Chanakya Niti- ନିଜ ଠାରୁ ବୟସରେ ବଡ ଝିଅଙ୍କୁ ବିବାହ କରିବା ଦ୍ଵାରା ମିଳିଥାଏ ଏହି ୨ ଟି ବଡ ଫାଇଦା, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ଆଚାର୍ଯ୍ୟ ଚାଣକ୍ୟ ନିଜ ଠାରୁ ବୟସରେ ବଡ ଝିଅକୁ ବିବାହ କରିବାର ଦୁଇଟି ଫାଇଦା ବିଷୟରେ କହିଥିଲେ । ତେବେ ଆଜି ଆମେ ଆପଣଙ୍କୁ କହିବୁ କଣ ସେହି ଫାଇଦା । ଦୁନିଆରେ ଅଧିକତର ଲୋକ ନିଜ ଠାରୁ ବୟସରେ ଛୋଟ ଝିଅଙ୍କୁ ହିଁ ବିବାହ କରିବାକୁ ପସନ୍ଦ କରନ୍ତି ।

ମାତ୍ର ଆମ ଜ୍ଯୋତିଷ ଶାସ୍ତ୍ର ମଧ୍ୟ ବୟସରେ ବଡ ଝିଅଙ୍କୁ ବିବାହ କରିବାକୁ ଉପଦେଶ ଦେଇଛି । ଏହା ବ୍ଯତୀତ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ନିଜ ଠାରୁ ବୟସରେ ବଡ ଝିଅଙ୍କୁ ହିଁ ବିବାହ କରିବା ଉଚିତ୍ । ତେବେ ଚଲାନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି ବୋଲି କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ ।

ଗୁରୁ ଚାଣକ୍ୟଙ୍କ ଅନୁସାରେ ଯଦି ଜଣେ ପୁରୁଷ ନିଜ ଠାରୁ ବୟସରେ ବଡ ଝିଅକୁ ବିବାହ କରେ ତେବେ ତାକୁ ଜୀବନରେ କେବେ ମଧ୍ୟ କୌଣସି ଦାୟିତ୍ଵ ବିଷୟରେ ଚିନ୍ତା କରିବାକୁ ପଡେ ନାହିଁ । କାରଣ ତାଙ୍କ ନିଜ ପତ୍ନୀ ନିଜେ ବହୁତ ଦାୟିତ୍ଵବାନ ସ୍ଵଭାବର ହୋଇଥାନ୍ତି । ଯେଉଁ ସମୟରେ ସ୍ବାମୀଙ୍କ ପାଇଁ ବା ଘର ପାଇଁ ଯାହା କରିବା ଆବଶ୍ୟକ ସେହି ସବୁ କହିବା ଆଗରୁ ହିଁ ସମ୍ପନ୍ନ କରି ଦିଅନ୍ତି ।

ଚାଣକ୍ୟ ନୀତି ଅନୁସାରେ ବୟସରେ ବଡ ମହିଳାମାନେ ନିଜ ଖର୍ଚ୍ଚ ନିଜେ ଉଠାଇବାକୁ ପସନ୍ଦ କରନ୍ତି । ପ୍ରତ୍ଯେକ ଛୋଟ ବଡ ଆବଶ୍ୟକତା ନିମନ୍ତେ ସେମାନେ ସ୍ବାମୀଙ୍କୁ ହାତ ପତେଇବାକୁ ପସନ୍ଦ କରନ୍ତି ନାହିଁ । ବରଂ ଘର ଖର୍ଚ୍ଚରେ ସ୍ବାମୀଙ୍କୁ ସାହାଯ୍ୟ କରନ୍ତି । ସେ ନିଜ ପତିଙ୍କୁ ଏକାକୀ କାମ କରିବାକୁ ଦିଅନ୍ତି ନାହିଁ ଓ ସର୍ବଦା ତାଙ୍କ ସହ ମିଳିମିଶି କାର୍ଯ୍ୟ କରନ୍ତି ।

ଚାଣକ୍ୟଙ୍କ ଅନୁସାରେ ବୟସରେ ବଡ ସ୍ତ୍ରୀ ତା ସ୍ଵାମୀ ଓ ତାଙ୍କ ପରିବାର ଲୋକଙ୍କ ସହ ବହୁତ ଖୁସି ପୂର୍ବକ ଓ ବିଶ୍ଵସ୍ତ ଭାବେ ସମ୍ପର୍କ ତୁଲାନ୍ତି ଓ ନିଜ ପରିବାର ସମାନ ଭାବନ୍ତି । ସେ ସର୍ବଦା ସେମାନଙ୍କୁ ସର୍ବୋପରି ସ୍ଥାନ ଦିଅନ୍ତି । ଶାଶୁଘର ଲୋକଙ୍କ ଉତ୍ତମ ଭାବେ ଯତ୍ନ ନିଅନ୍ତି ଓ ପ୍ରତ୍ଯେକଙ୍କୁ ଖୁବ ପ୍ରେମ କରନ୍ତି । ସବୁଠୁ ବିଶେଷ କଥା ହେଉଛି ଏହି ଝିଅମାନେ ନିଜ ଜୀବନସାଥିଙ୍କ ପ୍ରତି ଖୁବ ବିଶ୍ଵସ୍ତ ରୁହନ୍ତି ।

ପତିଙ୍କ ଠୁ ବୟସରେ ବଡ ମହିଳା ପ୍ରତ୍ଯେକ ଛୋଟ ବଡ କାର୍ଯ୍ୟ ନିମନ୍ତେ ପତିଙ୍କ ଉପରେ ନିର୍ଭରଶୀଳ ରୁହନ୍ତି ନାହିଁ । ମାତ୍ର ସେ ନିଜେ ଏତେ ସ୍ଵତନ୍ତ୍ର ଓ ଆତ୍ମନିର୍ଭରଶୀଳ ହୋଇଥାନ୍ତି ଯେ ସମସ୍ତ କାର୍ଯ୍ୟ ସ୍ଵୟଂ କରନ୍ତି । ନିଜ ପାଇଁ ହେଉ ବା ସ୍ଵାମୀ ଏବଂ ଘର ଲୋକ ପାଇଁ ସମସ୍ତ କାର୍ଯ୍ୟ ନିଜେ କରିବାକୁ ଏମାନେ ଖୁବ ଭଲ ପାଆନ୍ତି ।  ଏହି ସମସ୍ତ କାରଣରୁ ପୁଅମାନେ ନିଜ ଠାରୁ ବୟସରେ ବଡ ଝିଅଙ୍କୁ ବିବାହ କରିବା ଉଚିତ୍ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *