ପେଟ କମାଇବା ପାଇଁ ଡାଏଟ୍‌ (Diet Plan for Reducing Belly Fat) ! ଜାଣନ୍ତୁ କଣ ଖାଇବେ କଣ ନୁହେଁ ? (Dietician Niharika Dash)

ବନ୍ଧୁଗଣ, ବହୁତ ଜଣଙ୍କ ମନରେ ଭାବନା ଥାଏ ଯେ ଆମ୍ଭ ପେଟ କିଭଳି କମିବ ? ତଥା କାହିଁକି ମୋ ପେଟ ବଢି ଯାଉଅଛି ? ମାତ୍ର ଆମ୍ଭେ ଜାଣିରଖିବା ଉଚିତ ଯେ ଆମ୍ଭର କାର୍ଯ୍ୟସ୍ଥଳୀ ଏଭଳି ଥାଏ ଯେଉଁଠାରେ ଆମ୍ଭକୁ ବସି ରହିବାକୁ ହୋଇଥାଏ । ମାତ୍ର ଆଜିକାଲିର ଜୀବନଶୈଳୀ ଏଭଳି ହୋଇଗଲାଣି ଯେଉଁଥିରେ ଆମ୍ଭେ ବହୁତ ଅଳସୁଆ ହୋଇଯାଉଛୁ । ଆମ୍ଭକୁ ସମୟ ମିଳୁନାହିଁ ବ୍ୟାୟାମ କରିବାକୁ ।

ସମୟ ମିଳୁନାହିଁ ସଠିକ ଭାବରେ ଖାଦ୍ୟ ଖାଇବା ନିମନ୍ତେ ଏବଂ ଯେତେବେଳେ ମଧ୍ୟ ସମୟ ମିଳୁଛି ସେତେବେଳେ ଆମ୍ଭେ ମନଇଛା ଯାହା ନାହିଁ ତାହା ଖାଇ ଦେଉଛେ । ଏହା ଫଳରେ ଅନେକ କୁପ୍ରଭାବ ଆମ୍ଭ ଶରୀର ଉପରେ ପଡିଥାଏ । ଆମ୍ଭକୁ ଯେଉଁ ନ୍ୟୁଟ୍ରିନ ଶରୀରକୁ ଦରକାର ବେଳେ ବେଳେ ଯଦି ତାହାଠାରୁ ଅଧିକ ହୋଇଗଲା ତେବେ ମଧ୍ୟ ତାହା ଆମ୍ଭ ଶରୀର ନିମନ୍ତେ ବହୁତ ହାନିକାରକ ଅଟେ ।

ମାତ୍ର ଅଧିକ ଖାଇବା ପରେ ଯଦି ସଙ୍ଗେ ସଙ୍ଗେ ବସି ରହିବେ ଅଥବା କାମ କରିବେ ନାହିଁ । ତେବେ ସେହି ଅଧିକଟା କିଭଳି ନଷ୍ଟ ହେବ ତାହା ଫ୍ୟାଟ ହୋଇ ଆମ୍ଭ ଶରୀରରେ ରହିବ । ପ୍ରତ୍ୟକ ମଣିଷ ର ମେଟାବେଲିଜିୟମ ଅଲଗା ଥିବାରୁ ଫ୍ୟାଟ ଭିନ୍ନ ଭିନ୍ନ ଜାଗାରେ ଘର କରି ରହିଥାଏ । ମାତ୍ର ଯେଉଁମାନେ ବସି ସମସ୍ତ କାର୍ଯ୍ୟ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅତ୍ୟଧିକ ଦେଖାଯାଏ ।

ଯେଉଁମାନେ କାମ କରୁଛନ୍ତି ସେମାନେ ୧୬୦୦ କାଲୋରି ଯୁକ୍ତ ଖାଦ୍ୟ ନିଶ୍ଚିନ୍ତ ଭାବରେ ଖାଇ ପାରିବେ ଯାହା ତାଙ୍କ ଶରୀର ନିମନ୍ତେ ନିହାତି ଆବଶ୍ୟକ । ଏହା ସହିତ ସେମାନେ ଯୋଗ ତଥା ସୂର୍ଯ୍ୟ ନମସ୍କାର ମଧ୍ୟ କରି ପାରିବେ । ଯଦି ଆପଣ କିଛି ମଧ୍ୟ କରିବାକୁ ଚାହୁଁନାହାଁନ୍ତି ତେବେ ନର୍ମାଲ ଦିନରେ ଆପଣ ୩୦ ରୁ ୪୦ ଦିନ ନର୍ମାଲ ୱାକ କରନ୍ତୁ । ଏହାଦ୍ଵାରା ମଧ୍ୟ ଆପଣଙ୍କ ଶରୀରର ମେଟାବେଲିଜିୟମ ଇଙ୍କ୍ରିଜ ହୋଇଥାଏ ।

ମାତ୍ର କରନ୍ତୁ ଏବଂ କମ କମ ଖାଆନ୍ତୁ । କେବେ ମଧ୍ୟ ଖାଇବାର ପରିମାଣ ବଢାଇ ଦିଅନ୍ତୁ ନାହିଁ । ଉଦାହରଣ ସ୍ୱରୂପ କାମ ସାରି ରାତିରେ ମୁଁ ଘରକୁ ଆସିଲି ଏବଂ ପ୍ରଚୁର ମାତ୍ରାରେ ଖାଇଦେଲି ଏବଂ ଶୋଇଯିବି । ଏହିଭଳି ଭୁଲ ଆପଣ କେବେ ମଧ୍ୟ କରନ୍ତୁ ନାହିଁ । ଆପଣ କିଭଳି ଏକ ହେଲ୍ଦି ଲାଇଫ ଷ୍ଟାଇଲ ରେ ନିଜକୁ ଅଡ ଯଷ୍ଟ କରିବେ ତାହା ବୁଝନ୍ତୁ ।

ଯାହା ଦ୍ଵାରା ଆପଣ ନିଜ ବେଲି ଫ୍ୟାଟ କୁ କମ କରି ପାରିବେ । ଆପଣ ଖାଇ ସାରିବା ପରେ ସିଧାସଳଖ ଯାଇ କାମ ରେ ବସନ୍ତୁ ନାହିଁ ଯଦି ଆପଣଙ୍କୁ ସମୟ ମିଳୁଛି ତେବେ ଖାଇବା ପରେ ଟିକେ ଏପଟ ସେପଟ ଚାଲନ୍ତୁ । ନହେଲେ ଲାଇଟ ଖାଦ୍ୟ ସବୁବେଳେ ଖାଆନ୍ତୁ । ଏହି ୨ ଟା ଜିନିଷ ଆପଣଙ୍କୁ ସାହାର୍ଯ୍ୟ କରିବ ବେଲିଫ୍ୟାଟ ରୁ ଆପଣଙ୍କୁ ଦୂରେଇ ରଖିବା ପାଇଁ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *