ଓଷାବ୍ରତ ସମୟରେ ପିରିୟଡ୍ସ ହୋଇଗଲେ, କେମିତି ବ୍ରତ ଉପବାସ ପାଳନ କରିବେ ? ଜାଣନ୍ତୁ ସବିଶେଷ ବିବରଣୀ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି କଥା ବେଶ ଭଲ ଭାବରେ ଜାଣିଛନ୍ତି, ଯେ ହିନ୍ଦୁ ଧର୍ମ ବା ବୈଦିକ ଧର୍ମ ଅନୁଯାଇ ମହିଳାଙ୍କୁ ମାସିକ ଧର୍ମ ସମୟରେ ବ୍ରତ ବା ଉପବାସ ସହ ସାମାନ୍ଯ ପୂଜା ଇତ୍ୟାଦି ମଧ୍ୟ ମନା କରାଯାଇଥାଏ । ମାସିକ ଧର୍ମ ସମୟରେ ସାମାନ୍ୟତଃ ସବୁ ମହିଳାଙ୍କୁ କଷ୍ଟ ସହିବାକୁ ପଡିଥାଏ । ତେବେ ବହୁତ ଲୋକ ମାସିକ ଧର୍ମ ସମୟରେ ଏହା ବିଚାର କରିଥାନ୍ତି, ଯେ ଉପବାସ ବା ବ୍ରତ କେଉଁ ଭଳି କରିବା ଉଚିତ ଅଟେ ଆସନ୍ତୁ ଜାଣିବା ।

ଆଗ କାଳରେ ମହିଳାଙ୍କୁ ମାସିକ ଆସିଲେ ତାଙ୍କୁ ଅଲଗା ଘରେ ରଖା ଯାଉଥିଲା ସେ ଘରର କୌଣସି ଜିନିଷ ଛୁଇଁବାକୁ ମଧ୍ୟ ମନା କରାଯାଉଥିଲା । ଏପରିକି ଏହି ସମୟରେ ପିନ୍ଧିଥିବା ବସ୍ତ୍ର ସେ ଅନ୍ୟ ସମୟରେ ମଧ୍ୟ ପିନ୍ଧୁନଥିଲେ । ଏହା ଛଡା ବହୁତ କିଛି ନିୟମ କରାଯାଇଥିଲା ଯାହାକି ଜଣେ ମହିଳା ମାସିକ ଧର୍ମ ସମୟରେ ମାନିବାକୁ ପଡିବ । ଆଜି କାଲିକା ସମୟରେ ଏହି ସବୁ ପୁରୁଣା ନିୟମ ଏବେ ବେଶି କେହି ମାନୁନାହାନ୍ତି କାରଣ ସମୟ ସହ ସବୁ କିଛି କଥାରେ ପରିବର୍ତ୍ତନ ଆସିଥାଏ । ଏଥିସହ ଦରକାର ପଡିଲେ ତାହାକୁ ବଦଳାଇବା ମଧ୍ୟ ବହୁତ ଆବଶ୍ୟକ ଅଟେ ।

ତେବେ ମାସିକ ସମୟରେ ପୂଜା ପାଠ ବା ରୋଷେଇ କାମ ଏବେ ବି ମହିଳା କରନ୍ତି ନାହିଁ । ତେବେ ମାସିକ ଧର୍ମ ସମୟରେ ଏମିତି କୌଣସି ବ୍ରତ ଆସିଲା ଯାହା ଆପଣ ଛାଡି ପାରିବେ ନାହିଁ । ତେବେ ସେତେବେଳେ ମହିଳାମାନେ ଉପାସ କରନ୍ତୁ କିନ୍ତୁ ପୂଜା ପାଠ ବା ପୂଜା କରୁଥିବା ମହିଳାଙ୍କୁ ସ୍ପର୍ଶ କରନ୍ତୁ ନାହିଁ ।

ଯଦି ଆପଣ ଉପବାସ କରିଛନ୍ତି ଓ ଆପଣଙ୍କୁ ମାସିକ ଧର୍ମ ଆସିଗଲା ତେବେ ଆପଣଙ୍କୁ ବ୍ରତ ଭାଙ୍ଗିବା ଉଚିତ ନୁହେଁ । ଆପଣ ଓପାସ ରୁହନ୍ତୁ ଓ ଯେମିତି ବ୍ରତ ସମାପ୍ତ କରିବା ଉଚିତ ସେହିପରି ନିୟମ ମାନି କରନ୍ତୁ କିନ୍ତୁ ପୂଜା ପାଠ ହେଉଥିବା ସ୍ଥାନ ବା ଘର ମନ୍ଦିରକୁ ଯାଆନ୍ତୁ ନାହିଁ । ଆମ ସମାଜରେ ଏମିତି ଏକ ନିୟମ ରହିଛି ଯାହା କି ଅନ୍ୟ ମାନେ କରିବା ଦେଖି ଆମେ ବି କରିଥାଉ ।

ଏ ନୀତି ନିୟମ ବିଷୟରେ ଜାଣିବାକୁ କିଛି ଲୋକ ସଙ୍କୋଚ କରନ୍ତି ତ ଆଉ କିଛି ଲୋକ କୁହନ୍ତି ଏହା ପୂର୍ବ ପୁରୁଷରୁ କରିଆସୁଛନ୍ତି । ଯଦି ଆମେ ଏସବୁ ବନ୍ଦ କଲେ ତେବେ ସେମାନଙ୍କ ଅପମାନ ହେବ । ହିନ୍ଦୁ ରୀତିନୀତିରେ ଅଛି କି ମହିଳା ମାନେ ମାସିକିଆ ଋତୁସ୍ରାବ ହେଲେ ମନ୍ଦିର ଯିବା ନିଷେଧ । ଆଜିକାଲିର ବହୁତ ଶିକ୍ଷିତ ଲୋକ ମଧ୍ୟ ଏସବୁ ମାନନ୍ତି । କାରଣ ଏହା ପଛରେ ବୈଜ୍ଞାନିକ କାରଣ ଅଛି ହେଲେ ହିନ୍ଦୁ ଧର୍ମରେ ପିରିୟଡ୍ସ କୁ ନେଇ କେତେ ଗୁଡିଏ ରୋଚକପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି ।

ଯଦି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *