ବନ୍ଧୁଗଣ, ଗରିବ ରୁ ଅତି ଗରିବ ଲୋକ ବି ଧନବାନ ହୋଇଯିବ । ଏହି ୫ ଟି ଜିନିଷ ରଖିଲେ ପ୍ରଥମେ ଆପଣଙ୍କୁ ଭରସା ରଖିବାକୁ ପଡିବ । କାରଣ ଭରସା ଉପରେ ହିଁ ଦୁନିଆ ଚାଲିଥାଏ । ଭରସା ହିଁ ଆପଣଙ୍କର ସତ୍ୟ ଅଟେ ଓ ଭରସା ହିଁ ଶକ୍ତି । ଆଜିକାଲି ଦୁନିଆରେ ବିଭିନ୍ନ ଲୋକ ବିଭିନ୍ନ ଉପାୟରେ ନିଜ ଜୀବନକୁ ବିତାଉଛନ୍ତି । କିନ୍ତୁ କିଛି ଲୋକ ନିଜ ଜୀବନକୁ ସଠିକ ଭାବେ ବିତାଇ ପାରୁ ନାହାନ୍ତି । କାରଣ ତାଙ୍କ ଘରର ଭୁଲ ବାସ୍ତୁଦୋଷ ଯୋଗୁଁ, ବାସ୍ତୁଦୋଷ କାରଣରୁ ଏମାନେ ସୁଖ ଶାନ୍ତିରେ ରହିପାରୁ ନାହାନ୍ତି ।
ତେବେ ଆସନ୍ତୁ ଜାଣିବା ସେହି ୫ ଟି ଜିନିଷ ବିଷୟରେ ଯାହା ଆପଣଙ୍କ ଜୀବନରେ ଖୁସି ଓ ସଫଳତା ଆଣିଦେବ । କିନ୍ତୁ ଗୋଟେ କଥା ମନେ ରଖନ୍ତୁ ହୃଦୟରୁ କରିଥିବା କାମ ନିଶ୍ଚିତ ସଫଳତା ଆଣିଥାଏ । ୧;- ଯେଉଁ ବ୍ୟକ୍ତି ସ୍ୱହୃଦୟରେ ଗଣେଶ ଭଗବାନଙ୍କ ହାତ ଧରିଥାଏ, ସେହି ବ୍ୟକ୍ତି କେବେ ବି ଦୁଃଖ ଭୋଗ କରି ନ ଥାଏ । ଧନ ଆଉ ସୁଖ କୁ ପାଇବା ପାଇଁ ନୃତ୍ୟ କରୁଥିବା ଗଣେଶଙ୍କ ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଏହି ମୂର୍ତ୍ତିକୁ ଏମିତି ରଖିବା ଦରକାର ଯେମିତି ଗଣେଶଙ୍କ ଦୃଷ୍ଟି ଘରର ମୁଖ୍ୟ ଦ୍ଵାରରେ ପଡୁଥିବ ଏବଂ ଆପଣ ସକାଳୁ ଉଠିବା ମାତ୍ରେ ଗଣେଶ ଭଗବାନଙ୍କୁ ହାତ ଯୋଡ଼ି ନିଶ୍ଚିତ ମୁଣ୍ଡିଆ ମାରନ୍ତୁ ।
୨;- ବଇଁଶୀ ବାସ୍ତୁଦୋଷ ଦୂର କରିବା ପାଇଁ ବହୁତ କାରିଗର ହୋଇଥାଏ । ଆର୍ଥିକ ସମସ୍ୟା କୁ ଦୂରେଇବା ପାଇଁ ଆପଣଙ୍କୁ ଚାନ୍ଦି ର ବଇଁଶୀ ଘରେ ରଖିବାକୁ ପଡ଼ିବ । ବାସ୍ତୁଶାସ୍ତ୍ର ଅନୁସାରେ ଚାନ୍ଦିର ବଇଁଶୀ ଘରେ ରଖିଲେ ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ । ଧନର ଅଭାବ ରୁହେ ନାହିଁ ।
୩;- ଶଙ୍ଖରେ ବାସ୍ତୁ ଦୋଷ କୁ ଦୂର କରିବା ପାଇଁ ଅଦ୍ଭୁତ ଶକ୍ତି ଅଛି । ଯେଉଁଠି ନିୟମିତ ଶଙ୍ଖ ଫୁଙ୍କା ଯାଏ, ସେହି ଜାଗା ଶୁଦ୍ଧ ଓ ସକରାତ୍ମକ ହୋଇଥାଏ । ଯେଉଁ ଘରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତିରେ ହାତରେ ଦକ୍ଷିଣାବର୍ତ୍ତି ଶଙ୍ଖ ରହିଥାଏ, ସେହି ଘରେ କେବେ ଦୁଃଖ ପ୍ରବେଶ କରେ ନାହିଁ ଓ ଧନର ଅଭାବ ଦେଖା ଦିଏ ନାହିଁ । ଶଙ୍ଖ କୁ ଲାଲି କପଡ଼ାରେ ଗୁଡ଼ାଇ ରଖିବା ଉଚିତ ଏବଂ ନିୟମିତ ଏହାର ପୂଜା କରିବା ଦରକାର ।
୪;- ଦେବୀ ଲକ୍ଷ୍ମୀ ଙ୍କ ମୂର୍ତ୍ତି ଆପଣ ସମସ୍ତଙ୍କ ଘରେ ଥିବ କିନ୍ତୁ ଧନର ବୃଦ୍ଧିପାଇଁ ଘରେ ଲକ୍ଷ୍ମୀଙ୍କ ସହ କୁବେର ଙ୍କ ମୂର୍ତ୍ତି କିମ୍ବା ଫୋଟୋ ରହିବା ନିହାତି ଆବଶ୍ୟକ । କୁବେର ମହାରାଜ ଉତ୍ତର ଦିଗର ସ୍ଵାମୀ ଅଟନ୍ତି । ତେଣୁ ତାଙ୍କୁ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ ।
୫;- ବାସ୍ତୁଦୋଷ କୁ ଦୂର କରିବା ପାଇଁ ଆପଣ ଘରେ ନିୟମିତ କର୍ପୁର ଜଳେଇବା ଦରକାର । ଘରର ମଝି ଜାଗାରେ କର୍ପୁର ଜଳେଇଲେ, ଘରର ନକାରତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ । ଏବଂ ଆପଣଙ୍କ ବିଗିଡି ଯାଇଥିବା କାମ ଧୀରେ ଧୀରେ ଠିକ୍ ହେବାକୁ ଲାଗିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।