ପ୍ରତେକ ବ୍ୟକ୍ତି ଜୀବନରେ ଧନ ଜନିତ ସମସ୍ଯା ରହିଥାଏ । ଏହାର ମୁଖ୍ୟ କାରଣ ହେଉଛି ଆପଣ ମାନେ ଏମିତି କିଛି ଭୁଲ କାମ କରୁଛନ୍ତି ଯାହା ଦ୍ଵାରା ଧନ ଜନିତ ସମସ୍ଯା ହେବା ସହ ଘରେ କଳହ ଦେଖା ଯାଇଥାଏ । ଆମ ଜୀବନରେ ଆମେ ପ୍ରତେକ ସମୟରେ କିଛି ନା କିଛି ଭୁଲ କରିଥାଉ । ଯାହାର ପରିଣାମ ସ୍ୱରୂପ ଆମେ ଏହାର ଦଣ୍ଡ ଭୋଗ କରିବା ସହ ପରିବାର ଲୋକେ ମଧ୍ୟ ଭୋଗ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ନାରୀ ଓ ପୁରୁଷ କେଉଁ କେଉଁ କାମ କରିଲେ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
ମହିଳା ମାନେ ଭୁଲରେ ବି ଗୁରୁବାର ଦିନ ଆମିଷ ଭୋଜନ କରିବା ଉଚିତ ନୁହେଁ । ଯଦି ଗୁରୁବାର ଦିନ ମହିଳା ମାନେ କେଶ ନ ଧୁଅନ୍ତି ତେବେ ଏହା ସଂପୂର୍ଣ୍ଣ ଭୁଲ ହୋଇଥାଏ । ଏହା ସହ ଗୁରୁବାର ଦିନ ଲାଉ ରେ ଯେଉଁ ମହିଳା ଆମିଷ ପକାଇ ଖାଇଥାନ୍ତି ସେମାନେ ପାପର ଭାଗୀଦାର ହୋଇଥାନ୍ତି । ଅନ୍ୟ କିଛି ମହିଳା ବା ପୁରୁଷ ଗୁରୁବାର ଦିନ ଖାଇବା ସମୟରେ ଭାତ ଛାଡିଥାନ୍ତି । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହେବ ସହ ଧନର ଅଭାବ ଦେଖାଯାଏ । ତେଣୁ ଛୋଟ ଛୋଟ ଜିନିଷ ଉପରେ ଅଧିକ ଧ୍ୟାନ ଦେବା ଉଚିତ ।
ଗୁରୁବାର ଦିନ ଘର ଲିପା ପୋଛା କରିବା ଉଚିତ । ଏହ ସହ ଗୋବର ପକାଇ ବା ପାଣିରେ ଲୁଣ ପକାଇ ପୋଛା ମାରିବା ଦ୍ଵାରା ଭଲ ହୋଇଥାଏ । ଯଦି ଆପଣ ଚୁଲି ରେ ରୋଷେଇ କରୁଛନ୍ତି ତେବେ ପ୍ରତେକ ଦିନ ଚୁଲି ରୁ ପାଉଁଶ ବାହାର କରନ୍ତୁ । ନଚେତ ଧନର ଅଭାବର ଘରେ ଦେଖାଯାଏ । ଯେଉଁ ନାରୀ ଗୁରୁବାର ଦିନ ଛୋଟ ପିଲା ଙ୍କୁ ବାଡେଇଥାନ୍ତି ତେବେ ଧନ ହାନି ହୋଇଥାଏ । ଯେଉଁ ନାରୀ ସନ୍ଧ୍ୟା ଗଡି ଗଲେ ଗୁରୁବାର ଦିନ ସନ୍ଧ୍ୟା ଆଳତି କରିଥାନ୍ତି ତେବେ ଘରର କ୍ଷତି ହେବା ସହ ଧନ ହନି ହୋଇଥାଏ ।
ଯେଉଁ ନାରୀ ଶାଶୁ ଶ୍ଵଶୁର ଙ୍କୁ ଅପମାନିତ କରୁଥିବେ ସେଭଳି ଘରେ କେବେ ବି ମା ଲକ୍ଷ୍ମୀଙ୍କ ବାସ ରୁହେ ନାହି । ଯେଉଁ ନାରୀ ରାତିରେ ଉଲଙ୍ଗ ଓ କେଶ ମୁକୁଳା କରି ଶୋଇଥାଏ ସେହି ଘରେ ଧନର ଅଭାବ ଦେଖାଯାଏ । ଯେଉଁ ପୁରୁଷ ବା ନାରୀ ସଭାରେ ବସି ମିଛ କୁହନ୍ତି ସେମାନଙ୍କ ଠାରେ ଧନର ଅଭାବ ଦେଖାଯାଏ । ଏହା ସହ ଋତୁମତୀ ନାରିଙ୍କ ସହ ପୁରୁଷ ସମ୍ପର୍କ ରଖିଲେ ପାପ ହେବ ସହ ଧନର ଅଭାବ ହୋଇଥାଏ ।
ପୁରୁଷ ବା ନାରୀ ତଳେ ବସି ଖାଇବା ଅନୁଚିତ । ଯେଉଁ ନର ନାରୀ ଦକ୍ଷିଣ ବା ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ନାହି । ତେଣୁ ପୂର୍ବ ବା ଉତ୍ତର ଦିଗରେ ମୁଖ କରି ଭୋଜନ କରିବା ଉଚିତ । ସ୍ନାନ କରିବା ପୂର୍ବରୁ ତେଲ ଲଗାଇବା ଉଚିତ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।