ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ଜ୍ଞାନ ବର୍ଦ୍ଧକ ଅନୁଚିନ୍ତା ନେଇଆସିଛୁ । ଯାହାକୁ ମାନିଚାଲିଲେ ଆପଣ ଜୀବନରେ ଉର୍ନତି କରିବା ସହ ଜୀବନରେ ସୁଖ ଶାନ୍ତି ଭରି ଯିବ । ବନ୍ଧୁଗଣ ଆମେ ଆମ ଦୈନଦିନ ଜୀବନରେ କରୁଥିବା କିଛି ଛୋଟ ଛୋଟ ଜିନିଷ, ବେଳେବେଳେ ଜୀବନରେ ଖୁବ ବଡ ଫଳ ପ୍ରଦାନ କରିଦେଇଥାଏ । ୧;- ବନ୍ଧୁଗଣ, ବାସ୍ତୁ ଅନୁସାରେ ଶୋଇବା ଖଟ ଉପରେ ବସି କେବେ ମଧ୍ୟ ଖାଦ୍ୟ ଖାଇବା ଉଚିତ ନୁହେଁ, ଏହାଦ୍ଵାରା ଋଣଭାର ବୃଦ୍ଧି ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ।
୨;- ରୋଷେଇ ଘରେ କେବେ ମଧ୍ୟ ଅଇଁଠା ବାସନ ରଖିବା ଉଚିତ ନୁହେଁ ଏହା ଅଶୁଭ ତଥା ଅମଙ୍ଗଳକାରୀ ହେବା ସହିତ ଆର୍ଥିକ ସମସ୍ୟା ଦେଖାଦେଇଥାଏ ।
୩;- ରାତିରେ ଗାଧୁଆଘରେ କିମ୍ବା ରୋଷେଇ ଘରେ କେବେ ମଧ୍ୟ ଖାଲି ବାଲଟି ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
୪;- ସନ୍ଧ୍ୟା ସମୟରେ କେବେ ମଧ୍ୟ କୌଣସି ଜିନ୍ନିସ ଦାନ କରିବା ଉଚିତ ନୁହେଁ କିମ୍ବା ସନ୍ଧ୍ୟା ସମୟରେ ବାହାର ଲୋକଙ୍କୁ କ୍ଷୀର, ଦହି କିମ୍ବା ଲୁଣ ଦେବା ଅନୁଚିତ ଏହାଦ୍ଵାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
୪;- ବିନା କାରଣରେ ଏଠି ସେଠି ଛେପ ପକାଇବା ଏକ ଖରାପ ଅଭ୍ୟାସ ହୋଇଥାଏ, ଏହାସ୍ଵାରା ସୂର୍ଯ୍ୟ ଏବଂବୁଧଗ୍ରହଙ୍କର ଖରାପ ପ୍ରଭାବ ପଡିବା ସହିତ ସନମାନ ହାନୀ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
୫;- ଘରେ ଜୋତା ଚପଲ ଏଠିସେଠି ପକାଇବା ଏକ ଖରାପ ଅଭ୍ୟାସ ହୋଇଥାଏ, ଏହାଦ୍ଵାରା ଘରେ କଳିଝଗଡା ଦେଖା ଦେଇଥାଏ ଏବଂ ପରସ୍ପର ଭିତରେ ସମ୍ପର୍କ ଖରାପ ହୋଇଥାଏ ।
୬;- ଖାଦ୍ୟ ଖାଇସାରିବା ପରେ ଅଇଁଠା ଥାଳି ଅଧିକ ସମୟ ପର୍ଯ୍ୟନ୍ତ ନଧୋଇବା କିମ୍ବା ଥାଳିରେ ହାତ ଢୋଇବା ଖରାପ ଅଭ୍ୟାସ ହୋଇଥାଏ । ଏହା ଅଶୁଭ ହେବା ସହିତ ଗ୍ରହ ମାନଙ୍କର ଖରାପ ପ୍ରଭାବ ପଡିଥାଏ ।
୭;- ଘରେ କେବେ ମଧ୍ୟ ପାଣିର ଅଯଥା ବ୍ୟବହାର କରିବା ଉଚିତ ନୁହେଁ କିମ୍ବା ନଳରୁ ପାଣି ଲିକ ହେବା ଅନୁଚିତ ଏହାଦ୍ଵାରା ମାନସିକ ସମସ୍ୟା ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ।
୮;- ଘରେ କିମ୍ବା ଘର ବାହାରେ ଶୁଖିଯାଇଥିବା ଗଛ କିମ୍ବା ଅଧା ଜଳିଯାଇଥିବା ଗଛ ରଖିବା ଉଚିତ ନୁହେଁ । ଏହାଦ୍ଵାରା ମାନସିକ ଅବସାଦ ଦେଖା ଦେବାଦ୍ଵାରା ସହିତ ବାଧା ପ୍ରାପ୍ତ ହୋଇଥାଏ ।
୯;- ସୂର୍ଯ୍ୟାସ୍ଥ ସମୟରେ କିମ୍ବା ସୂର୍ଯ୍ୟାସ୍ଥ ପରେ କେବେ ମଧ୍ୟ କାହାକୁ ଖଟା ଲାଗୁଥିବା ଦ୍ରବ୍ୟ ଯେପରି ଦହି ଆଚାର ଲୁଣ ଇତ୍ୟାଦି ଦେବା ଉଚିତ ନୁହେଁ । ଏହାଦ୍ଵାରା ଦାରିଦ୍ରତା ଦେଖା ଦେବାର ସମ୍ଭାବନା ରହିଥାଏ ।
୧୦;- ଶାସ୍ତ୍ର ଅନୁସାରେ ଗୁରୁ ଗୁରୁଜନ ଲୋକଙ୍କୁ ସନ୍ନମାନିତ କରିବା ଦ୍ଵାରା ଅଥବା ସେବା କରିବା ଦ୍ଵାରା ଆୟୁ, ବିଦ୍ୟା, ବଳ ଅଥବା ଯଶ ବୃଦ୍ଧି ହୋଇଥାଏ ।
୧୧;- କେବେ ମଧ୍ୟ ଅନ୍ୟ ମାନଙ୍କ ସହିତ କଥା ହେବା ବେଳେ ବଡ ପାଟି କରି କଥା ହେବା ଉଚିତ ନୁହେଁ । ଏହାଦ୍ଵାରା ଗ୍ରହ ଦୋଷ ଦେଖାଦେଇଥାଏ । ଏବଂ ମାନସିକ ସମସ୍ୟା ବୃଦ୍ଧି ହେବା ସହିତ କାର୍ଯ୍ୟ ଅସଫଳ ହୋଇଥାଏ ।
୧୨;- ପଇସା ଗଣୁଥିବା ସମୟରେ କେବେ ମଧ୍ୟ ଆଙ୍ଗୁଠି ରେ ଛେପ ଲଗାଇ ଗଣିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ସ୍ୱାସ୍ଥ୍ୟହାନୀ ହେବା ସହିତ ଧନହାନି ହୋଇଥାଏ ।
୧୩;- କେବେ ମଧ୍ୟ ନିଜର ପାଦ ଫାଟିବାକୁ ଦେବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଶୁକ୍ରଗ୍ରହ କମଜୋର ହେବା ସହିତ ବୈବାହିକ ଜୀବନ ଏବଂ ପାରିବାରିକ ଜୀବନରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।