ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚେହେରାକୁ ସୁନ୍ଦର କରିବା ପାଇଁ ପ୍ରାୟତଃ ଝିଅ ମାନେ ବହୁ ଦାମୀ କ୍ରିମ ତଥା ଫେସ ପାକର ବ୍ୟବହାର କରୁଛନ୍ତି । ବଜାରରୁ ଆଣୁଥିବା କ୍ରିମରେ ମୁଖତଃ କେମିକାଲ୍ ର ଆଡ୍ କରାଯାଇଅଥାଏ । ତେଣୁ ଯଦି ଆପଣ ନିଜ ଚେହେରାରେ ପ୍ରାକୃତିକ ଭାବରେ ସୁନ୍ଦରତା ଆଣିବା ପାଇଁ ଚାହୁଁଛନ୍ତି । ତେବେ ଆଜି ଆମ ପୋଷ୍ଟ ମାଧ୍ୟମରେ ଅତି ସୁନ୍ଦର ଘରୋଇ ସହଜ ଓ ଆୟୁରଭେଦିକ ଉପାୟ ବିଷୟରେ ଜାଣିବାକୁ ପାଇବେ ।
ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ୮ ରୁ ୧୦ ଟି ତୁଳସୀ ପତ୍ରର ଆବଶ୍ୟକତା ପଡିବ । ତୁଲସୀ ପତ୍ରକୁ ସ୍କିନର ଦାଗ ବ୍ରଣକୁ ଦୂର କରିବା ପାଇଁ ବହୁ ପୁରାତନ କାଳରୁ ବ୍ୟବହାର କରାଯାଉଛି । ତାପରେ ଆପଣ କିଛି ପୁଦିନା ପତ୍ରକୁ ଧୋଇକି ଆଣି ତୁଳସୀ ରଖିଥିବା ପାତ୍ରରେ ରଖନ୍ତୁ । ପୁଦିନା ପତ୍ର ସ୍କିନରୁ ଦାଗ କମାଇ ମୁହଁରେ ଚମକ ଆଣିବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ ।
ତାପରେ ଆପଣ ଏକ କମଳା ଲେମ୍ବୁ ଆଣି ତାହାର ଚୋପାକୁ ଛଡାଇ ସେଥିରେ ରଖନ୍ତୁ । ତାପରେ ଲେମ୍ବୁ ଆଣି ତାହାର ରସ ବାହାର କରି ତାହାର ଚୋପାକୁ ଆଣି ଆପଣ ସେହି ପାତ୍ରରେ ରଖିବେ । ଲେମ୍ବୁରେ ଭିଟାମିନ – c ରହିଥାଏ । ଯାହା ମୁହଁରେ ଜିଦିରୁ ଜିଦିଆ ବ୍ରଣର ଦାଗକୁ କମାଇ ମୁହଁରେ ସଫାପଣ ଆଣିଥାଏ ।
ତାପରେ ଆପଣ ସେହି ସବୁ ଜିନିଷକୁ ମିଶାଇ ସେଥିରେ ୩ ରୁ ୪ ଚାମଚ ଗୋଲାପ ଜଳ ମିଶାନ୍ତୁ । ଗୋଲାପ ଜଳ ଚେହେରା ପାଇଁ ଅନ୍ୟନ୍ୟ ଆଶ୍ରୀବାଦ ସାମଗ୍ରୀ ଅଟେ । ଏହା ମୁହଁରେ ଥିବା ଡଲ୍ ନେସ୍ସ କୁ ଦୂର କରି ମୁହଁରେ ଥଣ୍ଡାପଣ ଆଣିଦେଇଥାଏ । ଏହାପରେ ଆପଣ ସେଥିରେ ଏକ ଚାମଚ ଚନ୍ଦନ ପାଉଡର ମିଶାନ୍ତୁ । ଯଦି ଚନ୍ଦନ ପାଉଡର ନଥାଏ ।
ତେବେ ଏହି ସବୁ ଜିନିଷକୁ ବାଟି ସାରିଲା ପରେ ସେଥିରେ ସେଥିରେ ଆପଣ ଚନ୍ଦନ ବାଟିକି ତାହାର ପେଷ୍ଟ ମଧ୍ୟ ମିଶାଇ ପାରିବେ । ଏହି ସାବି ଜିନିଷକୁ ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ସେଥିରେ ଏକ କପଡା ପକାଇ ତାହାକୁ ଚୁପୁଡି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ତାପରେ ସେଥିରେ ଆପଣ ୨ ରୁ ୩ ଚାମଚ ଆଲୋଭେରା ଜେଲ୍ ମିଶାଇ ଦେବେ । ତାପରେ ସେଥିରେ ଆପଣ ଅଧ ଚାମଚ ଗ୍ଲିସେରିନ ମଧ୍ୟ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ତାପରେ ଆପଣଙ୍କର ଏହି ଚମତ୍କାରୀ କ୍ରିମ ବନି ପ୍ରସ୍ତୁତ ହୋଇଗଲା । ଆପଣ ଏହି କ୍ରିମକୁ ଏକ ଡବାରେ ପୁରାଇ ୧୦ ରୁ ୧୫ ଦିନ ପାଇଁ ଷ୍ଟୋର କରି ରଖିପାରିବେ । ଆପଣ ଦିନକୁ ଏହି କ୍ରିମର ୩ ରୁ ୪ ଥର ମୁହଁକୁ ଧୋଇ ବ୍ୟବହାର କରିପାରିବେ । କିଛି ଦିନ ଭିତରେ ମୁହଁରେ ଏକ ଅଲଗା ପ୍ରକାର ଚମକ ଆସିବା ସହ ମୁହଁ ସୁନ୍ଦର ଓ ସଫା ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ