ପାଠ ପଢାରେ ସମୟର ଠିକ ଉପଯୋଗ କରନ୍ତୁ, ସଫଳତା ଆପଣଙ୍କୁ ସୁନିଶ୍ଚିତ ମିଳିବ – Study tips

ଆଜିକାଲି ଦୁନିଆରେ ପାଠ ପଢ଼ା ନିହାତି ଆବଶ୍ୟକ ହୋଇଥାଏ । ପାଠ ପଢିବା ଦ୍ୱାରା ଆପଣ ସମାଜରେ ନିଜର ଭାବ ଆଦାନ ପ୍ରଦାନ କରିପାରିବେ । ଯାହାଦ୍ବାରା କି ଆପଣ ଭଲ ଖରାପ ବିଚାର କରିପାରିବେ । ଏଥିପାଇଁ ପାଠ ଜୀବନରେ ନିହାତି ଆବଶ୍ୟକ ହୋଇଥାଏ । ଏଥିପାଇଁ ଦୁନିଆରେ ଛାତ୍ର ଜୀବନ ବହୁତ ଗୁରୁତ୍ୱ ହୋଇଥାଏ । ଛାତ୍ର ମାନଙ୍କ ପାଇଁ ସମୟ ବହୁତ ବଡ଼ ଗୁରୁତ୍ୱ ଭୂମିକା ନିର୍ଧାରଣ କରିଥାଏ । ସାଧାରଣତଃ ସମୟ ଛାତ୍ର ମାନଙ୍କୁ ସେମାନଙ୍କର ଲକ୍ଷରେ ପହଞ୍ଚାଇବାର ସାହାଯ୍ୟ କରିଥାଏ ।

ଯଦି ସମୟର ଠିକ ଉପଯୋଗ କରିପାରିବେ ତେବେ ଛାତ୍ର ମାନେ ନିଜ ଜୀବନ ରେ ସବୁ କ୍ଷେତ୍ରରେ ସଫଳତା ପାଇବେ । ତେବେ ଆସନ୍ତୁ ଜାଣିବା ସମୟର କିପରି ଭାବରେ ଠିକ ଉପଯୋଗ କରିପାରିବେ ।

ପ୍ରତ୍ୟେକ ଦିନ ଓ ମାସର ଲକ୍ଷ ନିର୍ଧାରଣ କରିବା;- ଆପଣ ଯେତେବେଳେ କୌଣସି ବିନା ପ୍ଲାନରେ ପଢ଼ନ୍ତି ତ ଆପଣଙ୍କୁ ଶିଳାବସ ସମାପ୍ତ କରିବାରେ ମୁସକିଲ ହୋଇଥାଏ । ଯଦି ପରୀକ୍ଷାରେ ଭଲ ସଫଳତା ପାଇବାକୁ ହେଲେ ଶିଲାବସ କମ୍ପ୍ଲିଟ କରିବାକୁ ପଡିଥାଏ । ଏଥିପାଇଁ ଆପଣଙ୍କୁ ସବୁଦିନ ମାସିକିଆ ଲକ୍ଷ ନିର୍ଧାରଣ କରନ୍ତୁ । ଯାହାଫଳରେ ଆପଣ ଆପଣଙ୍କର ଶିଲାବସକୁ ଠିକ ସମୟରେ ସମାପ୍ତ କରିପାରିବେ ।

ସୋସିଆଲ ମିଡିଆ ପାଇଁ ସମୟ ନିର୍ଧାରଣ କରିବା;- ଛାତ୍ର ମାନେ ସୋସିଆଲ ମିଡିଆରେ ସମୟ ନଷ୍ଟ କରିଥାନ୍ତି । ସୋସିଆଲ ମିଡ଼ିଆ ବ୍ୟବହାର କରିବାର ଭଲ ଓ ଖରାପ ପ୍ରଭାବ ଥାଏ । ଏଥିପାଇଁ ଏହାକୁ ବ୍ୟବହାର କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ନିର୍ଧାରଣ କରିବା ଉଚିତ କିନ୍ତୁ ପଢିବା ସମୟରେ ନୁହେଁ । ଯାହାଫଳରେ କି ପାଠ ପଢ଼ାରେ କୌଣସି ବ୍ୟାଘାତ ଘଟିବ ନାହିଁ ।
ସବୁଦିନ କାର୍ଯ୍ୟ ପାଇଁ ସମୟ ନିର୍ଧାରଣ କରିବା;- ପାଠ ପଢିବା ସମୟରେ କୌଣସି ସାଙ୍ଗର ଫୋନ ଆସିଲା ପାଠ ପଢା ଛାଡି ବୁଲିବାକୁ ଚାଲିଗଲେ ପାଠ ପଢା ନଷ୍ଟ ହୋଇଥାଏ । ଏଥିପାଇଁ ସାଙ୍ଗ ମାନଙ୍କ ସହ ସମୟ ବିତାଇବାର ଏକ ନିର୍ଦିଷ୍ଟସ ସମୟ ନିର୍ଧାରଣ କରିବା ଉଚିତ ।

କଠିନ ବିଷୟର ସରଳିକରଣ କରିବା;- ଆପଣ ସବୁ ବିଷୟକୁ ମନେ ରଖିବା ସହଜ ହୋଇନଥାଏ । ପରୀକ୍ଷା ସମୟରେ ବହୁତ ସମସ୍ୟା ହୋଇଥାଏ । ଏଥିପାଇଁ କଠିନ ବିଷୟକୁ ନିଜ ଭାଷାରେ ସରଳିକରଣ କରିବା ଦ୍ୱାରା ଆପଣ ଏହି ବିଷୟକୁ ସହଜରେ ମନେ ରଖି ପାରିବେ ଓ ପରୀକ୍ଷାରେ ସଫଳ ହେବେ ।

ଏହା ଦ୍ୱାରା ଆପଣଙ୍କୁ ବହୁତ ସମୟ ମଧ୍ୟ ମିଳିବ ଅନ୍ୟ ବିଷୟ ପଢିବା ପାଇଁ । ଆପଣ ଏହି ନିୟମକୁ ୨୧ ଦିନ ପର୍ଯ୍ୟନ୍ତ ଅନୁକରଣ କରନ୍ତୁ ଯାହାଫଳରେ ଆପଣ ଏହି ନିୟମ ପ୍ରତି ଅଭ୍ୟସ୍ତ ହୋଇଯିବେ ଓ ପାଠ ପଢ଼ାରେ କୌଣସି ସମସ୍ୟା ନ ରହି ଆପଣ ପରୀକ୍ଷାରେ କୃତ କାର୍ଯ୍ୟ ହେବେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *