Navratri Special- ନବରାତ୍ରୀରେ ଯେ କୌଣସି ଗୋଟିଏ ଛୋଟ ଝିଅକୁ ଦେଇ ଦିଅନ୍ତୁ ଏହି 1 ଜିନିଷ, ଚମକିବ ଭାଗ୍ୟ, ସବୁ କାର୍ଯ୍ୟରେ ମିଳିବ ସଫଳତା

ବନ୍ଧୁଗଣ, ହିନ୍ଦୁ ଧର୍ମରେ ପାଳନ କରାଯାଉଥିବା ପ୍ରମୁଖ ପର୍ବ ମାନଙ୍କ ଠାରୁ ଗୋଟିଏ ପର୍ବ ହେଉଛି ନବରାତ୍ରୀ । ଯାହା କି ମାତା ଦେବୀ ଙ୍କର ଅଲଗା ଅଲଗା ୯ ଟି ରୂପ କୁ ସମର୍ପିତ ହୋଇଥାଏ । ବର୍ଷ ରେ ସମୁଦାୟ ୪ ଟି ନବରାତ୍ରି ଆସିଥାଏ । ଯାହାର ପ୍ରାରମ୍ଭ ଚୈତ୍ର ନବରାତ୍ରୀ ଠାରୁ ଆରମ୍ଭ ହୋଇଥାଏ । ନବରାତ୍ରୀ ର ପର୍ବ ଦେବୀ ଦୂର୍ଗା ଙ୍କର ଆରାଧନା ତଥା ଶକ୍ତି ପୂଜା ର ପର୍ବ ଅଟେ । ମାତା ଦୂର୍ଗା ଙ୍କୁ ସୁଖ ସମୃଦ୍ଧି ଏବଂ ଧନର ଦେବୀ ମାନାଯାଇଥାଏ ।

ଏହି ୯ ଦିନରେ ଭକ୍ତଗଣ ସ୍ଵଛ ମନରେ ଦେବୀ ଙ୍କ ଆରାଧନା କରିଥାନ୍ତି । ଏହି ବର୍ଷ ଚୈତ୍ର ନବରାତ୍ରୀ ୨ ଏପ୍ରିଲ ରୁ ଆରମ୍ଭ ହୋଇ ୧୧ ଏପ୍ରିଲ ପର୍ଯ୍ୟନ୍ତ ରହୁଅଛି । ଶାସ୍ତ୍ର ରେ କୁହାଯାଇଅଛି ଯେ ହନୁମାନଙ୍କ ପୂଜା ନ କରି କନ୍ୟା ପୂଜା କରାଯାଇନଥାଏ । ବାଳକ ହନୁମାନ ଙ୍କର ସ୍ଵରୁପ ହୋଇଥାନ୍ତି । ବର୍ତ୍ତମାନ ପରିସ୍ଥିତି ରେ କନ୍ୟାପୂଜା କରିବା ଶାସ୍ତ୍ର ଅନୁସାରେ ସେତେ ସୁରକ୍ଷିତ ନୁହେଁ ।

ଆଜି ଆମ୍ଭେ ଆପଣଙ୍କୁ ଏହିଭଳି ଏକ ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯଦି ଏହାକୁ ଆପଣ କୌଣସି କନ୍ୟା କୁ ଦେଉଛନ୍ତି ତେବେ ଆପଣଙ୍କୁ ଦୂର୍ଗା ମା ର ଆଶୀର୍ବାଦ ପ୍ରାପ୍ତ ହେବ ।ଦେବୀ ମାତା ଙ୍କ କୃପା ପ୍ରାପ୍ତ କରିବା ନିମନ୍ତେ ନବରାତ୍ରୀ ର ଯେକୌଣସି ଦିନରେ ସ୍ନାନ ସାରି ସ୍ଵଛ ବସ୍ତ୍ର ଧାରଣ କରନ୍ତୁ । ଏକ ପାଣି ଥିବା ନଡିଆ ନେଇ ତାକୁ ଭଲ ଭାବରେ ସଫା କରି ନିଅନ୍ତୁ । ଏହାପରେ ତାକୁ ଏକ ଥାଳି ରେ ରଖି ଦିଅନ୍ତୁ ।

ମା ଙ୍କ ପାଖରେ ଏକ ଶୁଦ୍ଧ ଘିଅ ର ଦୀପ ଜଳାନ୍ତୁ । ସୁଗନ୍ଧିତ ଧୂପକାଠି ଜଳାନ୍ତୁ । ଯଦି ଆପଣ ଅଖଣ୍ଡ ଜ୍ୟୋତି ଜଳାଇ ରଖିଛନ୍ତି ତେବେ ଆପଣଙ୍କୁ ଅଲଗା ଦୀପ ଜଳାଇବାର ଆବଶ୍ୟକତା ରହିନାହିଁ । ମାତାରାଣୀ ଙ୍କୁ କୁମକୁମ ରେ ସଜାଇ ଫଳ ମିଷ୍ଠାନ ର ଭୋଗ ଲଗାନ୍ତୁ । ଏହାପରେ ନଡିଆ ଉପରେ ଏକ ସ୍ଵସ୍ତିକ ର ଚିହ୍ନ ବନାନ୍ତୁ । ଏହି ନଡିଆ କୁ ମା ଙ୍କ ଚରଣ ତଳେ ଅର୍ପଣ କରି ନିଅନ୍ତୁ । ଏହାପରେ ଭଗବାନ ଗଣେଶ ଏବଂ ନବ ଦୂର୍ଗା ଙ୍କୁ ପ୍ରଣାମ କରନ୍ତୁ ।

ଆପଣଙ୍କର ଯେଉଁ ସମସ୍ୟା ମାନ ରହିଅଛି, ତାହାକୁ ମାତାରାଣୀ ଙ୍କୁ ଜଣାନ୍ତୁ ଏବଂ ସମସ୍ତ ସମସ୍ୟା ଦୂର ହେଉ ବୋଲି ପ୍ରାର୍ଥନା କରନ୍ତୁ । ଆପଣ ନିଜର ମନୋକାମନା ମାତା ରାଣୀ ଙ୍କୁ କୁହନ୍ତୁ । ଏହାପରେ ଦେବୀ ମା ଙ୍କ ମନ୍ତ୍ର ଜପ କରନ୍ତୁ । ଏହା ପରେ ନଡିଆ କୁ ମା ଙ୍କ ଚରଣ ରୁ ଉଠାଇ ନଡିଆ କୁ ନେଇ ନିଜ ମସ୍ତକ ରେ ଲଗାନ୍ତୁ । ଏବଂ ମାତାରାଣୀ ଙ୍କୁ ହାତଯୋଡି ପ୍ରାର୍ଥନା କରନ୍ତୁ ଯେ ହେ ମାତା ରାଣୀ ଆପଣଙ୍କ ରୂପ ଏହି କନ୍ୟା କୁ ମାନି ଏହି ନଡିଆ ଟି ମୁଁ ଏହି କନ୍ୟା କୁ ଅର୍ପଣ କରୁଅଛି ।

ମୁଁ କନ୍ୟା କୁ ଏହି ନଡିଆ ଅର୍ପିତ କରୁଛି । କନ୍ୟା ରୂପରେ ମୁଁ ଅର୍ପଣ କରିଥିବା ଏହି ଫଳ କୁ ସ୍ଵୀକାର କରନ୍ତୁ । ଏହିଭଳି କହି ଏହି ଶ୍ରୀ ଫଳ କୁ ଆପଣ କୌଣସି କନ୍ୟାକୁ ଅର୍ପଣ କରନ୍ତୁ । ମାତ୍ର ଏହି ବିଷୟ ର ଧ୍ୟାନ ରଖନ୍ତୁ ଯେ ଏହି ନଡିଆ ଆପଣଙ୍କୁ ୧୦ ବର୍ଷ ହୋଇଥିବା କନ୍ୟା କୁ ହିଁ ଅର୍ପଣ କରିବାର ଅଛି । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କର ଭଲ କର୍ମ ର ଫଳ ଅନନ୍ତ ଗୁଣା ହୋଇ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *