ପତିପତ୍ନୀ ଏକାଠି ଖାଇବା ଠିକ୍ ନା ଭୁଲ ? ଦେଖନ୍ତୁ ଓଡ଼ିଆ ଘରେ ଅଇଁଠାକୁ ନେଇ କ’ଣ ବାରଣ ରହିଛି ?

ବନ୍ଧୁଗଣ, ଓଡ଼ିଆ ଘରର ନୀତି ନିୟମ ଏବଂ ପରମ୍ପରା ଯାହା ସବୁ ରହିଛି ତାହା ଅନ୍ୟ ରାଜ୍ୟ ଠାରୁ ସଂପୂର୍ଣ୍ଣ ଅଲଗା । ସାଧାରଣତଃ ଖାଇ ସରିବା ପରେ ଆମେ ହାତ ଏବଂ ମୁହଁ ପାଣିରେ ଧୋଇଥାଉ । ନଚେତ ଅଇଁଠା ଛାଡ଼ି ନଥାଏ । କୌଣସି କପଡା ଅଇଁଠା ଛୁଆଁ ହୋଇଥାଏ । ଆମେ ଯେଉଁ ଲୁଗାରେ ଖାଇଥିବା ସେହି ଲୁଗା ଆମର ଅଇଁଠା ହୋଇଯାଇଥାଏ । ତେଣୁ ଖାଇଥିବା ଲୁଗା ପିନ୍ଧି ଠାକୁର ଘରେ ପ୍ରବେଶ କରିବା ଉଚିତ ନୁହେଁ ।

ଡାଇନିଙ୍ଗ ଟେବୁଲ ଉପରେ ସଦାବେଳେ ପ୍ଲାଷ୍ଟିକ ର ମ୍ୟାଟ ବ୍ୟବହାର କରନ୍ତୁ । କପଡା ର ବ୍ୟବହାର ଆଦୌ କରନ୍ତୁ ନାହିଁ । ଓଡ଼ିଆ ଘରର ଗୃହିଣୀ ଖାଇବା ସମୟରେ ତାଙ୍କ ମୁଁହରେ ଏବଂ ହାତରେ ଅଇଁଠା ଲାଗିଥାଏ । ଖାଇ ସାରି ଉଠିକି ଆସିବା ପରେ ତାଙ୍କ ପଣତ କାନି ଯଦି ଫ୍ରିଜ୍ କିମ୍ବା ଅନ୍ୟ ଯକୌଣସି ଜିନିଷରେ ବାଜି ଯାଏ, ତେବେ ସେ ଫ୍ରିଜ ରେ ଯାହା ସବୁ ଜିନିଷ ଥାଏ ସେଗୁଡ଼ିକ ମଧ୍ୟ ଅଇଁଠା ରେ ପରିଗଣିତ ହେବ ।

ଯଦି ହାତ ମୁଁହ ଧୋଇ ସରିବା ପରେ ବାଜି ଥାଏ ତେବେ କୌଣସି ବାରଣ ନାହିଁ । ଏବଂ ଅଇଁଠା ହାତରେ ଗୃହିଣୀ ଯେକୌଣସି ଖାଦ୍ୟ କୁ ଛୁଇଁବେ ସେ ଖାଦ୍ୟ ମଧ୍ୟ ଅଇଁଠା ହୋଇଯାଇଥାଏ । ଏ ନିୟମ କେବଳ ବୋହୂ ମାନଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ସ୍ଵାମୀ ଓ ସ୍ତ୍ରୀ ଏକାଠି ବସି ଖାଇପାରିବେ ଏଥିରେ କିଛି ଅସୁବିଧା ନାହିଁ । କିନ୍ତୁ ପ୍ରଥମ ଥରର ଖାଦ୍ୟ ଟି ସ୍ଵାମୀ ଖାଇବା ଉଚିତ ।

କାରଣ ପ୍ରଥମେ ଯଦି ସ୍ଵାମୀ ଖାଇବେ ତେବେ ସେହି ଖାଦ୍ୟ ସ୍ଵାମୀ ଅଇଁଠା ହୋଇଗଲା । ଏବେ ସ୍ଵାମୀ ସ୍ତ୍ରୀ ଏକାଠି ବସି ଖାଇପାରିବେ । ଏକାଠି ବସି ଖାଇବା ଦ୍ଵାରା ସ୍ନେହ ମମତା ଭଲ ପାଇବା ମଧ୍ୟ ବଢ଼ିଥାଏ । ଓଡ଼ିଆ ଘରେ ଅଇଁଠା କୁ ନେଇ ବହୁତ ନୀତି ନିୟମ ପାଳନ କରାଯାଏ । ଯଦି ଘରର ସଦସ୍ୟ ଖାଇବା ପରେ ବାହାରକୁ ଯାଉଛନ୍ତି ତେବେ ତାଙ୍କର ଅଇଁଠା ବାସନ କୁ ତୁରନ୍ତ ସଫା କରିଦେବା ଉଚିତ ।

ନଚେତ ଆପଣଙ୍କ ପାଖରେ ସମୟ ନାହିଁ ତେବେ ସେଥିରେ ଅଳ୍ପ ପାଣି ପକାଇ ରଖିଦେବେ । ଅଇଁଠା ବାସନ କୁ ପକାଇ ରଖିବା ପରିବାର ପାଇଁ ଶୁଭ ହୋଇନଥାଏ । ଛୋଟ ପିଲାମାନଙ୍କର ଯେଉଁ ପର୍ଯ୍ୟନ୍ତ ଯାଆଁ ଚୁଟି ପଡ଼ିନାହିଁ, ଆପଣ ସେମାନଙ୍କୁ ନିଜର ଅଇଁଠା ଖାଇବାକୁ ଦେବେ ନାହିଁ । କାରଣ ଛୋଟ ପିଲାଙ୍କ ଦେହରେ ସ୍ଵଂୟ ଇଶ୍ଵର ବାସ କରିଥାନ୍ତି । ଏହାଛଡା ଆପଣ ବଳକା ଖାଦ୍ୟ କିମ୍ବା କାହାର ଅଇଁଠା ଖାଦ୍ୟ କୁ ପୁନର୍ବାର ଚୁଲି ରେ ବସେଇ ଗରମ କରି ପାରିବେ ନାହିଁ ।

ଏବଂ ଅଇଁଠା ଖାଦ୍ୟ କୁ ଫ୍ରିଜ ରେ ମଧ୍ୟ ରଖିବେ ନାହିଁ । ଅଇଁଠା ଖାଦ୍ୟ କୁ ଫ୍ରିଜ ରେ ରଖିଲେ ଫ୍ରିଜ ରେ ଯାହା ବି ଜିନିଷ ଅଛି ସେସବୁ ମଧ୍ୟ ଅଇଁଠା ହୋଇଥାଏ । ଯଦି ପରିବାରରେ ଜଣେ ସଦସ୍ୟ ଖାଇ ସାରିବା ପରେ ସେହି ଥାଳିରେ ଆଉ ଜଣେ ଖାଇଥାନ୍ତି । ଏମିତି କରିବା ଦ୍ୱାରା ଜଣଙ୍କ ରୋଗ ଅନ୍ୟ ଜଣଙ୍କ ପାଖକୁ ଯାଇଥାଏ । ଏମିତି କରିବା ଘର ପାଇଁ ମଧ୍ୟ ଶୁଭ ହୋଇନଥାଏ ।

ଜଣେ ଖାଇସାରିବା ପରେ ଥାଳି ଧୋଇ ଆପଣ ଖାଇ ପାରିବେ । ଅଇଁଠା ଥାଳି ରେ ସେବନ ଆଦୌ କରନ୍ତୁ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *