ବନ୍ଧୁଗଣ, ଶାରଦୀୟ ଦୂର୍ଗା ପୂଜା ଅଥବା ନବରାତ୍ରି ଆଶ୍ଵିନ ମାସର ଶୁକ୍ଲପକ୍ଷ ର ପ୍ରତିପଦା ତିଥି ଠାରୁ ଆରମ୍ଭ କରିବ ନବମୀ ତିଥି ପର୍ଯ୍ୟନ୍ତ ମନାଇଯାଇଥାଏ । ଦଶମୀ ତିଥିକୁ ଦଶହରା ହୋଇଥାଏ । ନବରାତ୍ରି ର ଏହି ୯ ଦିନରେ ମା ଭଗବତୀ ଦୂର୍ଗା ଙ୍କର ଆରାଧନା କରାଯାଇଥାଏ । ୯ ସ୍ୱରୂପ ର ଆରାଧନା କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ ।
ଆପଣଙ୍କର ସମସ୍ତ ପ୍ରକାରର କାମନା ପୂର୍ଣ୍ଣ ହୋଇଯାଇଥାଏ । ଆସନ୍ତୁ ଜାଣିବା ଏହି ଶାରଦୀୟ ପୂଜା ଅବସରରେ କେଉଁ ବିଶେଷ ଭୁଲ କରିବା ଦ୍ଵାରା ମାତା ଦୁର୍ଗ କ୍ରୋଧିତ ହୋଇଯାଇଥାନ୍ତି ।
୧;- ନବରାତ୍ରି ର ୯ ଦିନ ଆମ୍ଭକୁ ଶୁଦ୍ଧତା ଏବଂ ସାତ୍ଵିକତାର ଧ୍ୟାନ ରଖନ୍ତୁ । ଆପଣଙ୍କ ଘରେ କୌଣସି ପ୍ରକାରର ତାମସିକ ଜିନିଷ ର ପ୍ରୟୋଗ କରନ୍ତୁ ନାହିଁ । ଯଥା ରଶୁଣ, ପିଆଜ, ମାଛ ମାଂସ ଇତ୍ୟାଦି । ଏହାର ସେବନ ନବରାତ୍ରି ରେ କରନ୍ତୁ ନାହିଁ ।
୨;- ଆପଣଙ୍କ ଘରେ କୌଣସି ପ୍ରକାରର ଝଗଡା ନ ହେଉ ଏହା ପ୍ରତି ଧ୍ୟାନ ରଖନ୍ତୁ । ଏହା ସହିତ ବାଦ ବିବାଦ ର ସ୍ଥିତି ଉତ୍ପତ୍ତି ନ ହେଉ ସେଥିପ୍ରତି ଧ୍ୟାନ ରଖନ୍ତୁ ।
୩;- ନବ ରାତ୍ରି ର ବ୍ରତ କରନ୍ତୁ କି ନ କରନ୍ତୁ ଆପଣ ଏହି କଥାର ଧ୍ୟାନ ରଖିବେ ଯେ ନବରାତ୍ରି ରେ ଆପଣଙ୍କ ଘରେ କୌଣସି ପ୍ରକାରର ଚୁଗୁଲି ନ ହେଉ । କାହା ସମ୍ବନ୍ଧରେ ଆପଣ ଅପଶବ୍ଦ ର ପ୍ରୟୋଗ କରନ୍ତୁ ନାହିଁ ।
୪;- ଶାରଦୀୟ ନବରାତ୍ରି ଆଶ୍ଵିନ ମାସର ପ୍ରତିପଦ ତିଥି ଅର୍ଥାତ ୭ ଅକ୍ଟୋବର ଠାରୁ ଆରମ୍ଭ କରି ୧୪ ଅକ୍ଟୋବର ପର୍ଯ୍ୟନ୍ତ ନବରାତ୍ରି ତିଥି ହେବ । ଏବଂ ୧୫ ଅକ୍ଟୋବର କୁ ଦଶହରା ପାଳନ କରାଯିବ । ଏହିଦିନ କଳସ ସ୍ଥାପନ କରିବା ସମୟରେ ବିଶେଷ କଥା ର ଧ୍ୟାନ ରଖିବେ ଯେ ବ୍ରାହ୍ମଣ ଡାକି କଳସ ର ସ୍ଥାପନ ସଂପୂର୍ଣ୍ଣ ବିଧି ବିଧାନ ପୂର୍ବକ କରନ୍ତୁ । କଳସ ସ୍ଥାପନ କରୁଥିବା ସମୟରେ ଆମ୍ଭକୁ ବିଶେଷ କିଛି କଥା ର ଧ୍ୟାନ ରଖିବାକୁ ହେବ । ଆପଣ ଦେବୀ ମା’ ଙ୍କର ସଚ୍ଚା ମନରେ ଆରାଧନା କରନ୍ତୁ ।
ମା ଙ୍କର ମୂର୍ତ୍ତି ପ୍ରତିମା ର ଡାହାଣ ପାର୍ଶ୍ଵରେ କଳସକୁ ସ୍ଥାପନ କରନ୍ତୁ । ସକାଳ ସମୟରେ ଆପଣ କଳସ ସ୍ଥାପନ କରି ମାତା ଦୂର୍ଗା ଙ୍କର ଆରାଧନା ଆରମ୍ଭ ହୋଇଯାଇଥାଏ । ୯ ଦିନ ପର୍ଯ୍ୟନ୍ତ ମନ୍ତ୍ର ଜପ ଆପଣ ମାତା ଦୂର୍ଗା ଙ୍କର ସାମ୍ନା ରେ କରନ୍ତୁ । ଆପଣ ସ୍ଵଚ୍ଛ ମନରେ ମାତା ଙ୍କ ର ପୂଜା ଆରାଧନା କରିଲେ ନିଶ୍ଚିତ ଭାବରେ ଆପଣଙ୍କ ର ସମସ୍ତ ମନୋଷ୍କାମନା ପୂରଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।