Chanakya Niti: ପରିଶ୍ରମ କରିବେ ତ କେବଳ ଗୁଲାମ ବନିବେ ରାଜା ନୁହେଁ, ବଡ ହେବାକୁ ହେଲେ ପ୍ରତିଦିନ କରନ୍ତୁ ଏହି 1 କାମ (Best Motivational Speech)

ଜୀବନରେ ନୀତି ନିୟମାନୁସାରେ କାର୍ଯ୍ୟ କରିବା ଦ୍ଵାରା ମଣିଷ ନିଜ ଜୀବନରେ ସଫଳତା ର ଶିଖର କୁ ଛୁଇଁବା ସହ ସମାଜରେ ଖୁବ ମାନ ପ୍ରତିଷ୍ଠା ମଧ୍ୟ ଲାଭ କରିଥାଏ । ବନ୍ଧୁଗଣ ମନୁଷ୍ୟ ସମୟ ସହ ଚାଲୁ ଚାଲୁ ବେଳେବେଳେ ଏପରି କିଛି ପରିସ୍ଥିତି ରେ ଫସି ଯାଇଥାଏ, ଯେଉଁଠାରେ କି ସେ କଣ କରିବ କିଛି ଜାଣି ପାରି ନଥାଏ । ମଣିଷ ର ଏହି ସବୁ ପରିସ୍ଥିତି ତଥା ଦୁଃଖମୟ ଜୀବନକୁ ସୁଖ ମୟ କରିବା ପାଇଁ ପୁରାତନ କାଳ ରେ ମହାନ ମହାନ ଜ୍ଞାନୀ ପଣ୍ଡିତ ମାନେ ମନୁଷ୍ୟ ଙ୍କର ନିରାଶଭାବ କୁ ଦୂର କରିବାକୁ ଯାଇ କିଛି ନୀତି ମାନ ରଚନା କରି ଯାଇଛନ୍ତି ।

ବନ୍ଧୁଗଣ ଚାଣକ୍ୟ ନୀତି ମଧ୍ୟ ସେହିଭଳି ଏକ ନୀତି ଶାସ୍ତ୍ର ଅଟେ ଯେଉଁଥିରେ କି ମହାନ ବିଦ୍ଵାନ ଚାଣକ୍ୟ ଜନ କଲ୍ୟାଣ ନିମନ୍ତେ କିଛି ନୀତି ମାନ ରଚନା କରିଯାଇଛନ୍ତି । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ରଚନା କରିଯାଇଛନ୍ତି କି ମଣିଷ ର ଚାରୋଟି କ୍ଷୁଧା କେବେ ମେଣ୍ଟି ନ ଥାଏ ।

ଏବ॰ ତାହା ହେଲା – ଧନ, ଜୀବନ, ବାସନା ଓ ଭୋଜନ ଏହି ସବୁ ର ଭୋକ ମନୁଷ୍ୟକୁ ସବୁବେଳେ ଲାଗି ରହିଥାଏ । ମଣିଷକୁ ଏହି ଚାରୋଟି ଜିନିଷ ଯେତେ ପରିମାଣରେ ମିଳିଥିଲେ ମଧ୍ୟ ମଣିଷକୁ ଏହି ଚାରୋଟି ଜିନିଷର ଭୋକ ସବୁବେଳେ ଲାଗି ରହିଥାଏ । ତାହାଛଡା ବନ୍ଧୁଗଣ ଚାଣକ୍ୟ କହିଛନ୍ତି କି ଜୀବନରେ ସବୁବେଳେ ସମୟ ସମାନ ରହି ନଥାଏ ।

ତେଣୁ ଜୀବନର ଏହି ଯାତ୍ରାରେ ସବୁବେଳେ ମନେ ରଖିବା ଉଚିତ୍ କି ଖରାପ ସମୟ କେତେ ବେଳେ ମଧ୍ୟ ଆସି ଯାଇପାରେ । ତେଣୁ ସେହି ସମୟ ପୂର୍ବରୁ ହିଁ ସେହି ସମୟ ପାଇଁ ସବୁବେଳେ କିଛି ମାତ୍ରରେ ଧନ ସଞ୍ଚୟ କରି ରଖିବା ଉଚିତ୍ । କାରଣ ମଣିଷ ଜୀବନରେ ଯେତେବେଳେ ଦୁଃଖର ସମୟ ଆସିଥାଏ ସେତେବେଳେ ମଣିଷର ନିଜ ଲୋକ ମଧ୍ୟ ମଣିଷର ହାତ ଛାଡି ଚାଲି ଯାଇଥାନ୍ତି ।

ତେଣୁ ଯଦି ସେହି ସମୟରେ ଆପଣଙ୍କ ପାଖରେ ଧନ ଥିବ, ତେବେ ସେହି ଧନ ହିଁ ସେହି ସମୟର ମୁକାବୁଲା କରି ପାରିବ । ବନ୍ଧୁଗଣ ଚାଣକ୍ୟ କହିଛନ୍ତି କି, ଜୀବନରେ ଯଦି ଅଧିକ ସିଧା ସରଳ ହୋଇ ରହିବେ ତେବେ ସମସ୍ତେ ଆପଣଙ୍କୁ ଜୀବନରେ ଦବେଇ ଆଗକୁ ଚାଲିଯିବେ । ଯେପରିକି ଗୋଟେ ଜଙ୍ଗଲରେ ସବୁବେଳେ ସିଧା ଗଛକୁ ଆଗ କଟା ଯାଇଥାଏ ଏବ॰ ଅଙ୍କାବଙ୍କା ଗଛ ଗୁଡିକୁ ପରେ କାଟିବାକୁ ଛାଡି ଦିଆଯାଇଥାଏ ।

ସେଥିପାଇଁ ଜୀବନରେ ଏତେ ସିଧା ହେବା କଥା ନୁହେଁ କି ଲୋକ ମାନେ ଲୁଟି ଖାଇଯିବେ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯଦି ପେଚା ଦିନରେ  ଦେଖି ପାରେ ନାହିଁ, ତେବେ ଏଥିରେ ସୂର୍ଯ୍ୟ ଙ୍କର ଭଲା କି ଦୋଷ । ବନ୍ଧୁଗଣ ବୁଝି ନିଅନ୍ତୁ କି ଏହି ସବୁ ବିଧାତାର ରଚନା ଅଟେ। ଯାହା କିଛି ହୁଏ ସବୁ ଇଶ୍ଵର ଙ୍କର ଇଚ୍ଛାନୁସାରେ ହିଁ ହୋଇଥାଏ ।

ତେଣୁ ଜୀବନରେ କେବେ ମଧ୍ୟ ନିରାଶ ହୋଇ ବସିବା କଥା ନୁହେଁ । ଯାହା ହୋଇଛି ଭଲ ହୋଇଛି । ଯାହାହେବ ଭଲ ହେବ । ଏପରି ଚିନ୍ତା ରଖି ଜୀବନରେ ସବୁବେଳେ ଆଗକୁ ବଢି ଚାଲିବା ଉଚିତ୍ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *