ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଏହି 5 ଟି କଥା ସର୍ବଦା ଗୁପ୍ତ ରଖନ୍ତୁ (Best Motivational Tips)                      

ନମସ୍କାର ବନ୍ଧୁଗଣ ,   ଆପଣ ଆପଣଙ୍କ ଜୀବନରେ ଏହି ପଞ୍ଚୋଟି କଥା ଗୁପ୍ତ ରଖନ୍ତୁ । ନଚେତ୍ ଆପଣଙ୍କୁ  ଭୋଗିବାକୁ ପଡିଥାଏ ଏହାର  କୁପରିଣାମ । ମଣିଷ ତାର ଜୀବନରେ ଦୁଇ ପ୍ରକାରର ସ୍ଵଭାବର ହୋଇଥାଏ । ପ୍ରଥମ ସ୍ଵଭାବ ବ୍ୟକ୍ତି ନିଜର ବିଷୟକୁ ଗୁପ୍ତ ରଖିଥାଏ ଦ୍ଵିତୀୟ ସ୍ଵଭାବ ଥିବା ବ୍ୟକ୍ତି ନିଜର ଗୁପ୍ତ ବିଷୟକୁ ମନରେ ରଖିପାରିନଥାଏ । ଏହି ପ୍ରକାରର ବ୍ୟକ୍ତିମାନେ ବହୁତ ଜଳଦି  ନିଜର ଗୁପ୍ତ ବିଷୟକୁ କହିଦେଇଥାନ୍ତି ।

ଯଦି ଆପଣଙ୍କ ଜୀବନରେ ଆପଣଙ୍କ ସାଙ୍ଗ ବା ନିଜର ବ୍ୟକ୍ତି ଆସି ଆପଣଙ୍କୁ ତାହାର ଗୁପ୍ତ ବିଷୟ କହିଥାଏ , ତେବେ ଆପଣ ମଧ୍ୟ ତାହାକୁ ନିଜର ବ୍ୟକ୍ତିଗତ ଗୁପ୍ତ ବିଷୟ କହିବାକୁ ଇଛା କରିଥାନ୍ତି ଏବଂ କହିଦେଇଥାନ୍ତି । ତାହାକୁ କହିସାରିଲା ପରେ ଆପଣଙ୍କୁ ଏଭଳି କିଛି ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ଯାହା ଆପଣ ଚିନ୍ତା ମଧ୍ୟ କରିନଥାନ୍ତି । ତେଣୁ ନିଜର ଗୁପ୍ତ ବିଷୟବସ୍ତୁ କୁ ଯେତେ ସମ୍ଭବ ନିଜ ପାଖରେ ରଖିବା ଉଚିତ୍ ହୋଇଥାଏ ।

ଆସନ୍ତୁ ଜାଣିବା ଏହା ବିଷୟରେ ଯେ ଏମିତି କେଉଁ ପଞ୍ଚୋଟି ବିଷୟ ରହିଛି ଯାହାକୁ ଆମେ କେବେ ବି କାହାରି ଆଗରେ ପ୍ରକାଶ କରିବା ଆମ ପକ୍ଷେ ଅସୁବିଧାର କାରଣ ହୋଇପାରେ । ପ୍ରଥମ ରହିଛି ଆପଣ ଯାହା କିଛି ଜୀବନରେ ଦାନପୁଣ୍ୟ କରିଥାନ୍ତି । ତେବେ ତାହାକୁ କାହାରି ଆଗରେ କହିବେ ନାହିଁ । ଆପଣ ଏହା ଶୁଣି ଥିବେ ଯେ ଆପଣ ଯାହା ଦାନ କରିଥାନ୍ତି ଡାହାଣ ହାତରେ ଦାନ କରିବା ବାମ ହାତ ଜାଣିବା କଥା ନୁହେଁ ଏବଂ ଏହା ସତ୍ୟ ଅଟେ ।

ତେଣୁ ଯଦି ଆପଣଜୀବନରେ ଯାହା ବି ଭଲ ବିଷୟ କରିଥାନ୍ତି , ତାହାକୁ ଅନ୍ୟ ଆଗରେ କହିବା ଅନୁଚିତ୍ ହୋଇଥାଏ ।  ଦ୍ଵିତୀୟ ରେ ଅନ୍ୟ ବ୍ୟକ୍ତି ପ୍ରତି ନିଜତ ଚିନ୍ତା ଧାରା କୁ ସେହି ବ୍ୟକ୍ତିଙ୍କ ଆଗରେ କେବେ ବି କହିବେ ନାହିଁ । କାରଣ ତାହାରି ଆଗରେ କହିବ ଦ୍ଵାରା ଯଦି ସେ ଦୁଃଖିତ ହୋଇଯାଏ ଏବଂ ଆପଣଙ୍କୁ ପରେ ଲାଗିଥାଏ । ଯେ ମୁଁ ଏହି ବିଷୟକୁ ନ କହିଥିଲେ ଭଲ ହୁଅନ୍ତା ପରେ ଆପଣଙ୍କୁ ହିଁ ଖରାପ ଲାଗେ ।

ତେଣୁ ନିଜର ମତ କୁ ଦେବା ପୂର୍ବରୁ ଭାବିବା ଉଚିତ୍ । ତୃତୀୟ ହେଉଛି ନିଜର ଲକ୍ଷ୍ୟ ଜୀବନରେ ଯାହା  ହେବାକୁ ଚାହୁଛନ୍ତି ସେହି ବିଷୟକୁ କଦାପି କାହାକୁ କହିବେ ନାହିଁ । ନଚେତ୍ ଯାହା ହେବାକୁ ଚାହିଥାନ୍ତି ତାହା ହେଇପାରନ୍ତି ନାହିଁ । ଲକ୍ଷ୍ୟ ପ୍ରତି ଥିବା ତୁମ ଆଶା କମିଯାଇଥାଏ । ତେଣୁ ଏହି ବିଷୟକୁ ଗୁପ୍ତ ରଖିବା ଉଚିତ୍ । ଚର୍ତୁର୍ଥ ହେଉଛି ଆପଣଙ୍କ ଜୀବନ ର ଚାଲିଚଳଣି ସମସ୍ତକ ଠାରୁ ଭିନ୍ନ ହୋଇଥାଏ ।

ତେଣୁ ଆପଣଙ୍କ ଜୀବନରେ ଆସୁଥିବା ଲୋକମାନେ ଆପଣଙ୍କ ଧର୍ମ ର ହୋଇନଥାନ୍ତି । ତେଣୁ ସେମାନଙ୍କ ସହ ନିଜର ଧର୍ମ ର ଗୁପ୍ତ ବିଷୟ କହିବେ ନାହିଁ । ଶେଷ ହେଉଛି ପାରିବାରିକ ସମସ୍ୟା କୁ କାହାରି ଆଗରେ କହିବେ ନାହିଁ ଏହା ଶୁଣି ସେମାନେ ଆପଣଙ୍କ ଥଟ୍ଟା ମଜା ମଧ୍ୟ କହିପାରିବେ । ତେଣୁ ଏହି ୫ଟି ବିଷୟକୁ ଗୁପ୍ତ ରଖିବା ନିହାତି ଜରୁରୀ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *