କମିବ ପେଟ, କରନ୍ତୁ ଏହି ଏକ୍ସରସାଇଜ୍ (Effective Exercises to Reduce Belly Fat)

ବନ୍ଧୁଗଣ, ପ୍ରଥମେ ପ୍ଲାଟ ହୋଇ ଶୋଇଜାଆନ୍ତୁ ।  ଏହାପରେ ଧୀରେ ଧୀରେ ଗୋଡ ଭାଙ୍ଗନ୍ତୁ । ଏବଂ ହାତ ପଛକୁ ରଖନ୍ତୁ, ଏହାପରେ ଆମ୍ଭର ସଂପୂର୍ଣ୍ଣ ଶରୀର ଏବଂ ହାତ ସହିତ ଶରୀରକୁ ଉପରକୁ ଉଠାନ୍ତୁ । ଏହି ବ୍ୟାୟାମ କୁ ଆପଣ ୧୫ ରୁ ୨୦ ଥର କରନ୍ତୁ । ଏହାଦ୍ଵାରା ଆମ୍ଭ ଶରୀରର ବେଲି ଫ୍ୟାଟ କମିଥାଏ । ଆସନ୍ତୁ ଜାଣିବା ଦ୍ଵିତୀୟ ବ୍ୟାୟାମ ପ୍ରଥମେ ପ୍ଲାଟ ହୋଇ ଶୋଇଜାଆନ୍ତୁ, ହାତକୁ ଦୁଇ ଜଙ୍ଘ ସାଇଟ ରେ ରଖନ୍ତୁ, ଏବଂ ଗୋଡ କୁ ଧୀରେ ଧୀରେ ଉପରକୁ ଉଠାନ୍ତୁ ।

ଏହାକୁ ମଧ୍ୟ ଆପଣ ୧୫ ରୁ ୨୦ ଥର କରନ୍ତୁ । ଏହା ଦ୍ଵାରା ଆମ୍ଭ ଶରୀରର ଲୋୟର ବେଲି ଫ୍ୟାଟ କମିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ତୃତୀୟ ବ୍ୟାୟାମ ସମ୍ବନ୍ଧରେ ସାଇଡ ଟଏ ଟଚ, ଏହା ଦ୍ଵାରା ଆମ୍ଭର ସାଇଡ ରେ ଥିବା ବେଲି ଫ୍ୟାଟ କମିଥାଏ । ଏହାପରେ ଆମ୍ଭେ ପୁସଅପ ପୋଜିସନ କୁ ଆସନ୍ତୁ, ହାତ ଏବଂ ପାଦ ସାହାର୍ଯ୍ୟ ରେ ଶରୀରକୁ ଉଠାଇ ରଖିବା, ଏହାକୁ ସମୁଦାୟ ୩୦ ସେକେଣ୍ଟ ପାଇଁ ଉଠାଇ ରଖନ୍ତୁ ।

ଏହାଦ୍ଵାରା ଶରୀରର ସମୁଦାୟ ଫ୍ୟାଟ କମିଥାଏ । ଆମ୍ଭ ଶରୀରର ଯତ୍ନ ସଠିକ ଭାବରେ ନ ନେଲେ ତାହା ଭବିଷ୍ୟତରେ ଆମ୍ଭ ନିମନ୍ତେ ବହୁତ ସମସ୍ୟା ସୃଷ୍ଟି କରିପାରେ । ନୀତିଦିନ ବ୍ୟାୟାମ କରିବା ଦ୍ଵାରା ଆମ୍ଭର ବହୁତ ଲାଭ ହୋଇଥାଏ । ସକାଳୁ ଉଠି ବ୍ୟାୟାମ କରିବା ଦ୍ଵାରା ଶରୀରରେ ସତେଜତା ପରିପୂର୍ଣ୍ଣ ହୋଇ ରହିଥାଏ । ଏହା ସହିତ ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଆମ୍ଭକୁ ଆଗ୍ରହ ଲାଗିଥାଏ ।

ଯଦି ଆମ୍ଭ ଶରୀର ଚଳଚଞ୍ଚଳ ନ ହେବ ତେବେ କୌଣସି କାର୍ଯ୍ୟ ରେ ମନ ଲାଗିବ ନାହିଁ । ଏହା ଫଳରେ ଆମ୍ଭେ ନାନା ପ୍ରକାରର ସମସ୍ୟା ରେ ପଡିଥାଉ । ବ୍ୟାୟାମ କରିବା ସହିତ ଉଚିତ ଖାଦ୍ୟ ମଧ୍ୟ ଖାଇଲେ ଆମ୍ଭ ଶରୀରକୁ ବହୁତ ଲାଭ ମିଳିଥାଏ । ଆଜିଭଳି ଦିନରେ ବାହାରେ ମିଳୁଥିବା ଫାଷ୍ଟଫୁଡ ଇତ୍ୟାଦି ବିଭିନ୍ନ ତୈଳ ଜାତୀୟ ଖାଦ୍ୟ କୁ ସମସ୍ତେ ଭଲ ପାଇଥାନ୍ତି ।

ଏବଂ ଅନିୟନ୍ତ୍ରିତ ଭାବରେ ଏହାକୁ ଖାଇଥାନ୍ତି ଯାହା ଫଳରେ ଶରୀର ର ଚର୍ବି ବଢିବା ସହିତ ବିଭିନ୍ନ ପ୍ରକାରର ରୋଗର ସମୁଖୀନ ହୋଇଥାଉ । ମାତ୍ର ବେଳ ଥାଉ ଥାଉ ଯଦି ସାବଧାନ ନ ହେବା ତେବେ ତାହା ବହୁତ ହାନି କରିବ । ଛୋଟ ଛୁଆ ଙ୍କୁ ମଧ୍ୟ ଏହିଭଳି ଖାଦ୍ୟର ଅଭ୍ୟାସ ନକରାଇ ଆପଣ ମାନେ ଉଚିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *