ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ର କିଛି ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯେଉଁମାନେ ନିଜ ପୁଅ ବୟସର ପୁରୁଷ ମାନଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜର ଅଭିନୟ ଏବଂ ସୁନ୍ଦରତା ପାଇଁ ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଏହି ଅଭିନେତ୍ରୀ ମାନଙ୍କୁ ଅନସ୍କ୍ରିନ ତ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି କିନ୍ତ ଏହି ଅଭିନେତ୍ରୀ ମାନଙ୍କର ବ୍ୟକ୍ତିଗତ ଜୀଵନ କୁ ନେଇ ବହୁତ ଚର୍ଚ୍ଚା ଶୁଣିବାକୁ ମିଳେ। ଏହି ଅଭିନେତ୍ରୀ ମାନଙ୍କ ଜୀଵନ ସାଥି ଏମାନଙ୍କ ଠାରୁ ବୟସରେ ସାନ ଅଟନ୍ତି ଏବଂ ଏହି ବିଷୟ କୁ ନେଇ ବହୁତ ଚର୍ଚ୍ଚା କରାଯାଇଥାଏ।ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ଅତୀତରେ ଯଦି ଜଣେ ନାରୀ ନିଜ ଠାରୁ କମ ବୟସ ର ପୁରୁଷ ସହ ସମ୍ପର୍କ ରଖିଥାଏ ତଥା ତାକୁ ବିବାହ କରିଥାଏ ତେବେ ତାକୁ ବହୁତ କଥାର ଶିକାର ହେବାକୁ ପଡ଼ିଥାଏ ।
କିନ୍ତୁ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ମାନେ ଅତୀତ ର ସେହି ରୀତି କୁ ଭାଙ୍ଗି ପ୍ରମାଣ କରିଦେଇଛନ୍ତି ଯେ, ଭଲ ପାଇବାରେ ବୟସ କୁ ଦେଖାଯାଇ ନଥାଏ ଏବଂ ଏହି ଅଭିନେତ୍ରୀ ମାନେ ନିଜ ଠାରୁ କମ ବୟସର ପୁଅ ଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ କିଛି ଅଭିନେତ୍ରୀ ବିବାହ ବନ୍ଧନରେ ମଧ୍ୟ ଆବଦ୍ଧ ହୋଇ ସାରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ।
୧. ବନ୍ଧୁଗଣ ପ୍ରଥମ ଯୋଡି ଟି ହେଉଛି ଅଭିନେତ୍ରୀ ‘ମଲାଇକା ଆରୋରା’ ଏବଂ ଅଭିନେତା ‘ଅର୍ଜୁନ କପୁର’ ଙ୍କ ଯୋଡି। ଅର୍ବାଜ ଙ୍କ ସହ ମଲାଇକା ଙ୍କ ଛାଡପତ୍ର ହେବା ପରେ ସେ ଅଭିନେତା ଅର୍ଜୁନ କପୁର ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏହି ଯୋଡି ଙ୍କ ମଧ୍ୟରେ ପାଖାପାଖି ୧୨ ବର୍ଷର ତଫାତ ରହିଛି।ମଲାଇକା ଙ୍କୁ ୪୭ ବର୍ଷ ହୋଇଥିବା ବେଳେ ଅର୍ଜୁନ କପୁର ମାତ୍ର ୩୫ ବର୍ଷ ବୟସର ଅଟନ୍ତି।
ଏହି ଯୋଡି ଙ୍କୁ ନେଇ ବହୁତ ଚର୍ଚ୍ଚା ଶୁଣିବାକୁ ମିଳୁଛି। କିନ୍ତୁ ଏହି ଯୋଡି କୌଣସି କଥା କୁ ଖାତିର ନ କରି ପରସ୍ପର ଙ୍କ ସହ ବହୁତ ଖୁସି ରେ ଅଛନ୍ତି ଏବଂ ଏମାନେ ପରସ୍ପରକୁ ବହୁତ ମାତ୍ରା ରେ ବୁଝୁଛନ୍ତି ଏବଂ ପରସ୍ପର ଏକାଠି ଅଛନ୍ତି।ଶୁଣିବାକୁ ମିଳୁଛି ଯେ,ଏହି ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
୨. ଦ୍ଵିତୀୟ ଯୋଡି ଟି ହେଉଛି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’ ଏବଂ ହଲିଉଡ଼ ଅଭିନେତା ତଥା ଗାୟକ ‘ନିକ ଜୋନସ’। ଏହି ଯୋଡି ପରସ୍ପର ନିଜ ନିଜ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଯୋଡି ୨୦୧୮ ମସିହାରେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ।ପ୍ରିୟଙ୍କା ଏବଂ ନିକ ଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ତଫାତ ରହିଛି। ପ୍ରିୟଙ୍କା ନିକ ଙ୍କ ଠାରୁ ୧୦ ବର୍ଷ ବୟସ ରେ ବଡ଼ ଅଟନ୍ତି।
ଏଥିପାଇଁ ପ୍ରଥମେ ଏହି ଯୋଡିଙ୍କୁ ବିଭିନ୍ନ ପ୍ରକାର ସମାଲୋଚନା ର ସାମନା କରିବାକୁ ପଡ଼ିଥିଲା।କିନ୍ତୁ ପରେ ଏହି ଯୋଡି ଙ୍କ ମଧ୍ୟରେ ଥିବା ମଜବୁତ ସମ୍ପର୍କ କୁ ଦେଖି ଦର୍ଶକ ମାନେ ଏମାନଙ୍କ ଯୋଡି କୁ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସମୟରେ ଏହି ରୋମାଂଟିକ ଯୋଡି ଙ୍କ ଚର୍ଚ୍ଚା ସବୁଆଡେ ଶୁଣିବାକୁ ମିଳୁଛି।
୩.ବନ୍ଧୁଗଣ ତୃତୀୟ ଯୋଡି ଟି ହେଉଛି ଅଭିନେତ୍ରୀ ‘ବିପାସା ବାସୁ’ ଏବଂ ‘କରନ ସିଂ ଗ୍ରୋଭର’ ଙ୍କ ଯୋଡି। ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ,ନିଜ ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ଦର୍ଶକ ମାନଙ୍କ ମନରେ ନିଜର ଜାଗା ସୃଷ୍ଟି କରିଥିବା ଏହି ଅଭିନେତ୍ରୀ ଜଣକ ନିଜ ସ୍ୱାମୀ କରନ ଙ୍କ ଠାରୁ ୪ ବର୍ଷ ବୟସ ରେ ବଡ଼ ଅଟନ୍ତି।
ଏହି କାରଣ ଯୋଗୁଁ କରନ ଙ୍କ ମାଆ ଏହି ସମ୍ପର୍କ କୁ ସ୍ବୀକାର କରୁନଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବର୍ତ୍ତମାନ ଏହି ଯୋଡ଼ି ପରସ୍ପରଙ୍କ ସହ ବହୁତ ଖୁସି ରେ ଅଛନ୍ତି।ସୋସିଆଲ ମିଡ଼ିଆ ରେ ଏହି ଯୋଡି ନିଜର ରୋମାଂଟିକ ଫଟୋ କୁ ସେୟାର କରୁଥିବାର ଦେଖିବାକୁ ମିଳୁଛି।
୪. ଚତୁର୍ଥ ଯୋଡି ଟି ହେଉଛି ବଲିଉଡ ଇଣ୍ଡଷ୍ଟ୍ରୀ ର କୁଇନ ଭାବେ ପରିଚିତ ଅଭିନେତ୍ରୀ ‘ଐଶ୍ୱର୍ୟ୍ୟା ରାଏ’ ଏବଂ ଅଭିନେତା ‘ଅଭିଷେକ ବଚ୍ଚନ’ ଙ୍କ ଯୋଡି। ଏହି ଯୋଡି ୨୦୦୭ ମସିହାରେ ପରସ୍ପରକୁ ବିବାହ କରିଥିଲେ।କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, ଐଶ୍ୱରୀୟା ରାଏ ଅଭିଷେକ ବଚ୍ଚନ ଙ୍କ ଠାରୁ ୨ବର୍ଷ ବଡ଼ ଅଟନ୍ତି। ଐଶ୍ୱରୀୟା କେବଳ ବୟସ ରେ ହିଁ ନୁହେଁ ପ୍ରସିଦ୍ଧି ଲାଭ କରିବାରେ ମଧ୍ୟ ଅଭିଷେକ ଙ୍କ ଠାରୁ ଆଗୁଆ ଅଟନ୍ତି।ବର୍ତ୍ତମାନ ଏହି ଯୋଡି ନିଜ ଝିଅ ଆରାଧ୍ୟା ବଚ୍ଚନ ଙ୍କ ସହିତ ହସଖୁସି ରେ ଏକାଠି ଜୀବନ ବିତାଉଛନ୍ତି।
୫. ପଞ୍ଚମ ଯୋଡି ଟି ହେଉଛି ଅଭିନେତ୍ରୀ ‘ଅମୃତା ସିଂ’ ଏବଂ ଅଭିନେତା ‘ସୈଫ ଅଲ୍ଲୀ ଖାଁ’ ଙ୍କ ଯୋଡି। ଏହି ଯୋଡି ୧୯୯୧ ମସିହାରେ ପରସ୍ପରକୁ ବିବାହ କରିଥିଲେ ଏବଂ ଚର୍ଚ୍ଚା ରେ ଆସିଥିଲେ।ପରବର୍ତ୍ତୀ ସମୟରେ ଏହି ଯୋଡି ପରସ୍ପରକୁ ଛାଡପତ୍ର ଦେଇଥିଲେ ଏବଂ ସୈଫ ଅଲ୍ଲୀ ଖାଁ ୨୦୧୨ ମସିହାରେ ଅଭିନେତ୍ରୀ ‘କରିନା କପୁର’ ଙ୍କ ସହ ବିବାହ କରିଥିଲେ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର ନିଶ୍ଚୟ କରିବେ ଓ ଆଗକୁ ଏମିତି କିଛି ବଲୀଉଡ ବିଷୟରେ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ