

ତାହାଛଡା ଜାଡ୍ୟ ଆପଣ ଏହାକୁ ଖାଉଛନ୍ତି ତେବେ ଆପଣ ଶୋଇବା ଓ ଦୁଇ ଘଣ୍ଟା ପୂର୍ବରୁ ହିଁ ଖାଇ ନିଅନ୍ତୁ । ଓ ଖାଦ୍ଯ ଖାଇ ସାରିବା ପରେ କିଛି ସମୟ ପାଇଁ ଚଲା ବୁଲା କରନ୍ତୁ । ଅନେକ ଥର ଦେଖା ଯାଇଥାଏ କି ପ୍ରାୟତଃ ଲୋକ ମାନେ ଖାଦ୍ଯ ଖାଇବା ସମୟ ରେ ଟିକେ ଟିକେରେ ପାଣି ପିଇଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ରୂପରେ ଅନୁଚିତ ଅଟେ ।

ସବୁବେଳେ ଖାଇବା ର ଏକ ଘଣ୍ଟା ପୂର୍ବରୁ ଓ ଖାଇବା ର ଏକ ଘଣ୍ଟା ପରେ ହିଁ ପାଣି ପିଇବା ଉଚିତ । ଏହା ଦ୍ଵାରା ଖାଇଥିବା ଖାଦ୍ଯ ମଧ୍ୟ ଠିକ ଭାବରେ ହଜମ ହୋଇଥାଏ । ତାହାଛଡା କିଛି ପାଣି ପ୍ରତ୍ଯେକ ଦିନ ସଫିସେଣ୍ଟ ମାତ୍ରା ରେ ପିଅନ୍ତୁ । ପାଣି ପିଇବା ସମୟ ରେ ସବୁବେଳେ କୌଣସି ଏକ ସ୍ଥାନରେ ବସି କରି ଭଲ ଭାବରେ ପାଣି ପିଅନ୍ତୁ । ତାହାଛଡା ପାଣି ବା ପାନୀୟ ପଦାର୍ଥ କୁ କେବେ ମଧ୍ୟ ଟେକି କରି ବା ପାଇପ ସାହାର୍ଯ୍ୟ ରେ ମଧ୍ୟ ପିଇବା ଉଚିତ ହୋଇ ନଥାଏ ।

କାରଣ ଏହା ଦ୍ଵାରା ପେଟ ମଧ୍ୟକୁ ଗ୍ଯାସ ଯାଇଥାଏ । ଏହି ଗ୍ଯାସ ବା ପବନ ଗୁଡିକ ଖାଦ୍ଯନଳୀ ରେ ଯାଇ ଅଟକି ଯାଇଥାନ୍ତି । ତେଣୁ ଏଥି ପ୍ରତି ସବୁବେଳେ ଧ୍ୟାନ ଦେବା ଉଚିତ । କାରଣ ଏହା ମଧ୍ୟ ଗ୍ଯାସ ର ଏକ ପ୍ରମୁଖ କାରଣ ହୋଇ ପାରେ ।  ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *