Krishna Vani- ନିଜର ସବୁଠୁ ବଡ କମଜୋରି କୁ କେମିତି ଚିହ୍ନିବେ ? ଜାଣି ରଖନ୍ତୁ ଜୀବେନରେ କେବେ ବି ଦୁଃଖ ପାଇବେନି

ନମସ୍କାର ବନ୍ଧୁଗଣ ଆପଣ ମାନେ ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳା ବିଷୟରେ ନିଶ୍ଚିତ ଅବଗତ ଥିବେ। ତାଙ୍କ ଲୀଳା କୁ କେହି ବି କେବେବି ବୁଝି ପାରନ୍ତି ନାହିଁ। ସେ ନିଜର ସୁନ୍ଦର ହସ ରେ ସମସ୍ତ ଙ୍କ ହୃଦୟ କୁ କ୍ଷଣକ ରେ ହିଁ ଚୋରି କରି ଦେଇଥାନ୍ତି।

ତେବେ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ଙ୍କ ସପ୍ତମ ଅବତାର ଏବଂ ସେ ହିଁ ଏହି ସୃଷ୍ଟି ର ପାଳନ କର୍ତ୍ତା। ତାଙ୍କ ଯୋଗୁଁ ହିଁ ଏହି ସୃଷ୍ଟି ଚାଲିଛି ଏବଂ ଚାଲୁଥିବ। ଶ୍ରୀ କୃଷ୍ଣ ନିଜର ଭକ୍ତ ମାନଙ୍କ ର ସମୟେ ସମୟେ ପରୀକ୍ଷା ମଧ୍ୟ ନେଇଥାନ୍ତି। ତେବେ ସେ ଏହି ଜୀଵନ କୁ ସରଳ ଏବଂ ଖୁସି ରେ ବଞ୍ଚିବା ପାଇଁ ଅନେକ କଥା କହିଛନ୍ତି।

ଯେପରି କି କର୍ମ କରିବା ଟା ହିଁ ମନୁଷ୍ୟ ର କର୍ତ୍ତବ୍ୟ ତେଣୁ ସେ କେବଳ କର୍ମ କରି ଚାଲିବ ଏବଂ ଫଳ ର କଥା ଭଗବାନ ଙ୍କ ଉପରେ ଛାଡ଼ିଦେଵ। ଭଗବାନ ଆମକୁ ନିଜ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥାନ୍ତି। ସେହି ପରି ସେ ଆଉ ଏକ କଥା କହିଛନ୍ତି କି ଜଗତ ରେ ଥିବା ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ଦୁର୍ବଳତା ରହିଛି ତେବେ ତାକୁ ନ ଡରି କିମ୍ବା ତା ବିଷୟରେ ନ ଭାବି କିପରି ଜୀଵନ କୁ ଆଗେଇ ନେଵା ସେ ବିଷୟରେ ଏକ ଉପଦେଶ ଦେଇଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି ଶ୍ରୀକୃଷ୍ଣ ଙ୍କ ଉପଦେଶ ସଂପର୍କରେ।

ଏହି ଜଗତରେ ପ୍ରତ୍ୟକ ବ୍ୟକ୍ତି ର କିଛି ନା କିଛି କୌଣସି ନା କୌଣସି କଥା କୁ ନେଇ ଦୁର୍ବଳତା ରହିଛି। ଯେପରି କିଏ ବହୁତ ଜୋରରେ ଦୌଡ଼ି ପାରେ ନାହିଁ ତ କିଏ ଅଧିକ ଭାର ଉଠାଇ ପାରେ ନାହିଁ। କିଏ ଅସାଧ୍ୟ ରୂପରେ ପୀଡିତ ରହିଥାଏ ତ କିଏ ପଢିଥିବା ପାଠ କୁ ସ୍ମରଣ ରେ ରଖିପାରେ ନାହିଁ।

ଏହି ଭଳି ଅନେକ ଉଦାହରଣ ରହିଛି। କଣ ଆପଣ ଏମିତି କେଉଁ ବ୍ୟକ୍ତି କୁ ଜାଣିଛନ୍ତି ଯାହାର କୌଣସି ବି ଦୁର୍ବଳତା ନଥିବ ଏବଂ ସବୁକିଛି ପ୍ରାପ୍ତ ଥାଏ।ଆମେମାନେ ଜୀବନର ସେହି ଗୋଟିଏ ଦୁର୍ବଳତା କୁ ଜୀଵନ ର କେନ୍ଦ୍ର ଭାବି ବଞ୍ଚିଥାଉ। ଏହି କାରଣ ଯୋଗୁଁ ହୃଦୟ ରେ ଦୁଃଖ ପୀଡା ଭରି ରହୁଥାଏ ଏବଂ ସର୍ଵଦା ଅସନ୍ତୁଷ୍ଟ ହୋଇଥାଏ।ନିର୍ବଳତା ଜନ୍ମ କିମ୍ବା ସଂଯୋଗ ରୁ ପ୍ରାପ୍ତ ହୋଇଥାଏ। କିନ୍ତୁ ସେହି ନିର୍ବଳତା ମନୁଷ୍ୟ ର ମନ କୁ ନିଜର ମର୍ଯ୍ୟାଦା ବନେଇ ଦେଇଥାଏ।

କିନ୍ତୁ କିଛି ବ୍ୟକ୍ତି ଏଭଳି ବି ଅଛନ୍ତି ଯେଉଁମାନେ ନିଜ ଶ୍ରମ ଏବଂ ଦୃଢ଼ ବିଶ୍ୱାସ ରେ ସେହି ନିର୍ବଳତା କିମ୍ବା ଦୁର୍ବଳତା କୁ ହରାଇ ଦେଇଥାନ୍ତି।ଏହାର ଅର୍ଥ ହେଉଛି ଭଗବାନ ନିଶ୍ଚିତ ମନୁଷ୍ୟ କୁ ଦୁର୍ବଳତା ଦେଇଥାନ୍ତି କିନ୍ତୁ ମର୍ଯ୍ୟାଦା ମନୁଷ୍ୟର ମନ ହିଁ କରିଥାଏ ତେଣୁ ନିଜ ପୁରୁଷାର୍ଥ ଏବଂ ପରିଶ୍ରମ ରେ ସେହି ଦୁର୍ବଳତା କୁ ହରାଇ ଆଗକୁ ବଢି ଜୀଵନ ଯାପନ କରିବା ଆବଶ୍ୟକ।

ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *