Astrology- ପାଦର ଆକୃତିରୁ ଜାଣନ୍ତୁ ବ୍ୟକ୍ତିର ଭାଗ୍ୟ ଓ ନେଚର ! କେଉଁ ପାଦ ବାଲା ଅଧିକ ଭାଗ୍ୟଶାଳୀ ?

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ଶାରୀରିକ ଗଠନ ହିଁ ସେହି ମଣିଷର ସ୍ଵଭାବ ଜଣାଇବା ସହ ଆଗାମୀ ଭବିଷ୍ୟତ ସମ୍ପର୍କରେ ବି ସୂଚନା ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ମଣିଷର ପାଦର ଆକୃତି ତଥା ଗଠନ ଅନୁଯାୟୀ ଜଣାଇବା ପାଇଁ ଯାଉଛୁ ସେହି ମଣିଷର ଭାଗ୍ୟ ଏବଂ  ସ୍ଵାଭାବ ସମ୍ପର୍କରେ । ସ୍ଵାଭାବ ଏବଂ ଭାଗ୍ୟ ଜାଣିବାର ଏହା ଏକ ସହଜ ଉପାୟ ଆପଣ ଜଣେ ମଣିଷର ପାଦ ଦେଖି ହିଁ ସେହି ମଣିଷର ସ୍ଵାଭାବକୁ ଅନୁମାନ ଲଗାଇପାରିବେ ଯାହାଦ୍ୱାରା ଆପଣଙ୍କୁ ଆଗକୁ ଯାଇ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । ତେବେ ଡେରି ନକରି ଆସନ୍ତୁ ଜାଣିବା ।

1- ଯେଉଁ ବ୍ୟକ୍ତିଙ୍କ ପାଦର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ସବୁ ଆଙ୍ଗୁଠି ଅପେକ୍ଷା ବଡ ହୋଇଥାଏ ସେମାନଙ୍କୁ ଜୀବନରେ ସଫଳତା ତ ମିଳିଥାଏ କିନ୍ତୁ ଏଥିପାଇଁ ସେମାନଙ୍କୁ ବହୁତ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଏମାନେ କୌଣସି ବି କଥାକୁ ସହଜରେ ବୁଝିବାର କ୍ଷମତା ରଖିଥାନ୍ତି । ସବୁବେଳେ ଏମାନେ ନିଜର ସ୍ଵପ୍ନ ଦୁନିଆରେ ହଜି ଯାଇଥାନ୍ତି । ଏଭଳି ଲୋକ ନିଜ ପ୍ରେମ ସ୍ଵପ୍ନରେ ବହୁତ ଅଧିକ ଖୁସିରେ ରହିଥାନ୍ତି । ନିଜ ଜୀବନସାଥୀଙ୍କ ସହ ଏମାନେ ବହୁତ ବିଶ୍ଵସନୀୟ ରହିବା ସହ ସ୍ଥାୟୀ ମଧ୍ୟ ରହିଥାନ୍ତି । ଅନ୍ୟ କାହା ଉପରେ ନଜର ମଧ୍ୟ ପକାଇନଥାନ୍ତି ।

2-  ଯେଉଁ ବ୍ୟକ୍ତିଙ୍କ ପାଦର ଚାରି ଆଙ୍ଗୁଠି ପୁରା ସମାନ ଆକାର ରହିବା ସହ ବୁଢା ଆଙ୍ଗୁଠି ବଡ ହୋଇଥାଏ ସେଭଳି ବ୍ୟକ୍ତି ପ୍ରତ୍ୟକ କାର୍ଯ୍ୟକୁ ବୁଝି ବିଚାରୀ କରିଥାନ୍ତି । ଏମାନେ ବହୁତ ଅଧିକ ଶାନ୍ତି ପ୍ରିୟ ହୋଇଥାନ୍ତି । ନିଜ ଜୀବନରେ ଏମାନେ ଯାହା କମାଇଥାନ୍ତି ସେଥିରେ ସନ୍ତୁଷ୍ଟ ରହିଥାନ୍ତି । ଏବଂ ଯେକୌଣସି କାର୍ଯ୍ୟ ହେଉ ନା ନାହିଁ ସବୁ କାର୍ଯ୍ୟ କରିବା ପାଇଁ ତତ୍ପର ଥାନ୍ତି ।

3- ଯେଉଁ ବ୍ୟକ୍ତିଙ୍କ ମଝି ଆଙ୍ଗୁଠି ସବୁଠାରୁ ଅଧିକ ଲମ୍ବା ହୋଇଥାଏ । ଏଭଳି ବ୍ୟକ୍ତି ନିଜ ବୁଦ୍ଧି ବଳରେ ଦୁନିଆରେ ଆଗକୁ ବଢିଥାନ୍ତି । ବହୁତ ଅଧିକ ଚତୁର ହୋଇଥାନ୍ତି ଏମାନେ । ଅଧିକ କଥା ହେବା ପାଇଁ ଭଲ ପାଇନଥାନ୍ତି । କାର୍ଯ୍ୟ କରିବାରେ ଏମାନେ ସବୁବେଳେ ବିଶ୍ଵାସ କରନ୍ତି ।

4- ଯେଉଁ ବ୍ୟକ୍ତିଙ୍କ ପାଦର ବୁଢା ଆଙ୍ଗୁଠି ଠାରୁ ଶେଷ ଆଙ୍ଗୁଠି ପର୍ଯ୍ୟନ୍ତ ଲମ୍ବା କମି କମି ଯାଇଥାଏ ଏଭଳି ବ୍ୟକ୍ତି ସାମାଜିକ କାର୍ଯ୍ୟ କରିବା ପାଇଁ ଆଗ୍ରହ ହୋଇଥାନ୍ତି । ନିଜ କଥା କହିବାର ଚତୁରତା ଏମାନଙ୍କୁ ଜୀବନରେ ଆଗକୁ ନେଇଯାଏ । ବହୁତ ଶୀଘ୍ର ଯେକୌଣସି ଅଜଣା ବ୍ୟକ୍ତି ସହ ମିତ୍ରତା ତିଆରି କରି ବସନ୍ତି ।

5- ବୁଢା ଆଙ୍ଗୁଠି ସହ  କଡରେ ଥିବା ଦୁଇ ଆଙ୍ଗୁଠି ଯଦି ସମାନ ହୋଇଥାଏ ତେବେ ଏମାନଙ୍କ ପାଖରେ ଆତ୍ମବିଶ୍ଵାସ ଅଧିକ ଥିବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । କମ ପରିଶ୍ରମରେ ଅଧିକ ଧନ ଏମାନେ କମାଇ ଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *