Health Tips- ପାଣି ପିଇବା ସମୟରେ ଏହି 5 ଭୁଲ କରୁଛନ୍ତି କି ? ସାବଧାନ…

ନମସ୍କାର ବନ୍ଧୁଗଣ, ପାଣି ମଣିଷର ଜୀବନ । ଜୀବନ ବିହୁନେ ସୃଷ୍ଟି ନାଶ । ତେଣୁ ପାଣି ଆମ ଶରୀର ପାଇଁ ନିହାତି ଭାବରେ ଆବଶ୍ୟକ । ପାଣି ପ୍ରଚୁର ମାତ୍ରାରେ ପିଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । କିନ୍ତୁ ଆପଣ ପିଉଛନ୍ତି ସତ ହେଲେ କେରିଦେଉଛନ୍ତି କିଛି ବଡ ଭୁଲ । ଯାହାଦ୍ୱାରା ଆପଣଙ୍କ ପାଣି ପିଇବାର କୌଣସି ମୂଳୟା ରହୁ ନାହିଁ । ତେଣୁ ପାଣି ପିଇବା ଆପଣଙ୍କ ଶରୀର ପାଇଁ ଭଲ ହେବା ବଦଳରେ ପହଞ୍ଚାଇ ଦେଉଛି କ୍ଷତି । ତ୍ତେବ୍ବେ ଆସନ୍ତୁ ଜାଣିବା ପାଣି ପିଇବା ସମୟରେ କେଉଁ ଭୁଲ କରିବା ଅନୁଚିତ ।

ଆପଣ ପାଣିକୁ ପିଅନ୍ତୁ ନାହିଁ ପାଣିକୁ ଖାଆନ୍ତୁ । ଆପଣ ପାଣିକୁ ଗୋଟିଏ ଗୋଟିଏ ଢୋକ ନେଇ ପିଇବା ଉଚିତ । ପାଣିକୁ ଆପଣ ପାଟିରେ ନେଇ ପ୍ରଥମେ ଦୁଇ ରୁ ତିନି ସେକେଣ୍ଡ ପାଟି ଭିତରେ ବୁଲାନ୍ତୁ ଏହାପରେ ଯାଇ ପିଅନ୍ତୁ । ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ପାଟିରୁ ବାହାରୁଥିବା ସାଲାଇଭା ପାଣି ସହ ଆପଣଙ୍କ ପେଟକୁ ଯାଇଥାଏ ।

ଯାହାକି ହଜମ କରିବା ପାଇଁ ସାହାର୍ଯ୍ୟ କରିଥାଏ । ଆପଣ ପିଉଥିବା ପାଣିର ତାପମାତ୍ରା ସାଧାରଣ ରହିବା ଉଚିତ । ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ଆପଣଙ୍କ ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଯଦି ଗ୍ରୀଷ୍ମ ଋତୁ ହୋଇଛି ଆଉ ଥଣ୍ଡା ପାଣି ପିଇବା ପାଇଁ ଇଛା ହେଉଛି ତେବେ ଆପଣ ପାଣିକୁ ମାଟିର ପାତ୍ରରେ ରଖି ଥଣ୍ଡା ପାଣି ପିଇପାରିବେ ।

ଖାଇବା ସମୟରେ, ଖାଇବା ପୂର୍ବରୁ ଏବଂ ଖାଇବା ପରେ ସଙ୍ଗେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ । ଖାଇବାର ଏକ ଘଣ୍ଟା ପୂର୍ବରୁ ଏବଂ ଖାଇବା ଏକ ଘଣ୍ଟା ପରେ ଆପଣ ପାଣି ପିଇବା ଉଚିତ । ଆପଣ ମାଟିର ବୋତଲ ଏବଂ ଗ୍ଳାସର ବୋତଲରେ ପାଣି ରଖି ପିଇବା ଉଚିତ । କିନ୍ତୁ ପ୍ଲାଷ୍ଟିକ ବୋତଲରୁ ପାଣି ପିଇବା ହାନିକାରକ ହୋଇଥାଏ । ଆପଣ ସନ ଚାର୍ଜ ପାଣି ପିଇବା ଉଚିତ ।

ଏଥିପାଇଁ ଆପଣ ଏକ ମାଟି ପାତ୍ରରେ ପିଇବା ପାଣି ରଖି ତା ମୁହଁରେ ଏକ ସଫା କପଡା ଗୁଡାଇ ଦିଅନ୍ତୁ । ଏବଂ ଏହାକୁ ନେଇ ଆପଣ ଖରାରେ ଆଠ ଘଣ୍ଟା ରଖନ୍ତୁ । ଆଉ ଏହାପରେ ଆପଣ ଖରାରୁ ଆଣି ତାହାକୁ ମାଟି ପାତ୍ରରେ ଭର୍ତ୍ତି କରନ୍ତୁ । ଆଉ ଦିନ ସାରା ସେହି ପାଣିକୁ ପିଅନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ଏକ ପ୍ରାକୃତିକ ଔଷଧ ଅଟେ । ଆପଣଙ୍କୁ ଆପଣଙ୍କ ଜୀବନଶୈଳୀ ଅନୁଯାୟୀ ପାଣି ପିଇବା ଉଚିତ ।

ଯଦି ଆପଣଙ୍କ ୟୁରିନ ପୁରା ଗାଢ ହଳଦିଆ ହେଉଛି ତେବେ ଆପଣଙ୍କ ଶରୀରକୁ ଠିକ ଭାବରେ ପାଣି ନାହିଁ ତେଣୁ ଆପଣ ପାଣି ପିଇବା ଉଚିତ । ଆଉ ଯଦି ଆପଣଙ୍କ ୟୁରିନ ଧଳା ରଙ୍ଗର ହେଉଛି ତେବେ ଆପଣଙ୍କୁ ଆବଶ୍ୟକ ପାଣି ମିଳୁଛି ବୋଲି ଜାଣିବେ । ଏବଂ ଆପଣ ଯେଉଁ ହିସାବରେ ପାଣି ପିଉଛନ୍ତି ସେହି ହିବାରରେ ପିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *