Health Tips- ପାଟିରୁ ଦୁର୍ଗନ୍ଧ ଆସିବା (Bad Breath) ର 5 ଟି କାରଣ ? ଜାଣି ରଖନ୍ତୁ 10 ଟି ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ , ମୁହଁ ରୁ ଦୁର୍ଗନ୍ଧ ବା ଖରାପ ନିଶ୍ଵାସ ବାହାରିବା ଏହା କଣ ବଡ ସମସ୍ୟା ଅଟେ । ଆମେ ଅନେକ ସମୟରେ ଦେଖିଥାଉ ଯେ ଆମେ କଥା କହିବ ସମୟରେ ଆମ ମୁହଁ ରୁ ଆସୁଥିବା ନିଶ୍ଵାସ ଏକ ପ୍ରକାରର ଦୁର୍ଗନ୍ଧ ବାହାରକୁ ବାହାରି ଥାଏ । ଆମ ସାଙ୍ଗ ସାଥିମାନଙ୍କ ଆଗରେ ଆମକୁ କଥା କହିବାରେ ଅସୁବିଧା ଅନୁଭବ କରିଥାଉ । ତେଣୁ ଏହି ଦୁର୍ଗନ୍ଧ ଆସିବାର କାରଣ କଣ ହେଇପାରେ ।

ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର କିଛି ଉପଦେଶ ଏବଂ ଘରୋଇ ଉପାୟ ସମ୍ବନ୍ଧରେ । ଆମ ପାଟି ଭିତରେ ବ୍ୟକ୍ଟେରିଆ ରହିଗଲେ ଆମ ମୁହଁ ରୁ ଦୁର୍ଗନ୍ଧ ନିର୍ଗତ ହୋଇଥାଏ । ଆପଣ ଯଦି ଖାଦ୍ୟ ଖାଇଲା ପରେ ମୁହଁ କୁ ଭଲ ଭାବରେ ଧୋଇ ନ ଥାନ୍ତି , ତେବେ ଖାଦ୍ୟ ଆମ ଦାନ୍ତ ମଧ୍ୟରେ ରହି ଯାଇଥାଏ ଏବଂ ବ୍ୟକ୍ଟେରିଆ ଖାଦ୍ୟ କୁ ଚିନି ରେ ପରିଣତ କରିଥାଏ ।

ଏହି ସମସ୍ତ ପ୍ରକ୍ରିୟା  ମଧ୍ୟରେ ବ୍ୟକ୍ଟେରିଆ କିଛି ଗ୍ୟାସ ନିର୍ଗତ କରିଥାଏ , ଯାହା ଆମ ପାଟି ବାଟୁ ବାହାରକୁ ବାହାରି ଥାଏ । ଏହା ଦ୍ଵାରା ଆମ ପାଟି ରୁ ଦୁର୍ଗନ୍ଧ ବାହାରିଥାଏ । ତେଣୁ ଆମ ଏହି ବ୍ୟକ୍ଟେରିଆ କୁ ସଫା କରିବା ଉଚିତ୍ ଏଥି ଆପୀନ ଦିନକୁ ଦୁଇ ଥର ଦାନ୍ତ ସଫା କରିବା ଉଚିତ୍ ଏବଂ ଖାଇଲା ପରେ ପାଟିରେ କୁଳି କରନ୍ତି । ଏହା ଆପଣଙ୍କ ଦାନ୍ତ ରେ ଲାଗିରହିଥିବା ଖାଦ୍ୟକୁ ବାହାରକୁ ବାହାର କରିଥାଏ ।

ଦ୍ଵିତୀୟ ଯଦି ଆମେ ପିଆଜ , ରସୁଣ , ମୂଳା ମାଛ ଖାଉ ତେବେ ଏହି ଖାଦ୍ୟରେ ଆଗରୁ ଏମିତି କିଛି ଗନ୍ଧ ରହିଥାଏ ଯାହା ଖାଇଲା ପରେ ମଧ୍ୟ ଆମ ପାଟିରେ ରହିଥାଏ । ତୃତୀୟ ହେଲା ଆମ ପାଟିରେ ଥିବା ସାଲାଇବା ଅଭାବ ଦ୍ଵାରା ଆମ ପତିରୁ ଦୁର୍ଗନ୍ଧ ବାହାରି ଥାଏ । ଚର୍ତୁର୍ଥ କାରଣ ହେଉଛି ପାଣି କମ ପିଇବା ଦ୍ଵାରା ହୋଇଥାଏ । ପଞ୍ଚମ କାରଣ ହେଉଛି ଆମ ଶରୀରରେ ଭିତରେ କିଛି ରୋଗ ହେଲେ ମଧ୍ୟ ହୋଇଥାଏ ଯେପରିକି କିଡନି , ଡାଇବେଟିସ , ଲିଭର ରୋଗ ଥିଲେ ମଧ୍ୟ ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।

ଏବେ ଆସନ୍ତୁ ଜାଣିବା ଦଶ ଟି ଘରୋଇ ଉପାୟ ବିଷୟରେ 1- ହେଉଛି ଦହି ଏହା ସେବନ ଦ୍ଵାରା ପାଟିରୁ ଦୁର୍ଗନ୍ଧ ବନ୍ଦ ହୋଇଥାଏ । 2-  ସପୁରି ରସ ର ସେବନ କରନ୍ତୁ । 3- ହେଉଛି ଇଲାଚି ର ସେବନ ଖିବା ପରେ ଖାଆନ୍ତୁ । 4-  କମଳା ରେ ଭିଟାମିନ – ସି ରହିଥାଏ ଯାହା ଆମ ପାଟିରୁ ଆସୁଥିବା ଦୁର୍ଗନ୍ଧ କୁ ଦୂର କରିଥାଏ  ।

5- ହେଉଛି ଅଦା କୁ ସେବନ କରିବା କିଛି ସମୟ ପରେ କ୍ଷୀର ର ସେବନ କରିବା ଉଚିତ୍ । 6- ହେଉଛି ଦିନରେ ଆଠ ରୁ  ଦଶ ଗ୍ଲାସ ପାଣି ନିହାତି ପିଆନ୍ତୁ । 7- ହେଉଛି ଗ୍ରୀନ ଟି ର ସେବନ କରନ୍ତୁ । 8- ଖାଇବା ସୋଡା ରେ ପାଟି କୁ କୁଳା କରନ୍ତୁ । 9- ବିନେଗାର କୁ ପାଣି ପେକେଇ ଏହାର ର କୁଳା କରନ୍ତୁ । 10 – ହେଉଛି ଖାଦ୍ୟ ଖାଇଲା ପରେ ଧନିଆ ର ସେବନ କରନ୍ତୁ । ଏହି ସବୁକୁ ନିହାତୁ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *