ପାଦରେ ଚାଲି କରି ଯିବାରେ କ’ ଣ ସବୁ ରହିଛି ଆଶ୍ଚର୍ଯ୍ୟ କରିଦେବା ଭଳି ସବୁ ଫାଇଦା ? 12 benefits of walking

ନମସ୍କାର ବନ୍ଧୁଗଣ, ସବୁବେଳେ ଡାକ୍ତର ମାନଙ୍କ ପରାମର୍ଶ ରହିଥାଏ କିଛି ସମୟ ଚାଲିବା ପାଇଁ । କିନ୍ତୁ ପ୍ରାୟ ଲୋକ  ନିଜର ବ୍ୟସ୍ତ ବହୁଳ ଜୀବନ ପାଇଁ ଚାଲିବା ପାଇଁ ସମୟ ପାଆନ୍ତି ନାହିଁ ତେଣୁ ଚାଲନ୍ତି ନାହିଁ । ଯଦି ଆପଣ ମାନେ ଚଳିବାର ଫାଇଦା ସବୁକୁ ଜାଣିବେ ତେବେ ନିଶ୍ଚୟ ଆପଣ ସମୟ ଯେମିତି ବି ହେଉ ବାହାର କରି ଚାଲିବେ । ଏହି କାରଣ ହେତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଚାଲିବା ଦ୍ଵାରା ଆପଣଙ୍କୁ କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଯାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1- ପାଦରେ ଚାଲିବା ଦ୍ଵାରା ଆପଣଙ୍କ ବ୍ଲଡ଼ ପ୍ରେସର ଠିକ ରହିବ । ଯାହାଦ୍ୱାରା ଆପଣଙ୍କ ହାର୍ଟର ପମ୍ପିଙ୍ଗ ଠିକ ରହିଥାଏ । ଆପଣଙ୍କୁ ହାର୍ଟ ସହ ଜଡିତ ଯେଉଁ ସମସ୍ୟା ସବୁ ରହିଛି ସେହିସବୁ ହେବାର ସମ୍ଭାବନା ଆଉ ରହିବ ନାହିଁ । 2- ଆପଣଙ୍କ ଶରୀରର କୋଲେଷ୍ଟ୍ରଲ ମାତ୍ରା କମ କରିବା ପାଇଁ ଚାଲିବା ନିହାତି ଆବଶ୍ୟକ ଅଟେ ।

3- ବ୍ଲକେଜ ସମସ୍ୟା ତାହା ବ୍ରେନ ହେଉ କିମ୍ବା ହାର୍ଟ କିମ୍ବା ଭେନ ଏହାକୁ ସମ୍ପୂର୍ଣ ଦୂର କରିଦେବ ଆପଣଙ୍କର କିଛି ସମୟ ଚାଲିବା । 4- ଆପଣ ଚାଲିବା ଦ୍ଵାରା ଆପଣଙ୍କ ଶରୀରରେ ଇନସୁଲିନ ମାତ୍ରା ବଢିଥାଏ । ଏବଂ ଗ୍ଳୁକୋଜର ବ୍ୟବହାର ବଢିଯାଇଥାଏ । ଡାଇବେଟିସ ନ ହୋଇଥିଲେ ଡାଇବେଟିସ ଆଗକୁ ହେବାର ସମ୍ଭାବନା ମଧ୍ୟ ମୂଳରୁ ଶେଷ ହେବ । ଯଦି ଆପଣ ଡାଇବେଟିସ ରୋଗୀ ଅଟନ୍ତି ତେବେ ଆପଣଙ୍କ ବ୍ଲଡ଼ ସୁଗାର କମ କରିବା ପାଇଁ ନିହାତି ଭାବରେ ଚାଲନ୍ତୁ ।

5- ଯଦି ଆପଣଙ୍କ ଓଜନ ବଢିଯାଇଛି ତେବେ ଆପଣ ପାଦରେ ଚାଲିବା ଦ୍ଵାରା ଆପଣଙ୍କ ଓଜନ ଘଟିବାକୁ ଲାଗିଥାଏ । 6- ପାଦରେ ଚାଲିବା ଦ୍ଵାରା ଆପଣ ନେଉଥିବା ଷ୍ଟ୍ରେସ ମଧ୍ୟ କମିବାକୁ ଲାଗିଥାଏ । ଆପଣଙ୍କ ମାଇଣ୍ଡ ଫ୍ରେସ ରହିବାକୁ ଲାଗେ । 7- ଯଦି ଆପଣଙ୍କୁ କବ୍ଜ ହେବାର ସମସ୍ଯା ରହିଛି ତଥା ଆପଣଙ୍କ ପେଟ ସଫା ହେଉନାହିଁ, ପାଇଲର ହୋଇଛି ତେବେ ଆପଣ ପାଦରେ ଚାଲନ୍ତୁ । ଏହାଦ୍ୱାରା ଆପଣଙ୍କ ଡାଇଜେସନ ଭଲ ହୋଇଯାଏ ।

8- ସବୁ ବୟସର ତଥା ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପାଦରେ ଚାଲିବା ଦରକାର । ଏହାଦ୍ୱାରା ହାଡ ମଜବୁତ ହୋଇଥାଏ । 9- ଜଏଣ୍ଟ ପେନ ଜନିତ ସମସ୍ୟା ପାଦରେ ଚାଲିବା ଦ୍ଵାରା ସମାପ୍ତ ହୋଇଯାଏ । 10- ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଆହୁରି ଅଧିକ ଶକ୍ତିଶାଳୀ ହୋଇଥାଏ ଚାଲିବା ଦ୍ଵାରା । ବହୁତ ବିମାରୀ ଠାରୁ ଆପଣ ବଞ୍ଚିଥାନ୍ତି ।

11- ଚାଲିବା ଦ୍ଵାରା ଆପଣଙ୍କ ଫୁସଫୁସର କାପାସିଟି ଅଧିକ ହୋଇଥାଏ । ଆପଣଙ୍କର ଯଦି ଶ୍ଵାସ ସମସ୍ୟା ରହିଥିବ ତେବେ ତାହା ମଧ୍ୟ ଦୂର ହୋଇଯିବ । 12- ଚାଲିବା ଦ୍ଵାରା ଆପଣ ସତେଜ ରହିଥାନ୍ତି । ତେଣୁ ଚାଲିବା ଦ୍ଵାରା ଆପଣଙ୍କ ମୁଡ ଖୁସି ରହିଥାଏ ସବୁବେଳେ । ତେବେ ଖୁସି ରହିବା ପାଇଁ ଚାହୁଁଥିଲେ ପାଦରେ ନିହାତି ଚାଲନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *