ବନ୍ଧୁଗଣ, ୨୦୨୨ ନବ ବର୍ଷ ଉପଲକ୍ଷେ ଆପଣ ମାନଙ୍କୁ ଅଭିନନ୍ଦନ । ଆପଣ ମାନେ ପ୍ରାଏ ଜାଣିଛନ୍ତି ଯେ ଆଉ କିଛି ଦିନ ପରେ ଇଂରାଜ କ୍ୟାଲେଣ୍ଡର ରେ ନବବର୍ଷ ଆରମ୍ଭ ହେବାକୁ ଯାଉଅଛି । ଯେତେ ବେଳେ ନୂଆବର୍ଷ ଆରମ୍ଭ ହୋଇଥାଏ ସେତେବେଳେ ଭଗବାନ ଙ୍କ ନିକଟରେ ଆମ୍ଭର ପ୍ରାର୍ଥନା ରହିଥାଏ ଯେ ନବବର୍ଷ ଆମ୍ଭ ମାନଙ୍କ ପାଇଁ ଖୁସି ନେଇ ଆସିଥାଉ ।
ପୂର୍ବ ବର୍ଷ ରେ ଆମ୍ଭେ ଜେଭଳି ଅସୁବିଧାର ସମୁଖୀନ ହୋଇଅଛୁ ସେହିଭଳି ଅସୁବିଧାର ସମୁଖୀନ ବର୍ତ୍ତମାନ ଆମ୍ଭେ ନ ହେଉ । ଶ୍ରୀ ଗଣେଶ, ମାତା ଲକ୍ଷ୍ମୀ ଏବଂ କୁବେର ଦେବ ଙ୍କର ଦୃଷ୍ଟି ଆମ୍ଭ ଉପରେ ଏହିବର୍ଷ ସଦା ସର୍ବଦା ରହୁ । ଆଜି ଆମ୍ଭେ ୫ ଟି ବିଶେଷ ବସ୍ତୁ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯଦି ଆପଣ ଏହି ବସ୍ତୁ ମାନ ନବ ବର୍ଷ ରେ କିଣି ନିଅନ୍ତି ତେବେ ମାତା ଲକ୍ଷ୍ମୀ, କୁବେର ଦେବ, ଏବଂ ଭଗବାନ ଗଣେଶ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆସନ୍ତୁ ଜାଣିବା ସେହି ୫ ଟି ବସ୍ତୁ ସମ୍ବନ୍ଧରେ ।
୧- ଖଣ୍ଡ ହଳଦୀ;- ନବ ବର୍ଷ ଦିନ ଖଣ୍ଡ ହଳଦୀ ନିଶ୍ଚିତ ଆଣନ୍ତୁ । ମାତା ଲକ୍ଷ୍ମୀ ଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ । ଏହାକୁ ଧ୍ୟାନରେ ରଖି ଆମ୍ଭ ଶାସ୍ତ୍ର ଅନୁସାରେ କୁହାଯାଇଅଛି ଯେ ଯଦି ଖଣ୍ଡ ହଳଦୀ କିଣି ଆପଣ ଘରକୁ ଆଣନ୍ତି ତେବେ ସ୍ଵୟଂ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସୂଚନା ମିଳିଥାଏ । ଏଣୁ ଆପଣ ନିଶ୍ଚିତ ଭାବରେ ନବ ବର୍ଷ ରେ ଖଣ୍ଡ ହଳଦୀ ଆଣନ୍ତୁ ।
୨- ଶ୍ରୀ ଗଣେଶ ଙ୍କର ଫଟୋ;- ଭଗବାନ ଗଣେଶ ଆମ୍ଭର ସମସ୍ତ କଷ୍ଟ ନିବାରଣ କରିଥାନ୍ତି । ଏବଂ ଏହା ସହିତ ମଧ୍ୟ ସମସ୍ତ ପ୍ରକାରର ମଙ୍ଗଳ କରିଥାନ୍ତି । ଯଦି ଆପଣ ଗଣେଶ ଙ୍କ ଫଟୋ ରଖନ୍ତି ତ ସଂପୂର୍ଣ୍ଣ ଘରେ ଭଗବାନ ଗଣେଶ ନିଜର ଅଶେଷ କୃପା କରିଥାନ୍ତି ।
୩- ଚାନ୍ଦି ର ବସ୍ତୁ;- ଶାସ୍ତ୍ର ଅନୁସାରେ ମାନ୍ୟତା ରହିଅଛି ଯେ ଚାନ୍ଦିର କୌଣସି ବସ୍ତୁ ନୂଆବର୍ଷ ଦିନ ଘରକୁ ଆଣିଲେ, ତାହା ହୋଇଥାଏ ଅତ୍ୟନ୍ତ ଶୁଭ । ଚାନ୍ଦି କୁ ଶୁଭ ର ପ୍ରତୀକ ମାନନ୍ତି । କଡି ନୂଆବର୍ଷ ଦିନ ଚାନ୍ଦି ଘରକୁ ଆଣୁ ତେବେ ସଂପୂର୍ଣ୍ଣ ବର୍ଷ ଆନନ୍ଦ ରେ ବିତିଥାଏ ।
୪- ପଦ୍ମ ଫୁଲର ମଞ୍ଜି;- ଏହାକୁ ସାକ୍ଷାତ ମାତା ଲକ୍ଷ୍ମୀ ମାନନ୍ତି । ଯଦି ଆପଣ ନୂଆବର୍ଷ ଦିନ ୭ ଟି ଅଥବା ୧୧ ଟି ପଦ୍ମ ଫୁଲର ମଞ୍ଜି ଆଣି ତାହାକୁ ଗଙ୍ଗାଜଳ ଅଥବା ପଞ୍ଚାମୃତ ରେ ଧୋଇ ଆପଣଙ୍କ ଆଲମୀରା ହେଉ କିମ୍ବା ଆପଣଙ୍କ ଟଙ୍କା ରଖିଥିବା ସ୍ଥାନରେ ସ୍ଥାପନ କରି ଦିଅନ୍ତୁ ।
୫- ତୁଳସୀ ବୃକ୍ଷ;- ଯେଉଁ ବ୍ୟକ୍ତି ତୁଳସୀ ଗଛ କୁ ନିଜ ଘରକୁ ଆଣିଥାଏ ଏବଂ ନିଜ ଘରେ ଲଗାଇଥାଏ, ସେହି ଘରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ସ୍ଵୟଂ ବିଷ୍ଣୁ ଭଗବାନ ରହିଥାନ୍ତି । ଏଣୁ ନବବର୍ଷ ଦିନ ଘରକୁ ତୁଳସୀ ଗଛ ନେଇ ଆସନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ