ଶ୍ରୀକ୍ଷେତ୍ର ଶ୍ମଶାନକୁ ସ୍ଵର୍ଗଦ୍ଵାର କାହିଁକି କୁହାଯାଏ ? ଦେଖନ୍ତୁ…

ବନ୍ଧୁଗଣ, ଶ୍ମଶାନ କୁ ସ୍ଵର୍ଗଦ୍ଵାର କହିବାର ତାତ୍ପର୍ଜ୍ୟ ହେଉଛି ଯେ ଅନେକ ଦିନ ତଳେ ଯେତେବେଳେ ଆମ୍ଭର ତଳୁଛ ମହାପାତ୍ର ମହାପ୍ରଭୁ ଙ୍କ ସେବାରେ ଲିପ୍ତ ଥିଲେ । ସେତେବେଳେ ଅନେକ ଦେବାଦେବୀ ଆସି ବଡ ସିଂହାର ସମୟରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଥିଲେ । ଏବଂ ସେ ତାଙ୍କ ବାପା ତଥା ଜେଜେବାପା ଙ୍କ ଠାରୁ ଶୁଣିଥିଲେ ଯେ କଳାମଲ୍ଲି ବୋଲି ଏକ ପୁଷ୍ପ ଯାହାକି ଲଙ୍କା ରେ ହୋଇଥାଏ ।

ତାହା କେବଳ ଭାରତରେ ହୋଇ ନଥାଏ ଏବଂ ଲଙ୍କା ରୁ ସେହି ଫୁଲ ଆସି ରତ୍ନ ସିଂହାସନ ରେ ପ୍ରତ୍ୟକ ଦିନ ଯେତେବେଳେ ଦ୍ଵାରୋନୁମୁକ୍ତ କରିବା ସମୟରେ ଦେଖିବାକୁ ମିଳିଲା ସେମାନଙ୍କ ସନ୍ଦେହ ହୋଇଥିଲା ଯେ ଲଙ୍କା ରୁ ହୁଏତ ବିଭୀଷଣ ଆସି ଏହି ପୁଷ୍ପ ଗୁଡିକ ପ୍ରଦାନ କରୁଛନ୍ତି ଏବଂ ତଳୁଛ ମହାପାତ୍ର ୪ ଦ୍ଵାର ବନ୍ଦ କରି ଯେତେବେଳେ ଜଗି ରହିଲେ, ଦକ୍ଷିଣ ଦ୍ଵାର ଦେଇ ସେତେବେଳେ ବିଭୀଷଣ ଆସିଥିଲେ ରାତିରେ ବଡ ସିଂହାର ଦର୍ଶନ କରି ଯେତେବେଳେ ବେଢା କରି ସେ ପ୍ରସ୍ଥାନ କରନ୍ତି ଦିବ୍ୟ ବଭୁଦାରି ଥିଲେ ଦିବ୍ୟ ଚକ୍ଷୁ ଥିଲା ।

କାରଣ ମହାପ୍ରଭୁ ଙ୍କ ସେବା କରି କରି ସେବକ ମାନେ ମଧ୍ୟ ସେହିଭଳି ଦେବତା ଙ୍କ ସହିତ ସମାନ ଥିଲେ ତେଣୁ ସେ ବିଭୀଷଣ କୁ ଯେତେବେଳେ ଧରି ପକାଇଥିଲେ, ସେତେବେଳେ ବିଭୀଷଣ ତାଙ୍କୁ ଏକ କଙ୍କଣ ପ୍ରଦାନ କରିଥିଲେ ଏବଂ ଯେଉଁ ସ୍ଥାନରୁ ସେ ଉପରକୁ ଯାଇଥିଲେ ସମୁଦ୍ର ନିକଟରୁ ସେହି ସ୍ଥାନ କୁ ସ୍ଵର୍ଗଦ୍ଵାର ବୋଲି କୁହାଯାଏ । ଆଉ ଏକ ଆକ୍ଷାକ ମଧ୍ୟ ରହିଅଛି ଯେ ଦେବରାଜ ଇନ୍ଦ୍ର ଆସିଥିଲେ ।

ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ସେ ଯେତେବେଳେ ଫେରିଯାଇଥିଲେ ସମୁଦ୍ର ଉପକୂଳ ନିକଟରୁ ଯେଉଁ ସ୍ଥାନରୁ ସେ ସ୍ଵର୍ଗ କୁ ଆରୋହଣ କରିଥିଲେ, ସେହି ସ୍ଥାନରେ ଶୁଆର ପିଲାଟିଏ ଯାଇ କାଠି ପୋତିଥିଲା ଏବଂ ରାଜା ଙ୍କୁ ଖବର ଦେଇଥିଲା ଯେ ଏହି ସ୍ଥାନରୁ ସେ ଆକାଶ ମାର୍ଗ ରେ ଉଡିକି ସେ ଆଗକୁ କରିଥିଲେ । ଏହାପରେ ସେହି ସ୍ଥାନକୁ ରାଜା ପରବର୍ତ୍ତୀ ସମୟରେ ସ୍ଵର୍ଗଦ୍ଵାର ବୋଲି ନାମ ଦେଇଥିଲେ ।

ମନୁଷ୍ୟ ମାନଙ୍କର ସ୍ଵର୍ଗପ୍ରାପ୍ତି ପାଇଁ ସେଠାରେ ଦାହ ସଂସ୍କାର କରାଯାଉଥିଲା ଅଦ୍ୟାବଧି ତାହା ପ୍ରଚଳିତ । ତେବେ ଏହି ଘଟଣା ଯୋଗୁଁ ଶ୍ରୀକ୍ଷେତ୍ର ଶ୍ମଶାନଙ୍କୁ ସ୍ଵର୍ଗଦ୍ଵାର ବୋଲି କୁହାଯାଏ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *