ବନ୍ଧୁଗଣ, ଆଜିର ଯୁଗରେ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢା ଟେନସନ ଅଧିକ ଥାଏ । ଏବଂ ଏମିତି ଟେନସନରେ କେମିତି ଜଲଦି ପାଠ ମନେ ରଖିବେ କେମିତି ? ପଢ଼ିବେ ଏହି ସବୁ ବିଷୟରେ ଭାବି ଭାବି ପରୀକ୍ଷା ଆସିଯାଏ ଓ ଏହାର ରେଜଲ୍ଟ ଏହା ହୋଇଥାଏ କି ପରୀକ୍ଷାରେ ସଫଳ ହୋଇ ପାରନ୍ତି ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ଅବଲମ୍ବନ କରିବା ଦ୍ୱାରା ପାଠ ସହଜରେ ମନେ ରଖି ପାରିବେ ଏବଂ ପରୀକ୍ଷାରେ ସଫଳତା ହାସଲ କରିପାରିବେ ।
ବାସ୍ତବରେ ସମସ୍ତେ ଜଲଦି ପାଠ ମନେ ରଖିବା ପାଇଁ ଘୋଷିବା ଆରମ୍ଭ କରିଦିଅନ୍ତି । କିନ୍ତୁ ଏହା ସବୁଠାରୁ ବେକାର ରାସ୍ତା ଅଟେ । ଜଲଦି ମନେ ରଖିବା ପାଇଁ ଯାହା ବି ଆମ୍ଭେ ଘୋଷି ଥାଉ ତାହା ଆମ୍ଭେ ଜଲଦି ଭୁଲି ମଧ୍ୟ ଯାଉ । ଜଲଦି ମନେ ରଖିବା ପାଇଁ ଅନେକ ଉପାୟ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ ସବୁଠାରୁ ସହଜ ଉପାୟ ବିଷୟରେ ଜଣାଇବୁ । ତେବେ ଚାଲନ୍ତୁ ଏହି ବିଷୟରେ ବିସ୍ତାର ଭାବେ ଜାଣିବା ।
ସର୍ବ ପ୍ରଥମେ ଆପଣ ଏହି କଥାକୁ ନିଜ ମନରୁ କାଢି ଦିଅନ୍ତୁ କି କୌଣସି ବିଷୟ ଆପଣ ଘୋଷିବେ । ଯଦି ଆପଣ ଏହା ଭାବିବେ କି କୌଣସି ବିଷୟକୁ ଘୋଷିକି ମନେ ରଖି ପାରିବେ ତେବେ ଆପଣଙ୍କ ଧ୍ୟାନ ପାଠରୁ ହଟି ପାରେ । କୌଣସି ବିଷୟକୁ ପଢ଼ିବା ପୂର୍ବରୁ ଆପଣଙ୍କ ର ଯାହା ମଧ୍ୟ ଅଧା କିମ୍ବା ବାକି ଥିବା କାମକୁ ସାରି ଆସି ପାଠ ପଢନ୍ତୁ ନଚେତ ଆପଣଙ୍କୁ ବରମ୍ବାର ଉଠିକି ଯିବାକୁ ପଡିପାରେ ।
ଏହାର ଆଉ ଗୋଟେ କାରଣ ହେଉଛି ଯଦି ଆପଣଙ୍କର କିଛି କାମ ବାକି ରହି ଯାଇଛି କିମ୍ବା କିଛି କାମ ଛାଡି ଆପଣ ପାଠ ପଢ଼ିବାକୁ ବସିଯିବେ ତେବେ ଆପଣଙ୍କ ମନ ଖାଲି ସେହି କାମ ପ୍ରତି ଯାଉଥିବ ଓ ଆପଣଙ୍କ ଧ୍ୟାନ ମଧ୍ୟ ପାଠ ରୁ ହଟିପାରେ । ଆପଣ ଜଲଦି ଜଲଦି ରେ ସେହି ବିଷୟକୁ ମନେ ରଖି ପାରିବେ ନାହିଁ । ପ୍ରଥମେ ଆପଣ ଯେଉଁ ବିଷୟ ପଢ଼ିବାକୁ ଯାଉଛନ୍ତି ସେହି ବିଷୟକୁ ଦୁଇ ଥର ଭଲ ଭାବରେ ପଢନ୍ତୁ । ନିଜ ମାତୃଭାଷାରେ ପରିଣତ କରି ଭଲରେ ବୁଝିବାକୁ ଚେଷ୍ଟା କରନ୍ତୁ ।
ଏହା କରିବା ଦ୍ୱାରା ଆପଣଙ୍କୁ ସେହି ବିଷୟ ଟି ଭଲ ଭାବରେ ବୁଝା ପଡ଼ିଯିବ ଓ ଆପଣ ଏହାକୁ ଅନ୍ୟ କାହାକୁ ମଧ୍ୟ ବୁଝାଇ ପାରିବେ । ଆପଣ ଯେଉଁ ବିଷୟ ପଢୁଛନ୍ତି ସେହି ବିଷୟ କୁ କମ ସେ କମ ଦୁଇ ରୁ ତିନି ଥର ନଦେଖି ଲେଖିବାକୁ ଚେଷ୍ଟା କରନ୍ତୁ । ଯେଉଁ ପର୍ଯ୍ୟନ୍ତ ଆପଣ ସେହି ବିଷୟଟିକୁ ଭଲ ଭାବରେ ଲେଖି ପାରି ନାହାଁନ୍ତି ସେପର୍ଯ୍ୟନ୍ତ ଆପଣ ତାହାର ଉତ୍ତର କୁ ବୁଝନ୍ତୁ ଓ ଲେଖି ଚାଲନ୍ତୁ । ସବୁଠାରୁ ଅଧିକ ଜରୁରୀ ହେଉଛି ରିଭିସନ ।
ଆପଣ ଯେଉଁ ବିଷୟଟିକୁ ପଢୁଛନ୍ତି ତାହାର ରିଭିସନ ଥରେ ନିଶ୍ଚିତ କରନ୍ତୁ । ଏମିତି କରିବା ଦ୍ୱାରା ଆପଣ ସେହି ବିଷୟଟିକୁ ଭୁଲି ପାରିବେ ନାହିଁ ଏବଂ ଆପଣଙ୍କର ଜଲଦି ମନେ ମଧ୍ୟ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ