ନିଜ ପିଲାକୁ ଯଦି ମଣିଷ କରିବାକୁ ଚାହାଁନ୍ତି ତାକୁ ଏହି ଶିକ୍ଷା ନିଶ୍ଚୟ ଦିଅନ୍ତୁ, ଜୀବନରେ ସେ ବହୁତ ଆଗକୁ ଯିବ…(Best motivational Tips)

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟରେ ଅଧିକାଂଶ ଲୋକ ମାନଙ୍କ ସମସ୍ୟା ପରିବାର କୁ ନେଇ କରି ହିଁ ହୋଇଥାଏ । ପ୍ରାୟତଃ ଲୋକ ପାରିବାରିକ ଜଂଜାଳ କୁ ନେଇ ଚିନ୍ତିତ । କଥା ରେ ଅଛି ଗୃହତ୍ ଦ୍ଵନ୍ଦ କୁ ବା ବଳ କାହାର । ଅର୍ଥାତ୍ ଯଦି ଘରେ ଅଶାନ୍ତି ଲାଗି ରହିଲା, ତେବେ ସେ ମଣିଷ ଯେତେ ଯାହା ମଧ୍ୟ କଲେ କିଛି ଲାଭ ନାହିଁ । କିନ୍ତୁ ଯେଉଁ ମଣିଷ ତା ଜୀବନ ରେ କିଛି ଅମୂଲ୍ୟ ଶିକ୍ଷା ଲାଭ କରିଥିବ ସେ ମଣିଷ ଜୀବନରେ ଥିବା ସମସ୍ତ ପରିସ୍ଥିତି ରୁ ଓହରି ଯିବ ।

ଜୀବନର ପ୍ରକୃତ ସମ୍ପତ୍ତି ହେଉଁଚି ଆପଣ ଙ୍କ ର ପିଲାମାନେ । ଯଦି ସେମାନଙ୍କୁ ସେମାନଙ୍କ ଜୀବନରେ ପ୍ରକୃତ ଶିକ୍ଷା ଦିଆଯିବ ତେବେ ସେମାନେ ତାଙ୍କ ଜୀବନରେ କେବେ ମଧ୍ୟ ପଥ ଭ୍ରଷ୍ଟ ହେବେ ନାହିଁ । ତେଣୁ ପ୍ରତ୍ୟେକ ଘରେ ସେମାନଙ୍କ ପିଲା ମାନଙ୍କୁ ଅମୂଲ୍ୟ ଶିକ୍ଷା ଦିଆଯିବା ଉଚିତ୍ ।

କିନ୍ତୁ ଦୁଃଖ ର ବଡ ବିଷୟ ଏହା ଯେ ଜୀବନ ରେ ଅର୍ଥ କିପରି ରୋଜଗାର କରାଯିବ ତାହା ନିଜର ସନ୍ତାନ କୁ ଅତି ସୁନ୍ଦର ଭାବରେ ଶିଖାଇ ଦେଉଛନ୍ତି । କିନ୍ତୁ ଜୀବନରେ କେବେ କୌଣସି ଅମୂଲ୍ୟ ଶିକ୍ଷା ସେମାନଙ୍କୁ ଦେଉ ନାହାଁନ୍ତି । ବଡ ବଡ ସ୍କୁଲ କଲେଜ ଟିୟୁସନ ଅନେକ ଟଙ୍କା ଦେଇ ତାଙ୍କୁ ପଢିବାକୁ ପଠାଉଛନ୍ତି କିନ୍ତୁ ଜୀବନ ରେ ଚାଲିବା ପାଇଁ ସେମାନଙ୍କୁ ଯେଉଁ ଶିକ୍ଷାର ଆବଶ୍ୟକ ତାହା ସେମାନଙ୍କୁ କେବେ ସେମାନଙ୍କ ପାଖରେ ବସି ତାଙ୍କୁ ପ୍ରଦାନ କରୁ ନାହାଁନ୍ତି ।

ଯାହାର ଫଳ ସ୍ବରୂପ ପିଲା ବଡ ହେଲେ ଅନେକ ଅର୍ଥ ରୋଜଗାର କଲେ ଓ ବିବାହ ହୋଇ ବୃଦ୍ଧାବସ୍ଥା ରେ ଥିବା ମାତା ପିତା ଙ୍କୁ ଛାଡି ଅନ୍ୟତ୍ର କୌଣସି ସ୍ଥାନକୁ ଚାଲିଗଲା । ଠିକ୍ ଶିକ୍ଷା ପ୍ରାପ୍ତ କରି ନଥିବା କାରଣ ରୁ ଅନେକ ଅର୍ଥ ରୋଜଗାର କରି ଅହଂକାରୀ ହୋଇଗଲା, ଯାହାଫଳରେ ସେ ତାର ସମସ୍ତ ସଂପର୍କୀୟ ଙ୍କ ସହ କୁବ୍ୟାବହାର କରିବାକୁ ଲାଗିଲା । ତେଣୁ ପ୍ରତ୍ୟେକ ମାତା ପିତାଙ୍କୁ ତାର ସନ୍ତାନ କୁ ସବୁବେଳେ ଉଚିତ୍ ଶିକ୍ଷା ସହ ଜୀବନ ରେ କିଛି ଅମୂଲ୍ୟ ଶିକ୍ଷା ଦେବା ଉଚିତ୍ ।

ତାହାସହ ଜୀବନ ରେ ଏହା ଶିଖାଇବା ଉଚିତ୍ କି ଜୀବନ ରେ ଅର୍ଥ ର ଅନେକ ମହତ୍ତ୍ଵ ରହିଛି କିନ୍ତୁ ଅର୍ଥ ଠାରୁ ମଧ୍ୟ ଜୀବନ ରେ ଅଧିକ ମହତ୍ତ୍ଵ ରହିଛି ମଣିଷ ର ନିଜ ଲୋକ ଙ୍କର ଓ ରହୁଥିବା ନିଜ ସମାଜର ଓ ପରିଶେଷରେ ମାନବିକତା ର କାରଣ ଜୀବନରେ ସୁଖ ରେ ରହିବା ପାଇଁ ଅର୍ଥ ଠାରୁ ଅଧିକ ଶାନ୍ତି r ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *