ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।
୧- ଜୀବନରେ ସୁଖଦୁଖ କିମ୍ବା ଅଭାବ ଅସୁବିଧା ଲାଗିରହିଥାଏ, ତେବେ ଏସବୁ ଦୂର କରିବା ପାଇଁ କିଛି ବାସ୍ତୁ ଉପାୟ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ ।
୨- ଘରେ ଯଦି ବାସ୍ତୁ ଦୋଷ ପାଇଁ ସମସ୍ୟା ଦେଖାଦେଉଥାଏ, ତେବେ ଅଗଣାରେ ତୁଳସୀ ଗଛ ଏବଂ ଘରର ଉତ୍ତର ଦିଗରେ ପାଣିଭର୍ତ୍ତି କଳସ ରଖିବା ଦ୍ଵାରା ତାହା ଦୂର ହୋଇଥାଏ ।
୩- ପୂର୍ବରୁ ସଂଗ୍ରହ କରାଯାଇଥିବା ତୁଳସୀ ଚେର କୁ ପୁଷ୍ୟା ନକ୍ଷତ୍ର ରବିବାର ଦିନ ଡାହାଣ ହାତରେ ତାବିଜରେ ପିନ୍ଧିବା ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ ।
୪- ଘରର ମୁଖ୍ୟଦ୍ଵାର ସମ୍ମୁଖରେ ଦୁଇ ପାଖରେ ଗୋଟିଏ ଲେଖା ତୁଳସୀ ଗଛ ଲଗାଇବାଦ୍ଵାରା ଅଶୁଭ ଶକ୍ତି ଘରେ ପ୍ରବେଶ କରେ ନାହିଁ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
୫- ଘରେ ରୁଟି ତିଆରି କରିବା ସମୟରେ ଶେଷ ଋତିରେ ଗୁଡ ଲଗାଇ ଅସୁସ୍ଥ ରହୁଥିବା ପିଲାଙ୍କ ଚାରିପଟେ ବୁଲାଇ କୁକୁରକୁ ଖାଇବାକୁ ଦେବା ଦ୍ଵାରା ଶରୀର ସୁସ୍ଥ ହୋଇଥାଏ ।
୬- ଶନିବାର ଦିନ ସୋରିଷ ତେଲ ମୁଣ୍ଡରେ ଲଗାଇବା ଦ୍ଵାରା ବହୁତ ମଙ୍ଗଳକାରୀ ହୋଇଥାଏ ଏବଂ ଭାଗ୍ୟ ଉଦୟ ହେବା ସହିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
୭- ଶନିବାର ଦିନ ବେଲଗଛ ମୂଳରେ ଗୋଟିଏ ଦୁଇମୁଖୀ ଦୀପ ଜଳାଇବା ଦ୍ଵାରା ମଙ୍ଗଳକାରୀ ହେବା ସହିତ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ ।
୮- ନିଜର ମନିପର୍ସ ରେ ଓସ୍ତ ପତ୍ର କୁ ଅଭିମନ୍ତ୍ରିତ କରି କୌଣସି ଶୁଭ ମୂହୁର୍ତ୍ତ ରେ ରଖିବାଦ୍ଵାରା ଶୁଭ ହୋଇଥାଏ ଏବଂ ପଇସାର ଅଭାବ ଦୂର ହୋଇଥାଏ ।
୯- ମନିପର୍ସ ରେ କିଛି ଅକ୍ଷତ ଚାଉଳ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଅଯଥା ଖର୍ଚ୍ଚ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।
୧୦- ମନିପର୍ସ ରେ ଗୋମତୀ ଚକ୍ର ରଖିବା ଦ୍ଵାରା ଶୁଭ ହେବାସହିତ ମଙ୍ଗଳକାରୀ ହୋଇଥାଏ ଏବଂ ପଇସା ଅଭାବ ଦୂର ହୋଇଥାଏ ।
୧୧- ପର୍ସ ରେ ରୁଦ୍ରାକ୍ଷ ରଖିବା ଦ୍ଵାରା ଶୁଭ ହୋଇଥାଏ, ଏବଂ ଧନବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ, ଅଭାବ ମଧ୍ୟ ଦୂର ହୋଇଥାଏ ।
୧୨- ଯେଉଁ ମାନଙ୍କ ବିବାହ ହୋଇପାରୁ ନଥାଏ, କିମ୍ବା ବିବାହରେ ବିଭିନ୍ନ ବାଧା ଆସୁଥାଏ, ସେମାନେ ଶୁକ୍ରବାର ଦିନ ନଦୀରେ ଗୁଜୁରାତି ସହିତ ମିଠା ଖାଦ୍ୟ ପାତ୍ର ରେ ବାନ୍ଧି ପ୍ରବାହୀତ କରିଲେ ସୁଫଳ ମିଳିଥାଏ ।
୧୩- ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ ତେବେ ଶୁକ୍ରବାର ଦିନ ଗୁଜୁରାତି କୁ ଦେହରେ ଛୁଆଁଇ ପରଦିନ ନିଜ ସ୍ଵାମୀ କିମ୍ବା ସ୍ତ୍ରୀ ଙ୍କୁ ଚାହାରେ ପକାଇ ପିଆଇ ଦେଲେ ସମ୍ପର୍କ ସଠିକ ହୋଇଯାଏ ।
୧୪- ଯଦି ପିଲାଙ୍କ ପାଠ ପଢାରେ ମନ ଲାଗୁ ନଥାଏ, ତେବେ କ୍ଷୀରରେ ଗୁଜୁରାତି ପକାଇ ପିଆଇବା ଦ୍ଵାରା ମଙ୍ଗଳ ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ