ବନ୍ଧୁଗଣ, ଯିଏ ମଧ୍ୟ ଏହି ମୃତ୍ୟୁ ଲୋକରେ ଜନ୍ମ ନେଇଛି ତାହାର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । ସାଧାରଣତ ସମସ୍ତେ ମାନିଥାନ୍ତି ଯେ ମନୁଷ୍ୟ ର ମୃତ୍ୟୁ ହେଲେ ତାହା ସହିତ ପରଲୋକ କୁ ତାହାର କର୍ମ ବ୍ୟତୀତ ଅନ୍ୟ କିଛି ତାହା ସାଥେ ଯାଏନାହିଁ । ଗରୁଡ ପୁରାଣ ଅନୁଯାୟୀ ଯେବେ ମନୁଷ୍ୟ ର ମୃତ୍ୟୁ ହୋଇଥାଏ, ତାହାର ମୃତ ଶରୀରକୁ ଜଳାଇବା ପରେ ସେହି ମୃତ ଆତ୍ମା ର ଯମଲୋକର ଯାତ୍ରା ଆରମ୍ଭ ହୋଇଥାଏ ।
ଏହି ରାସ୍ତାରେ ତାହାର କର୍ମ ସହିତ ବ୍ୟକ୍ତି ର ଜୀବନ କାଳରେ କରାଯାଇଥିବା ଆଉ ୪ ଟି ଜିନିଷ ତାହା ସହିତ ଯାଇଥାଏ । ଅର୍ଥାତ ମୃତ୍ୟୁ ପରେ ମୃତ ବ୍ୟକ୍ତି ସହିତ ୫ ଟି ଜିନିଷ ସର୍ବଦା ତାହା ସହିତ ରହିଥାଏ । ସେହି ଆତ୍ମା ର ପୁନ୍ନରଜନ୍ମ ହେଲେ ଏହି ୫ ଟି ଜିନିଷ ଉଚିତ ସମୟ ଦେଖି ଆତ୍ମା ସହିତ ପୁନର୍ବାର ନୂତନ ଶରୀରରେ ପ୍ରବେଶ ହୋଇଯାଏ । ଆସନ୍ତୁ ଜାଣିବା ସେହି ୫ ଟି ଜିନିଷ କଣ ଅଟେ ?
ଗରୁଡ ପୁରାଣ ଅନୁଯାୟୀ କାମନା ମନୁଷ୍ୟ କୁ ପୁନର୍ବାର ନୂତନ ଶରୀର ଧାରଣ କରିବାରେ ସାହାର୍ଯ୍ୟ କରିଥାଏ । କାମନା ଅନୁସାରେ ହିଁ ମନୁଷ୍ୟ କୁ ନୂତନ ଶରୀରର ପ୍ରାପ୍ତି ହୋଇଥାଏ । ମୃତ୍ୟୁ ସମୟରେ ମନୁଷ୍ୟ ଯେଉଁ ଯେଉଁ ଜିନିଷ ର କାମନା କରିଥାଏ । ମୃତ୍ୟୁ ପରେ ମଧ୍ୟ ତାହା ମନୁଷ୍ୟ ସହିତ ଚାଲି ଯାଇଥାଏ । ସେହି କାମନା ର ପୂର୍ତ୍ତି ହେତୁ ମନୁଷ୍ୟ ପୁଣିଥରେ ଜନ୍ମ ନେଇଥାଏ ।
ଗରୁଡ ପୁରାଣ ଅନୁଯାୟୀ କାମନା ବାସନା ର ହିଁ ସାଥି ଅଟେ । ବାସନା ଏକ ଏଭଳି ଜିନିଷ ଯାହାର କୌଣସି ଅନ୍ତ ନାହିଁ । ମୃତ୍ୟୁ ଶଯ୍ୟା ଉପରେ ମଧ୍ୟ ମୃତ ଆତ୍ମା ବାସନା ଠାରୁ ମୁକ୍ତି ହୋଇପାରି ନଥାଏ । ସାଂସାରିକ ସୁଖ ର ଚିନ୍ତାଧାରା ହିଁ ବାସନା ଅଟେ । ଯଦି ଆପଣ ଏହି ଦୁଇଟି କୁ ନେଇ ପ୍ରାଣ ତ୍ୟାଗ କରିଥାନ୍ତି ତେବେ ଆଗାମୀ ଜନ୍ମ ଆପଣଙ୍କ ସେହି ୟୋନି ରେ ସୁନିଶ୍ଚିତ । ଗରୁଡ ପୁରାଣ ଅନୁଯାୟୀ ମନୁଷ୍ୟ ଜୀବନ ସାରା କର୍ମ କରିଥାଏ । ସେହି କର୍ମ ଭଲ ହେଉ ଅଥବା ଖରାପ । ତାହା ମୃତ୍ୟୁ ପରେ ତାହା ସହିତ ସଦା ସର୍ବଦା ରହିଥାଏ ।
ଏହି କର୍ମ ହିଁ ମନୁଷ୍ୟ ଙ୍କୁ ସ୍ଵୋର୍ଗ ରେ ସୁଖ ଏବଂ ଦୁଖ ଦେଇଥାଏ । ଏହି ପରିଣାମରେ ଆଗାମୀ ଜନ୍ମ ରେ ଭଲ ମନ୍ଦ ଫଳ ପ୍ରାପ୍ତ ହୋଇଥାଏ । ଏହାପରେ ଗରୁଡ ପୁରାଣ ରେ କରଜ ସମ୍ବନ୍ଧରେ କୁହାଯାଇଛି । ଯଦି ମନୁଷ୍ୟ କାହାଠାରୁ କରଜ ନେଇଅଛି ତେବେ ଜୀବନ ଥାଉ ଥାଉ ତାକୁ ସୁଝିଦେବା ଉଚିତ । କାରଣ ନିଆଯାଇଥିବା କରଜ ଏବଂ ଦିଆଯାଇଥିବା କରଜ ଉଭୟ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ପିଛା ଛାଡି ନଥାଏ ।
ଗରୁଡ ପୁରାଣ ରେ କରଜ ପରେ ଯେଉଁ ୫ ମ ବିଷୟ ସମ୍ବନ୍ଧରେ କୁହାଯାଇଅଛି ତାହା ହେଉଛି ପୂଣ୍ୟ । ମୃତ୍ୟୁ ପରେ ମଧ୍ୟ ଏହା ଆଗମୀ ଜନ୍ମ ରେ ବ୍ୟକ୍ତିଙ୍କ ସହିତ ଜଡିତ ହୋଇ ରହିଥାଏ । ଗରୁଡ ପୁରାଣ ଅନୁଯାୟୀ ଆପଣଙ୍କ ଦ୍ଵାରା କରାଯାଇଥିବା ଦାନ ତଥା ପରଉପକାର ର ପୂଣ୍ୟ ଅନେକ ଜନ୍ମ ଆପଣଙ୍କ ସହିତ ରହିଥାଏ । ବନ୍ଧୁଗଣ ମନୁଷ୍ୟ ର ମୃତ୍ୟୁ ପରେ ଏହି ୫ ଟି ଜିନିଷ ତାହା ସହିତ ରହିଥାଏ ।
ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ