ବନ୍ଧୁଗଣ, ନବରାତ୍ରି ର ପାବନ ପର୍ବ ରେ ଦେବୀ ମା’ ନିଜ ଭକ୍ତ ଙ୍କ ଘରେ ବିରାଜମାନ ରହିଥାନ୍ତି । ଏହିଭଳି ପରିସ୍ଥିରେ ଆମ୍ଭେ ସମସ୍ତେ ପ୍ରୟାସ କରିଥାଉ ଯେ ମାତାରାଣୀ ଙ୍କୁ ପ୍ରସନ୍ନ କରି ତାଙ୍କ କୃପା ଲାଭ କରିବା । ସମସ୍ତ ଭକ୍ତ ଦେବୀମା ଙ୍କ କୃପା ପ୍ରାପ୍ତ କରିବା ନିମନ୍ତେ ଅଲଗା ଅଲଗା ଉପାୟ କରିଥାନ୍ତି । ଏହି ପବିତ୍ର ଅବସରରେ ଅନେକ ଭକ୍ତ ମାତା ଙ୍କର ବ୍ରତ କରିଥାନ୍ତି । ମାତା ରାଣୀ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ଅଲଗା ଅଲଗା ବସ୍ତୁ ଅର୍ପଣ କରିଥାନ୍ତି ।
ଶାରଦୀୟ ନବରାତ୍ରି ଅବସରରେ ମାତା ଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଆମ୍ଭକୁ ସମସ୍ତ ସୁଖ ର ପ୍ରାପ୍ତି ହୋଇଯାଇଥାଏ । ଆପଣ ଯଦି ଏହି ୯ ଦିନରେ ମାତା ଙ୍କର ବ୍ରତ ଧାରଣ କରିବାକୁ ଚାହୁଁଛନ୍ତି ତେବେ ତାହା ବହୁତ ଉତ୍ତମ ହୋଇଥାଏ । ଯଦି ଆପଣ ଶାରୀରିକ ରୂପରେ ସ୍ୱାସ୍ଥ୍ୟ ନାହାନ୍ତି ଅଥବା ବ୍ରତ ଧାରଣ କରିପାରୁ ନାହାନ୍ତି। ତେବେ ଆପଣ ମାତା ଭଗବତୀ ଦୂର୍ଗା ଙ୍କର ଆରଧାନ କରନ୍ତୁ ।
ଯେତେବେଳେ ଆମ୍ଭେ ସ୍ଵଛ ମନରେ ପୂଜା କରିଥାଉ ତେବେ ଆମ୍ଭେ ବ୍ରତ କରୁ କିମ୍ବା ନ କରୁ ସାତ୍ଵିକତା ଅଥବା ଶୁଦ୍ଧତା ର ଧ୍ୟାନ ରଖି ଯଦି ଆମ୍ଭେ ମାତାଙ୍କର ଆରାଧନା କରିଥାଉ ତେବେ ଆମ୍ଭ ମନୋଷ୍କାମନା ନିଶ୍ଚିତ ପୁରଣ ହେବ । ଏହି ଅବସରରେ ଘରେ ସଫାସୁତରା ର ଧ୍ୟାନ ରଖନ୍ତୁ । ଆପଣ ଏହି ଅବସରରେ ନିଜ ଘରେ ପୂଜା କରୁଥିଲେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଘରେ ଯେପରି କୌଣସି ପ୍ରକାରର ଚୁଗୁଲି ନ ହେଉ ।
କାହା ବିଷୟରେ ଆପଣ ଅପଶବ୍ଦ ର ପ୍ରୟୋଗ କରନ୍ତୁ ନାହିଁ । ଅନ୍ୟଙ୍କ ବିଷୟରେ କଥା କହିଲେ ଘରେ ନକାରତ୍ମକତା ର ବୃଦ୍ଧି ହୋଇଥାଏ । ଏହାଫଳରେ ଏହି ଊର୍ଜା ଥିଲେ ସେଠାରେ ମାତା ଙ୍କର ବାସ ହୋଇନଥାଏ । ଏଣୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । କଳସ ର ସ୍ଥାପନ କରିବା ସମୟରେ ଆମ୍ଭକୁ କିଛି ବିଶେଷ କଥା ଧ୍ୟାନ ରଖିବା ଆବଶ୍ୟକ । ମାତା ଙ୍କ ମୂର୍ତ୍ତି ପାଖରେ କଳସ ସ୍ଥାପନ କରିବାକୁ ଚାହୁଁଥିଲେ ଆପଣ ଧ୍ୟାନ ରଖନ୍ତୁ ସେହି ଯାଗାଟି ଆପଣଙ୍କ ଘରର ଉତ୍ତରପୁର୍ବ କୋଣ ହୋଇଥିବା ଆବଶ୍ୟକ ।
ଆପଣ ଘରକୁ ଭଲଭାବରେ ସଫା କରି ଗଙ୍ଗାଜଳ ରେ ଘର ପବିତ୍ର କରନ୍ତୁ । କଳସ ର ସ୍ଥାପନ କରିଲା ବେଳେ ଆପଣ କଳସ ରେ ବିଭିନ୍ନ ପ୍ରକାରର ଜିନିଷ ପକାଇ ପାରିବେ ଯଥା ସୁପାରି, କଏନ, ଗୁଜୁରାତି, ଅକ୍ଷତ ଏହା ବ୍ୟତୀତ ଆପଣ ଏଥିରେ ଲବଙ୍ଗ ମଧ୍ୟ ପକାଇ ପାରନ୍ତି । ଏହାପରେ ଶୁଦ୍ଧ ଜଳ ମିଶାଇ ପାଞ୍ଚପଲ୍ଲବ ରଖି ଆପଣ ନଡିଆ ର ସ୍ଥାପନା କରନ୍ତୁ । ଆପଣ ଅଖଣ୍ଡ ଦୀପ ଜଳାନ୍ତୁ । ଏହି ଦୀପରେ ଆପଣ ଲବଙ୍ଗ ୧ ଟି ପକାଇ ଦିଅନ୍ତୁ । ଏବଂ ସେଠାରେ ବସି ମାତା ଙ୍କର ଆରାଧାନ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।