Motivational Tips- କିପରି ଶକ୍ତିଶାଳୀ କରିବେ ନିଜ ମନକୁ ? କିପରି ବଢେଇବେ ନିଜ Mind Power ?

ବନ୍ଧୁଗଣ, ସଦାସର୍ବଦା ମଣିଷ ତାହାର ଶରୀର ପ୍ରତି ଧନ ପ୍ରତି ଓ ସଂସାର ପ୍ରତି ବ୍ୟସ୍ତ ଥାଏ । କିନ୍ତୁ ସେ ଭୁଲିଯାଏ ଯେ ଏହି ସବୁ କର୍ମ ଯାହା କରୁଛି ତାହା ମନ ଓ ମସ୍ତିଷ୍କ ଦ୍ଵାରା କରୁଛି । ମଣିଷ ଶରୀର କୁ ମଜବୁତ କରିବା ପାଇଁ ଯୋଗ ପ୍ରାଣାୟମ କରୁଛନ୍ତି । କିନ୍ତୁ ମନକୁ ଶକ୍ତିଶାଳୀ କରିବା ପାଇଁ କଣ କରୁଛନ୍ତି ? କିଛି ନୁହେଁ, ସଂସାର ହେଉଛି ଜଳ ଭଳି ଓ ମନ ହେଉଛି କ୍ଷୀର ଭଳି । ମନର ପ୍ରକୃତି ହେଉଛି ସେ ପ୍ରତ୍ୟକ ଜିନିଷ ସହ ଯୋଡ଼ି ହୋଇଯିବ ।

ଏହି ସଂସାରରେ ଯେତେ ଦୁଃଖ ଯନ୍ତ୍ରଣା ଅଛି ମନ ତାକୁ ଆପେ ଆପେ ଆକର୍ଷିତ କରିନିଏ । ଏହା ହେଉଛି ମନର ପ୍ରକୃତି । ଏହି ସମସ୍ୟା ମାନଙ୍କରୁ କେମିତି ମନକୁ ଶକ୍ତିଶାଳୀ କରିବା ? ଯେଉଁ ମଣିଷର ଚିନ୍ତାଧାରା ଯେତେ ସୁଖ କିମ୍ବା ଯାହାର ମାନସିକ ଚିନ୍ତାଧାରା ସୁଖୀ ସେ ହିଁ ପ୍ରକୃତ ସୁଖୀ । ତେବେ ଆସନ୍ତୁ ଏହି ସମ୍ବନ୍ଧ ରେ ବିସ୍ତାର ରୂପେ ଜାଣିବା । କୌଣସି ଏକ ଅଂଚଳରେ ଏକ କାଠୁରିଆ ଥିଲା ।

ତାଙ୍କ ମାଲିକ କହିଥିଲେ ଯେତେ ଅଧିକ କାଠ କାଟିବ ସେତେ ଅଧିକ ପଇସା ମିଳିବ । ସେ ଲୋକଟି କାଠ କାଟି ତାର ପାରିଶ୍ରମିକ ନେଇ ଚାଲିଯାଏ । ବର୍ଷେ ପରେ ଆଉ ଜଣେ କାଠ କଟାଳି ଆସିଲା । ସେ ଆସିବାର ୩ ମାସ ପରେ ମାଲିକ ତାର ଦରମା ବଢାଇ ଦେଲେ । ଏହା ଦେଖି ପ୍ରଥମ କାଠୁରିଆକୁ ଦୁଃଖ ଲାଗିଲା ଓ ସେ ମାଲିକ କୁ ଯାଇ ପଚାରିଲା ମୁଁ ବର୍ଷ ହେବ କାମ କରୁଛି ତୁମ୍ଭେ ମୋର ଦରମା ବଢାଇବା ବଦଳରେ ସେ ନୂଆ ଲୋକର ୩ ମାସ ମଧ୍ୟରେ ଦରମା ବଢାଇ ଦେଲେ ।

ସେହିଠୁ ମାଲିକ କହିଲେ ତୁମେ ଆଗଭଳି ଆଉ କାଠ କାଟି ପାରୁନାହଁ । ତୁମେ ଅଧିକ କାଠ କାଟିଲେ ତୁମ୍ଭେ ମଧ୍ୟ ଅଧିକ ଦରମା ନେବ । ସେଠୁ ସେହି ଲୋକଟି ମନ ଦୁଃଖ କରି ସେହି ଦ୍ଵିତୀୟ କାଠୁରିଆ ପାଖକୁ ଯାଇ ପଚାରିିଲା । ଭାଇ ତୁମ୍ଭେ କଣ ଅଧିକ ପରିଶ୍ରମ କରି କାଠ କାଟୁଛ ନା କିଛି ନିୟମ ଜାଣିଛ କରିବାର । ସେଠୁ ଦ୍ଵିତୀୟ ବ୍ୟକ୍ତି ଜଣଙ୍କ କହିଲା ତୁମେ କେମିତି କାଠ କାଟୁଛ ।

ଲୋକଟି କହିଲା ମୁଁ ଯେତିକି ଚାହୁଁଛି ସେତିକି କାଟି ପାରୁନାହିଁ ଯେତେ ପରିଶ୍ରମ କଲେ ମଧ୍ୟ ହେଉନାହିଁ । ସେହିଠୁ ଦ୍ଵିତୀୟ ବ୍ୟକ୍ତି କହିଲେ କେତେ ଥର ତୁମ କଟୁରୀ କୁ ପଠେଇଛ । ସେଠୁ ସେହି ଲୋକଟି କହିଲା କେବେବି ନୁହେଁ । ତେଣୁ ସେହି ବ୍ୟକ୍ତି ଜଣଙ୍କ କହିଲେ ତୁମେ ଯେଉଁ ଜିନିଷ ସାହାର୍ଯ୍ୟରେ କାମ କରିବ ତାକୁ ପଜଉନ କିମ୍ବା ତୀକ୍ଷ୍ଣ କରୁନ ତେବେ ତୁମେ କାମ କେମିତି କରିବ ?

ଯେତେ ପରିଶ୍ରମ କଲେ ମଧ୍ୟ ତାହା କିଛି ଫଳ ହେବ ନାହିଁ ଯଦି ତୁମେ କାଟୁଥିବା କଟୁରୀ ହିଁ ତୀକ୍ଷ୍ଣ ନାହିଁ । ଠିକ ସେହିପରି ମଣିଷ ଭାବେ ଯେତେ ଆମ୍ଭେ ଶରୀର ମନ ଓ ମସ୍ତିଷ୍କ ଯେତେ ଉପଯୋଗ କରିବା ସେତେ ଅଧିକ ଫଳ ଲାଭ କରିବା । କିନ୍ତୁ ତାହା ଭୁଲ, ମନ ଓ ମସ୍ତିଷ୍କ ଏକ ଯନ୍ତ୍ର ଭଳି । ତାହା ମଧ୍ୟ ସଫା ହେବା ଦରକାର । ତାହା ପାଇ ମଧ୍ୟ ସମୟ ବାହାର କରିବା ଦରକାର ।

ମନ କୁ କେମିତି ତୀକ୍ଷ୍ଣ କରିବା ସେ କୌଶଳ ମଧ୍ୟ ଜାଣିବା ଉଚିତ । ଯଦି ଆମ୍ଭକୁ ଏହି ସଂସାରରେ ରହିବାର ଅଛି ତେଣୁ ଆମକୁ ଏହି ସଂସାରରେ ଯେକୌଣସି କାର୍ଯ୍ୟ କରିବାକୁ ପଡୁଛି ସେହିସବୁ ଥିରେ ଆମର ମନ ଓ ମସ୍ତିଷ୍କ ଲାଗୁଛି । ଯଦି ଆମେ ସବୁବେଳେ ମନ ଓ ମସ୍ତିଷ୍କ କୁ ଉପଯୋଗ କରିବା ତାକୁ ତୀକ୍ଷ୍ଣ କରିବା ନାହିଁ ତେବେ ତାହା କିଛି ଦିନ ପରେ ଥକି ଯିବ ଓ କାର୍ଯ୍ୟ କରିବା ମଧ୍ୟ ଧୀର ହୋଇଯିବ ।

ତେଣୁ ମନ ମସ୍ତିଷ୍କ ପାଇଁ ପ୍ରତିଦିନ କିଛି ସମୟ ବାହାର କରିବା ଉଚିତ । ମାନସିକ ଭାବରେ ଶକ୍ତିଶାଳୀ ହେବା ନିହାତି ଆବଶ୍ୟକ । ମନକୁ ଶକ୍ତିଶାଳୀ କରିବା ପାଇଁ ସାଧନା ଦରକାର ଓ ଧ୍ୟାନ ଦରକାର । ପ୍ରତ୍ୟକ ଲୋକ ନିଜ ମନ ମସ୍ତିଷ୍କ କୁ ତେଜ କରି କିମ୍ବା ତୀକ୍ଷ୍ଣ କରି ଏହି ସଂସାରର ସମସ୍ତ କାମକୁ ମଜବୁତ ସହକାରେ କରିପାରିବେ । ଏବଂ ସମସ୍ତ ସମସ୍ୟାକୁ କାଟି ପାରିବେ ।

ଏହି ସମସ୍ତ ଜିନିଷକୁ କରିବା ପାଇଁ ପ୍ରତ୍ୟକ ଦିନ କିଛି ସମୟ ବାହାର କରନ୍ତୁ । କିଛି ସମୟ ନିଜ ମନ ମସ୍ତିଷ୍କ ପାଇଁ ସାଧନା କରନ୍ତୁ ଓ ଧ୍ୟାନ କରନ୍ତୁ । କିଛି ଯଦି ନ କରି ପାରୁଛନ୍ତି ତେବେ ଚୁପଚାପ ହୋଇ ବସନ୍ତୁ । କେବଳ ନିଶ୍ଵାସ ପ୍ରଶ୍ଵାସ ଉପରେ ଧ୍ୟାନ ନିକ୍ଷେପ କରନ୍ତୁ । ସେଥିରେ ମଧ୍ୟ ଆପଣଙ୍କ ବିଚାର ଶାନ୍ତ ହେବ । ଆପଣଙ୍କ ମନ ମସ୍ତିଷ୍କ ମଧ୍ୟରୁ ଅନାବଶ୍ୟକ ଜିନିଷ ବାହାରିବା ନିହାତି ଆବଶ୍ୟକ ।

ପ୍ରତ୍ୟକ ଦିନ କିଛି ସମୟ ନିଜ ମନ ମସ୍ତିଷ୍କ ପାଇଁ ବାହାର କରନ୍ତୁ ଦେଖିବେ କିଛି ଦିନ ପରେ ଆପଣଙ୍କ ମନ ମସ୍ତିଷ୍କ ବହୁତ ତୀକ୍ଷ୍ଣ ହୋଇ କାମ କରିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *