ପାଳଙ୍ଗ ଶାଗ କେଉଁମାନେ ଖାଇବେ, କେଉଁମାନେ ଖାଇବେ ନାହିଁ ? ପାଳଙ୍ଗ ଶାଗରେ ଥିବା ଉପକାରୀତା ଜାଣନ୍ତୁ । Palak spinach

ବନ୍ଧୁଗଣ ଆମେ ଆପଣଙ୍କୁ ଏଠାରେ ପାଳଙ୍ଗ ଶାଗର ଉପକାରିତା ବିଷୟରେ ଆପଣଙ୍କୁ କହିବୁ । ଏହି ଶାଗ କେଉଁ ମାନେ ସେବନ କରିବା ଉଚିତ ଏବଂ କେଉଁ ମାନେ ସେବନ କରିବା ଉଚିତ ନୁହେଁ । ଏଥିସହ ଏହି ଶାଗର ଆମ ଶରୀର ପାଇଁ ରହିଥିବା ଫାଇଦା ବିଷୟରେ ଆଜି ଏଠାରେ କହିବାକୁ ଯାଉଛୁ । ପାଳଙ୍ଗ ଶାଗ ଆଇରନ, ପୋଟାସିୟମ, ଭିଟାମିନ-A, ଭିଟାମିନ-B12, ଭିଟାମିନ-K, କ୍ୟାଲସିୟମ, ଫଲିକ୍ ଏସିଡ୍ ଓ ଭିଟାମିନ-B6 ଭଳି ପୋଷକତତ୍ତ୍ଵରେ ପରିପୂର୍ଣ୍ଣ ଅଟେ ।

100 ଗ୍ରାମ ପାଳଙ୍ଗ ଶାଗରେ ମାତ୍ର 26 କ୍ୟାଲୋରି ଏନର୍ଜି ରହିଥାଏ । ପାଳଙ୍ଗରେ ବହୁତ କମ୍ କ୍ୟାଲୋରି ଥିବା ସହ ଏହି ଶାଗ ଖାଇବା ଦ୍ଵାରା ଭୋକ ମଧ୍ୟ କମ୍ ଲାଗେ । ତେଣୁ ପାଳଙ୍ଗ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ପାଳଙ୍ଗରେ ଫାଇବରର ମାତ୍ରାକୁ ଅଧିକ ଥିବାରୁ ଏହା ଆମ ଖାଦ୍ଯକୁ ଧୀରେ ଧୀରେ ହଜମ କରାଏ ଓ ହଜମଶକ୍ତି ଭଲ ରଖେ । କୋଷ୍ଠକାଠିନ୍ଯ ସମସ୍ଯା ଥିଲେ କିମ୍ବା ପେଟସଫା ରଖିବା ପାଇଁ ପାଳଙ୍ଗ ଶାଗର ସେବନ କରିବା ଉଚିତ ।

ପାଳଙ୍ଗ ଶାଗରେ ଥିବା ଜିଙ୍କ ଓ ମ୍ୟାଗ୍ନେସିୟମ ଆମ ଷ୍ଟ୍ରେସ ଦୂର କରି ମୁଡ୍ କୁ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରେ । କ୍ୟାଲସିୟମ ମାତ୍ରା ପାଳଙ୍ଗରେ ଅଧିକ ଥିବାରୁ ଏହା ଆମ ହାଡକୁ ମଧ୍ୟ ମଜବୁତ ରଖେ । ଆଣ୍ଠୁଗଣ୍ଠି ସମସ୍ଯା ଥିଲେ ପାଳଙ୍ଗ ଶାଗର ନିୟମିତ ସେବନ କରିବା ଉଚିତ । ପାଳଙ୍ଗ ଶାଗ ଆମ ରକ୍ତହୀନତା ସମସ୍ଯାକୁ ମଧ୍ୟ ଦୂର କରିଥାଏ । ପାଳଙ୍ଗରେ ଥିବା ଆଇରନ ଆମ ରକ୍ତରେ ହିମୋଗ୍ଲୋବିନ ତିଆରି କରିବାରେ ସାହାଯ୍ୟ କରେ ।

ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଶାଗ ବହୁତ ଭଲ ହୋଇଥାଏ । ଯଦି ଆପଣ ଅଳ୍ପ କାମ କରି ଥକି ଯାଉଛନ୍ତି ତେବେ ପାଳଙ୍ଗ ଶାଗର ସେବନ ଦ୍ଵାରା ତାହା ଦୂର ହୁଏ । ପାଳଙ୍ଗରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପ ସମସ୍ଯାକୁ ମଧ୍ୟ ହ୍ରାସ କରିଥାଏ । ଏହାସହ ପାଳଙ୍ଗ ଆମ ତ୍ଵଚାକୁ ସୁସ୍ଥ ରଖିବା ସହ ନୂତନ ଟିସ୍ୟୁ ତିଆରି ହେବାରେ ସାହାଯ୍ୟ କରେ ।

ପାଳଙ୍ଗ ଚର୍ମକୁ ପ୍ରଚୁର ପରିମାଣରେ ଆର୍ଦ୍ରତା ଯୋଗାଇବା ହେତୁ ଏହା ଆମ ଚର୍ମରେ କୁଞ୍ଚ ପଡିବା ଓ ଦାଗ ପଡିବା ଭଳି ସମସ୍ଯା ହେବାକୁ ଦିଏନାହିଁ । କିନ୍ତୁ ଯେଉଁ ମାନଙ୍କର କିଡନୀ ଷ୍ଟୋନ କିମ୍ବା ଗଣ୍ଠିଆ ରୋଗ ରହିଛି ସେମାନେ ପାଳଙ୍ଗ ଶାଗ ସେବନ ନକରିବା ଉଚିତ । ପାଳଙ୍ଗରେ ଫାଇବରର ମାତ୍ର ମଧ୍ୟ ଅଧିକ ଥିବାରୁ ଗ୍ୟାଷ୍ଟିକ ରୋଗୀ ମଧ୍ୟ ଏହା ସେବନ ନକରିବା ଉଚିତ । ଯେଉଁମାନଙ୍କ ଶରୀରରେ ୟୁରିକ ଏସିଡ ଅଧିକ ହେଉଛି ସେମାନେ ମଧ୍ୟ ପାଳଙ୍ଗ ଶାଗ ସେବନ କରିବା ଉଚିତ ନୁହେଁ । ପାଳଙ୍ଗକୁ ଅଧିକ ରନ୍ଧି ଖାଇଲେ ତାହାର ଔଷଧୀୟ ଗୁଣ ନଷ୍ଟ ହୋଇଯାଏ ।

ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *