ପାଣି ପିଇବାର ସଠିକ ଉପାୟ ! 21 ଦିନ ଏହିପରି ପିଅନ୍ତୁ ପାଣି, ଆଉ ତା’ପରେ ଶରୀରରେ ଯାହା ହେବ ଆପଣ କେବେ ଭାବି ବି ନଥିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରର ୬୫ ରୁ ୭୦ ଭାଗ ଜଳ ହୋଇଥାଏ । ତେଣୁ ଶରୀରକୁ ଜଳର ଯଥେଷ୍ଟ ମାତ୍ରାର ଆବଶ୍ୟକତା ରହିଥାଏ । ଯଦି ବ୍ୟକ୍ତି ଶରୀର ଆବଶ୍ୟକତା କରୁଥିବା ପରିମାଣ ଅନୁସାରେ ଜଳ ମିଳିନଥାଏ । ତେବେ ଶରୀରରେ ଅନେକ ପ୍ରକାର ସମସ୍ଯା ଆସିଯାଇଥାଏ । ଯେପରି ଡାଇଜେସନରେ ବାଧା ଆସିବା, ଡିହାଇଡ଼େସନ କାରଣରୁ ଶରୀର ଶୀଘ୍ର ହାଲିଆ ହୋଇଯିବା ।

ସ୍କିନ ସୁସ୍ଖ ହୋଇଯିବା, ନଖ ଭାଙ୍ଗିବା, ଚୁଟି ଝଡିବା, ଆଣ୍ଠୁ ଗଣ୍ଠିରେ ଦରଜ ହେବା, ମାଇଗ୍ରେନ, କିଡ୍ନୀ ଓ ଲିଭର ଡାମେଜ ଭଳି ଅନେକ ସମସ୍ଯା ଦେଇଥାଏ । ତେବେ ଶରୀର ପାଇଁ ଦରକାର ପଡୁଥିବା ପରିମାଣ ଅନୁସାରେ ପାଣି ପିଇବା ଉଚିତ । ତେବେ ପାଣି ପିଇବା ସହିତ ପାଣି ପିଇବାର ସଠିକ ନିୟମ ଜାଣି ରଖିବା ମଧ୍ୟ ନିହାତି ଉଚିତ । କାରଣ ବହୁତ ଲୋକ ଯଥେଷ୍ଟ ମାତ୍ରାର ପାଣି ସେବନ କରିଥାନ୍ତି ।

ତେବେ ପାଣି ପିଇବାର ସଠିକ ଢଙ୍ଗ ଜାଣିନଥିବାରୁ ପାଣି ପିଇବାର ଶରୀରକୁ ଉପଯୁକ୍ତ ଫାଇଦା ନ ମିଳି ଅପର ପକ୍ଷରେ ଏହାର କୁପରିଣାମ ଭୋଗିବାକୁ ପଡିଥାଏ । ତେବେ ପାଣି ଠିକ ଭାବରେ ପିଇବାର ପ୍ରଥମ ନିୟମଟି ହେଉଛି । ପାଣିକୁ ଖାଇବାର ୧ ଘଣ୍ଟା ପୂର୍ବରୁ କିମ୍ବା ପରେ ପିଇବା ଅନୁଚିତ । କାରଣ ଖାଦ୍ୟକୁ ହଜମ କରିବା ପାଇଁ ଥିବା ଏସିଡ ରୂପକ ଅଗ୍ନୀକୁ ଖାଦ୍ୟ ଖାଇବା ସମୟରେ ଯଦି ପାଣିକୁ ସେବନ କରିଦେବେ ।

ତେବେ ସେହି ଅଗ୍ନୀ ଲିଭିଯାଇଥାଏ । ଯାହା ଦ୍ଵାରା ଖାଦ୍ୟ ଠିକ ଭାବରେ ପଚନ ନହୋଇପାରି ପେଟରେ ପଡି ପଡି ପଚିଥାଏ । ଯେଉଁ କାରଣରୁ ପେଟରେ ଗ୍ଯାସ ଓ ଏସିଟିଡି ଜନିତ ବହୁତ ପେଟ ସମସ୍ଯା ଆସିଥାଏ । ଦିତୀୟରେ ପାଣିକୁ ଢକ ଢକ କରି ଜୋରରେ ପିଇବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ପାଣିର ସଠିକ ଫାଇଦା ଶରୀରରେ ଦେଖାଇବାକୁ ମିଳିନଥାଏ । ପାଣିକୁ ବସି ଧୀରେ ଧୀରେ କରି ପିଇବା ଉଚିତ ।

ତୃତୀୟରେ ସବୁ ସମୟରେ ଅତ୍ୟଧିକ ଥଣ୍ଡା ପାଣି ପିଇବା ଅନୁଚିତ । କାରଣ ଯଦି ସବୁବେଳେ ଫ୍ରିଜ ପାଣି ପିଇବେ । ତେବେ ଏହା ଖାଦ୍ୟକୁ ଠିକ ଭାବରେ ହଜମ କରିପାରିନଥାଏ, ଗଳା ଖରାପ କରିଥାଏ, ଆଣ୍ଠୁ ଗଣ୍ଠି ପେନ ବଢାଇଥାଏ । ତେବେ ସାଧାରଣ ପାଣି ପିଇବା ହିଁ ଠିକ ହୋଇଥାଏ । ଚତୁର୍ଥରେ ପାଣିକୁ ଦରକାର ଠାରୁ ଅଧିକ ପିଇବା ମଧ୍ୟ ଅନୁଚିତ ।

କାରଣ ବହୁତ ଲୋକ ଥାନ୍ତି, ଯେଉଁ ମାନେ ଶୋଷ ଲାଗୁ ଅବା ନଲାଗୁ ଦିନମାନ ପାଣି ପିଇଚାଲିଯାଇଥାନ୍ତି । ସବୁବେଳେ ଶରୀରକୁ ଯେତିକି ଦରକାର ସେତିକି ହିଁ ପିଇବା ହିଁ ଉଚିତ । ପଞ୍ଚମରେ ଠିଆ ଠିଆ ହୋଇ ପାଣି ପିଇବା ଅନୁଚିତ । କାରଣ ଯଦି ଠିଆ ହୋଇକୁ ଜୋରସେ ପାଣିକୁ ପିଇଦେବେ । ତେବେ ଏହା କିଡ୍ନୀରେ ଠିକ ଭାବରେ ଫିଲ୍ଟର ହୋଇପାରିନଥାଏ ।

ଯଦି ଏପରି ହୋଇଥାଏ, ତେବେ ଏହା ଶରୀରର ବିଷାକ୍ତ ପଦାର୍ଥକୁ ମଧ୍ୟ ଶରୀରରୁ କାଢିନଥାଏ । ଯାହା ଦ୍ଵାରା ଶରୀରରେ ସ୍ଵାସ୍ଥଗତ ବହୁତ ପ୍ରକାର ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *