ପିରିୟଡ୍ସରେ ବ୍ଲଡ଼ ଫ୍ଲୋ କମ୍ ରହୁଛି କି ! କ’ଣ ତାହାର କାରଣ ଓ ନିରାକରଣ ? Dr Supriya Puranik

ପିରିୟଡକୁ ନେଇ ଆମ ମନରେ ଅନେକ ପ୍ରକାରର ଧାରଣା ରହିଥାଏ । ତେବେ ପିରିୟଡ ଫ୍ଲୋ’ କମ୍ ରହିଲେ ଆମ ଶରୀରରେ ଅପରିଷ୍କାର ପଦାର୍ଥ ଜମା ହୋଇ ରହିଜାଇଥାଏ । ପିରିୟଡ ଭଲଭାବେ ହେବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ । ପିରିୟଡ ଫ୍ଲୋ ଠିକ ନ ରହିଲେ ପେଟ ଫୁଲିବା ଭଳି ମଧ୍ୟ ଲାଗିଥାଏ । ତେବେ ପିରିୟଡ ଫ୍ଲୋ’ କାହିଁକି କମିଯାଏ ଏନେଇ ବିସ୍ତାର ରୂପେ ଆସନ୍ତୁ ଜାଣିବା ଡାକ୍ତର ସୁପ୍ରିୟା ପୁରାଣିକଙ୍କ ଠାରୁ ।

ପ୍ରକୃତି ପ୍ରତି ମାସରେ ଜଣେ ସ୍ତ୍ରୀ’କୁ ମା’ ହେବା ପାଇଁ ପ୍ରସ୍ତୁତ କରିଥାଏ । ସେଥିପାଇଁ ମହିଳାଙ୍କ ଅଣ୍ଡାକୋଷରୁ ପ୍ରତି ମାସରେ ଗୋଟିଏ ସ୍ତ୍ରୀ ବୀଜ ବାହାରକୁ ଆସିଥାଏ, ଯାହାକୁ ଓଭୁଲେସନ କୁହାଯାଏ । ବୀଜ ଭ୍ରୁଣରେ ପରିଣତ ହେଲେ ତା’ର ପୋଷଣ ପାଇଁ ଗର୍ଭାଶୟ ଭିତରେ ଆପେ ଆପେ ଏକ ପରସ୍ତ ତିଆରି ହୋଇଥାଏ, ଯାହାକୁ ଏଣ୍ଡୋମେଟ୍ରିୟମ କୁହାଯାଏ । କିନ୍ତୁ ସ୍ତ୍ରୀ ଗର୍ଭବତୀ ନଥିଲେ ଓଭୁଲେସନ ପରେ ଏଣ୍ଡୋମେଟ୍ରିୟମ ବାହାରିଯାଏ, ଯାହାକୁ ମାସିକଚକ୍ର କୁହାଯାଏ ।

ଏହି ପରସ୍ତ ଅଧିକ ଥିଲେ ପିରିୟଡ ଫ୍ଲୋ’ ଅଧିକ ରୁହେ ଏବଂ କମ୍ ଥିଲେ ଫ୍ଲୋ’ କମ୍ ହୋଇଥାଏ । ଏହାସହ ପିରିୟଡ ଫ୍ଲୋ’ କିଛି ହରମୋନ ଉପରେ ମଧ୍ୟ ନିର୍ଭର କରିଥାଏ । ତେବେ ପିରିୟଡ ଫ୍ଲୋ କମ୍ ହେବାର ପ୍ରଥମ କାରଣ ବଂଶଗତ ହୋଇପାରେ । ପରରିବାରରେ ଯଦି ମା କିମ୍ବା ଭଉଣୀଙ୍କ ପିରିୟଡ ଫ୍ଲୋ’ କମ୍ ଥାଏ ତେବେ ସେ କ୍ଷେତ୍ରରେ ଫ୍ଲୋ କମ୍ ହେବାର ସମ୍ଭାବନା ର୍ହାଇଥାଏ ।

ପିରିୟଡ ଆରମ୍ଭ ହେବା ବୟସରେ (Menarche) ଏବଂ ପିରିୟଡ ଶେଷ ହେବା ବୟସରେ (Menopause) ମଧ୍ୟ ଏଣ୍ଡୋମେଟ୍ରିୟମ ପରସ୍ତ କମ୍ ତିଆରି ହେବା କାରଣରୁ ଫ୍ଲୋ’ କମ୍ ରହିଥାଏ । ଯେତେବେଳେ ଶିଶୁ ମା’ ଠୁ ଖାଉଥାଏ ସେତେବେଳେ ଶରୀରରେ ପ୍ରୋଜେଷ୍ଟ୍ରୋନ ମାତ୍ରା ଅଧିକ ଏବଂ ଏଷ୍ଟ୍ରୋଜେନ ମାତ୍ର କମ୍ ରହିବା ଯୋଗୁଁ ଫ୍ଲୋ କମ୍ ହୋଇଥାଏ । ଗର୍ଭନିରୋଧକ ଇଞ୍ଜେକସନ କାରଣରୁ ମଧ୍ୟ ପିରିୟଡ ଫ୍ଲୋ କମ୍ ହେବାର ସମ୍ଭାବନା ରହିଥାଏ ।

ତେବେ ଏହି ସବୁ କାରଣରୁ ପିରିୟଡ ଫ୍ଲୋ କମ୍ ହେଲେ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେବେ ଯଦି ଆପଣଙ୍କୁ ନିୟମିତ ପିରିୟଡ ହେଉଛି ଓ ଫ୍ଲୋ ମଧ୍ୟ ଠିକ ରହିଛି, କିନ୍ତୁ ଅଚାନକ ଫ୍ଲୋ କମ୍ ହୋଇଯାଉଛି ତେବେ ହୋଇପାରେ ଆପଣ ଗର୍ଭବତୀ ଥାଇପାରନ୍ତି । ତେବେ ପିରିୟଡ ଫ୍ଲୋ କମ୍ ହେବାର ଅନ୍ୟ କାରଣ ହେଉଛି, ଅତ୍ୟଧିକ ଷ୍ଟ୍ରେସ କିମ୍ବା ଖୁସି । ଏହି କାରଣରୁ ଆପଣଙ୍କ ବ୍ରେନର ଷ୍ଟିମୁଲେସନ ସିଗନାଲ ବ୍ଲକ ହୋଇଯାଏ ଏହାର ପ୍ରଭାବ ପିରିୟଡ ଫ୍ଲୋ ଉପରେ ପଡେ । ଅତ୍ୟଧିକ ଡାଏଟ ଏବଂ ଓଜନ ହ୍ରାସ କାରଣରୁ ମଧ୍ୟ ପିରିୟଡ ଫ୍ଲୋ କମ୍ ହୋଇଥାଏ ।

ଶରୀରରେ ଫ୍ୟାଟ କମ୍ ଥିଲେ ଏଷ୍ଟ୍ରୋଜେନ ର ମାତ୍ର କମିଯାଏ ଫଳରେ ଏଣ୍ଡୋମେଟ୍ରିୟମ ପରସ୍ତ କମ୍ ତିଆରି ହୁଏ ଓ ପିରିୟଡ ଫ୍ଲୋ କମ୍ ହୁଏ । ଶରୀରରେ ଥାଇରଏଡ ଅଧିକ ବଢିଗଲେ ମଧ୍ୟ ପିରିୟଡ ଫ୍ଲୋ କମ୍ ହୋଇଯାଏ । ସେହିପରି ଶରୀରରେ ପ୍ରୋଲାକ୍ଟିନ ମାତ୍ର ବଢିଗଲେ ମଧ୍ୟ ପିରିୟଡର ରଙ୍ଗ ଫିକା ହେବାସହ ଫ୍ଲୋ କମ୍ ହୁଏ ଏବଂ ଅନିୟମିତ ପିରିୟଡ ମଧ୍ୟ ହୋଇଥାଏ । ଯଦି ଆପଣ ଅନୁଭବ କରୁଛନ୍ତି କି ଆପଣଙ୍କ ପିରିୟଡ ଫ୍ଲୋ କମିଯାଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଓ ସେହି ଅନୁସାରେ ଚିକିତ୍ସିତ ହୁଅନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *