Personality Test- ପସନ୍ଦ କରନ୍ତୁ ନିଜ ଜନ୍ମବାର ଓ ଜାଣନ୍ତୁ ନିଜର ଭବିଷ୍ୟତ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହର ଦିନ ଗୁଡିକର ବିଶେଷ ମହତ୍ଵ ରହିଛି । ଯାହାର କିଛି ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଦିନ ଗୁଡିକୁ ଆଧାର କରି ବ୍ୟକ୍ତି ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣିପାରିଥାଏ । ତେବେ ଜନ୍ମ ହୋଇଥିବା ଦିନ ଗୁଡୁକି ଆଧାର କରି ଅନେକ ଗୁପ୍ତ କଥା ବ୍ୟକ୍ତି ବିଷୟରେ ଜାଣି ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ସପ୍ତାହ ରେ କେଉଁ ଦିନରେ ଜନ୍ମଗ୍ରହଣ କରିଥିଲେ କଣ ସବୁ ଲକ୍ଷଣ ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ରବିବାର : ଏହି ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ତେଜବନ୍ତ, ବୁଦ୍ଧିମାନ, ବିଚକ୍ଷଣ, ଚତୁର ବନ୍ତ, ଧାର୍ମିକ, ଅତ୍ୟନ୍ତ ଜିଦ ଖୋର, ଅହଂ ଗୁଣ ସମ୍ପନ୍ନ, ଅସ୍ଥିର, ଚଞ୍ଚଳମତି, ଯେଉଁ କାମରେ ଲାଗିଥାନ୍ତି ତାହା ନ ସରିବା ଯାଏଁ କଦାପି ଛାଡନ୍ତି ନାହି । ସ୍ତ୍ରୀ ମାନେ ଅସ୍ଥିର ଓ ବିଚକ୍ଷଣ ଅଟନ୍ତି ।

୨- ସୋମବାର : ଏହି ଦିନରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସେ ପୁରୁଷ ସ୍ଥିରମତ, ଧର୍ଯ୍ୟବନ୍ତ, ବହୁ ଗୁଣ ବିଶିଷ୍ଟ, ବିଚାରଶୀଳ, ନ୍ୟାୟବନ୍ତ, ବୁଦ୍ଧି ବିଦ୍ୟାରେ ବିଚକ୍ଷଣ, ଶାସ୍ତ୍ର ପ୍ରିୟ, କଳା ବିଦ୍ୟା ପ୍ରେମିକ, ବହୁମୂଖୀ ପ୍ରତିଭାର ଅଧିକାରୀ ଅଟନ୍ତି ।

୩- ମଙ୍ଗଳବାର : ଏହି ଦିନ ଜନ୍ମଗ୍ରହଣ ରିଥିବା ବ୍ୟକ୍ତି ଅସ୍ଥିରତା କାରଣରୁ ସବୁ କାମରେ ଅଧାରେ ରହିଥାନ୍ତି । କିନ୍ତୁ ବିଳମ୍ବ ରେ ହେଲେ ବି କାର୍ଯ୍ୟ ସଫଳତା ହୁଏ । ଶତ୍ରୁବାଦୀ, ଅତି ଜିଦ ଖୋର, ଧର୍ମକୁ ବିଶ୍ଵାସ କରନ୍ତି । କିନ୍ତୁ ଧାର୍ମିକ ହୋଇପାରନ୍ତି ନାହି । କିନ୍ତୁ ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ  ଆଣିଥାନ୍ତି । ଏହିପରି ନାରୀ ଅସ୍ଥିରା ଓ କ୍ଳେଶି ହୋଇଥାନ୍ତି ।

୪- ବୁଧବାର : ଏହି ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବୁଦ୍ଧିମନ୍ତ, କୌଶଳୀ, କମ୍ପ୍ୟୁଟର ଭଳି ମୁଣ୍ଡ କାମ କରିଥାଏ । ପରୋପକାର, ଶତ୍ରୁ ବଶକାରୀ, ବହୁମୂଖୀ, ସୁନାମୀ ଓ ଧନ୍ୟ ହୋଇଥାନ୍ତି । କୌଣସି ସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହି । ଏଭଳି ନାରୀ ବୁଦ୍ଧିମତୀ ଓ ଧନବାନ ହୋଇଥାନ୍ତି ।

୫- ଗୁରୁବାର : ଏହି ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଗୁରୁ ମାନ୍ୟ ସମ୍ମାନ ସବୁଆଡେ ପାଇଥାନ୍ତି । ରାଜ ସମାନ ଓ ପ୍ରଶଂସା ଭାଜନ, ସତ କର୍ମରେ ପ୍ରବୀଣ, ବୁଦ୍ଧି ଓ ଜ୍ଞାନରେ ଶ୍ରେଷ୍ଠ ଅଟନ୍ତି । ଗଭୀର ଶାନ୍ତିଶୀଳ ଓ ଧାର୍ମିକ ହୋଇଥାନ୍ତି । ଏଭଳି ନାରୀ ନିଜ ବୁଦ୍ଧି ବଳରେ କମ କରନ୍ତି ।

୬- ଶୁକ୍ରବାର : ଏହି ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଶୁକ୍ରାଚାର୍ଜ୍ୟଙ୍କ ଭଳି କାମ ଦେଖାନ୍ତି । ବହୁ ଗୁଣରେ ବିଶିଷ୍ଟ, ଯେତେ ବି ବ୍ୟୟ ଯୁକ୍ତ କମ ମୁଣ୍ଡ ଉପରକୁ ଆସିଲେ ବି ତଥାପି ଧର୍ଯ୍ୟ ସହ ତୁଲାଇଥାନ୍ତି । ଏଭଳି ନାରୀ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଅଟନ୍ତି ।

୭- ଶନିବାର : ଏହି ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ସ୍ଥିର, କାମଭିଳାଷୀ, ଶତ୍ରୁବାଦୀ, ଅତ୍ୟନ୍ତ ଜିଦ ଖୋର, ନିଜ ବୁଦ୍ଧିରେ ପରିଚାଳିତ ହୁଅନ୍ତି । ଏହି ବ୍ଯକ୍ତିମାନେ ବିଚଳିତ ଅବସ୍ଥାରେ ରହିଥାନ୍ତି । ନ୍ୟାୟରେ ଉଚ୍ଚ ପଦ ପାଆନ୍ତି ନାହି । ଏଭଳି ନାରୀ ଜିଦ ଖୋର ଅଟନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *