2021 ନୂଆବର୍ଷରେ ଘରକୁ ଆଣନ୍ତୁ ଏହି 4 ଟି ଜିନିଷ, ପୁରା ବର୍ଷ ଧନର ବର୍ଷା ହେବ

ବନ୍ଧୁଗଣ ଆଉ ମାତ୍ର କିଛି ଦିନ ପରେ ନବବର୍ଷ ୨୦୨୧ ଆସିବାକୁ ଯାଉଛି । ସମସ୍ତଙ୍କ ମନରେ ଏହା ଇଛା ଥାଏ ଯେ, ଏହି ଆସୁଥିବା ନବବର୍ଷ ସେମାନଙ୍କ ପାଇଁ ଶୁଭଦାୟକ ହୋଇଥାଉ । ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି ଯଦି ଆପଣ ନୂଆ ବର୍ଷର ଆରମ୍ଭ ଭଲରେ କରିବେ ତା ହେଲେ ଆପଣଙ୍କ ସଂପୂର୍ଣ୍ଣ ଦିନ ବହୁତ ଭଲରେ କଟିବ । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଆସୁଥିବା ନବବର୍ଷ ପୂର୍ବରୁ ଘର ମଧ୍ୟକୁ ନେଇ ଆସନ୍ତୁ । ବନ୍ଧୁଗଣ ଏହି ୪ଟି ଜିନିଷ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷ ନିଜ ଘର ମଧ୍ୟକୁ ଆଣିପାରିବେ ।

ବନ୍ଧୁଗଣ ଏହି ଜିନିଷକୁ ଆଣିବା ଦ୍ଵାରା ଦେଖିବେ ଆପଣଙ୍କ ଭାଗ୍ୟ ଚମକି ଉଠିବ ଓ ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଅଧିକ ଫଳଦାୟକ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ବିଷୟରେ ।


ଗଣେଶଙ୍କ ମୂର୍ତ୍ତି- ବନ୍ଧୁଗଣ ଗଣେଶଙ୍କୁ ବିଘ୍ନ ହରତା କୁହାଯାଇଥାଏ । ତେଣୁ ଯଦି ଆପଣ କୌଣସି ଅସୁବିଧା ବା ସମସ୍ଯାରେ ଅଛନ୍ତି ତା ହେଲେ ଏହି ନବବର୍ଷ ନିଶ୍ଚୟ ଏକ ଗଣେଶଙ୍କ ମୂର୍ତ୍ତି ନିଜ ଘରକୁ ଆଣନ୍ତୁ । ବନ୍ଧୁଗଣ ଏହାଦ୍ବାରା ଭଗବାନ ଗଣେଶ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ସମାପ୍ତ କରିଦେବେ ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ । ଏହା ସହିତ ବନ୍ଧୁଗଣ ନୂଆ ବର୍ଷ ଦିନ ଭଗବାନ ଗଣେଶଙ୍କ ଶି ମୂର୍ତିର ପୂଜା ନିଶ୍ଚୟ କରନ୍ତୁ ।


ନଡିଆ- ଯଦି ବନ୍ଧୁଗଣ ଏହି ଆସୁଥିବା ନବବର୍ଷର ଆରମ୍ଭ ଆପଣ ନଡିଆ ଭାଙ୍ଗି କରିବେ ତା ହେଲେ ଏହ ନବବର୍ଷ ଆପଣଙ୍କ ପାଇଁ ବହୁତ ଶୁଭଦାୟକ ରହିବ । ଏହା କରିବା ଦ୍ଵାରା ଆପଣ ମାନଙ୍କର ସଫଳତାର ରାସ୍ତା ମଧ୍ୟ ଖୋଲିଯାଇଥାଏ । ବନ୍ଧୁଗଣ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଊର୍ଜା ବାହାରିବା ସହିତ ସକାରାତ୍ମକ ଊର୍ଜା ଆସିଥାଏ । ବନ୍ଧୁଗଣ ଆସୁଥିବା ନବବର୍ଷ ଦିନ ଆପଣ ଘରେ ହେଉ କିମ୍ବା ମନ୍ଦିରରେ ନିଶ୍ଚୟ ନଡିଆ ଭାଙ୍ଗନ୍ତୁ ।

ମୟୂର ପଙ୍ଖ- ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ଅଧିକ ଆର୍ଥିକ ସମସ୍ଯା ରହିଛି ତା ହେଲେ ଏହି ଆସୁଥିବା ନବବର୍ଷ ଦିନ ନିଶ୍ଚୟ ନିଜ ଘର ମଧ୍ୟକୁ ମୟୂର ପଙ୍ଖ ଆଣନ୍ତୁ । ହେଲେ ବନ୍ଧୁଗଣ ଏହି ମୟୂର ପଙ୍ଖକୁ କିଣିବା ସମୟରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାମ ନିଶ୍ଚୟ ନେବେ । ବନ୍ଧୁଗଣ ଏମିତି କରିବା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ।


ଲାଫିଙ୍ଗ ବୁଦ୍ଧ- ବନ୍ଧୁଗଣ ଆସୁଥିବା ନବବର୍ଷରେ ଯଦି ଆପଣଙ୍କୁ କୌଣସି ଲୋକ ଲାଫିଙ୍ଗ ବୁଦ୍ଧକୁ ଗିଫ୍ଟ କରନ୍ତି, ତା ହେଲେ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବଢିଥାଏ । ବନ୍ଧୁଗଣ ଯେଉଁ ଘରେ ଲାଫିଙ୍ଗ ବୁଧ ଥାନ୍ତି ସେହି ଘରେ କେବେହେଲେ କାହାର ଖରାପ ଦ୍ରୁଷ୍ଟି ପଡିନଥାଏ ଓ ଏହା ସହିତ ଏହି ଘରେ କେବେହେଲେ ଧନର ଅଭାବ ହୋଇନଥାଏ ।

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିବ । ପସନ୍ଦ ଆସିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *